ବେହାଲ ରାଜଧାନୀବାସୀ! ବହିଲା ଆଣ୍ଠୁଏ ଉଚ୍ଚର ପାଣି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି। ବୁଡିଛି ଯାଇଛି କାର୍‌। ଚକାଚକ୍‌ ଘର ଭିତରେ ପଶିଛି ପାଣି। ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ଏ ଚିତ୍ର କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ବିକଳ ଚିତ୍ର! ଯେଉଁଠି ରହିଛି ଶାସନତନ୍ତ୍ର ମୁଖ୍ୟାଳୟ। ଆଉ ରହୁଛନ୍ତି ବହୁ ଧୋବ ଧବଳିଆ ବାବୁ ଓ ବାବୁଆଣୀ। ଯାହାଙ୍କ ନିର୍ଦ୍ଦେଶରେ ଚାଲେ ରାଜ୍ୟର ଶାସନ। ହେଲେ ସେମାନଙ୍କ […]

Capital

  • Published: Wednesday, 17 August 2022
  • , Updated: 17 August 2022, 10:09 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି। ବୁଡିଛି ଯାଇଛି କାର୍‌। ଚକାଚକ୍‌ ଘର ଭିତରେ ପଶିଛି ପାଣି। ଜଳବନ୍ଦୀ ଜୀବନ ବିତାଉଥିବା ଲୋକଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ଏ ଚିତ୍ର କେଉଁ ଉପାନ୍ତ ଅଞ୍ଚଳ ନୁହେଁ। ଇଏ ହେଉଛି ରାଜଧାନୀ ଭୁବନେଶ୍ୱରର ବିକଳ ଚିତ୍ର! ଯେଉଁଠି ରହିଛି ଶାସନତନ୍ତ୍ର ମୁଖ୍ୟାଳୟ। ଆଉ ରହୁଛନ୍ତି ବହୁ ଧୋବ ଧବଳିଆ ବାବୁ ଓ ବାବୁଆଣୀ। ଯାହାଙ୍କ ନିର୍ଦ୍ଦେଶରେ ଚାଲେ ରାଜ୍ୟର ଶାସନ। ହେଲେ ସେମାନଙ୍କ ଆଖି ଆଗରେ ଆଜି ବୁଡିଛି ରାଜଧାନୀ ଉପକଣ୍ଠ ରାସ୍ତାଘାଟ୍‌। ଜଳବନ୍ଦୀ ଜୀବନ କାଟୁଛନ୍ତି ସହରୀବାସୀ।

ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଭୁବନେଶ୍ୱର! ସୁନ୍ଦରପଦା, କୁଆ, କଣ୍ଟିଲୋ, ବାଲିପାଟଣା, ଧଉଳି ଅଞ୍ଚଳରେ ପଶିଛି ଦୟା ନଦୀର ପଛୁଆ ପାଣି। କଣ୍ଟିଲୋ ଅଞ୍ଚଳରେ ସ୍ଥିତି ଅଧିକ ଖରାପ ହୋଇଛି। ଗାଁରେ ଅଣ୍ଟାଏ ଉପରେ ପାଣି ପ୍ରବାହିତ ହେଉଛି। ସୋମବାର ରାତିରେ ବନ୍ୟା ପାଣି ପଶିବା ଆରମ୍ଭ କରିଥିଲା। ଆଜି ପର୍ଯ୍ୟନ୍ତ ଲୋକମାନେ ଜଳବନ୍ଦୀ ଜୀବନ କାଟୁଛନ୍ତି। ଯାହା ରଖିଥିଲେ ଖାଉଛନ୍ତି, ବିଜୁଳି କାଟି ଦିଆଯାଇଥିବାରୁ ପିଇବା ପାଣି ନାହିଁ। ଫଳରେ ଉପାୟ ନ ପାଇ କେତେକ ଲୋକ ଘର ଛାଡି ସୁରକ୍ଷିତ ସ୍ଥାନକୁ ଯିବାକୁ ବାଧ୍ୟ ହେଉଛନ୍ତି। କିଛି ଅଞ୍ଚଳରେ ପାଣି ଅଧିକ ଥିବାରୁ ଲୋକଙ୍କୁ ଉଦ୍ଧାର କରିଛି ଅଗ୍ନିଶମ କର୍ମଚାରୀ।

ବର୍ଷା ହେଲେ ରାଜଧାନୀ ଭୁବନେଶ୍ୱର ଚିତ୍ର ଏମିତି କହିଁକି ହୁଏ? ଏହାକୁ ନେଇ ତର୍ଜମା ଚାଲିଥିବା ବେଳେ ବିନା ପ୍ଲାନରେ କୋଠାବାଡି ନିର୍ମାଣ, ଜବରଦଖଲ, ଭୁଲ ଡ୍ରେନେଜ ବ୍ୟବସ୍ଥା ଓ ରାସ୍ତା ଉଚ୍ଚତାଠୁ ଯଥେଷ୍ଟ ତଳେ ବା ଖାଲୁଆ ଅଞ୍ଚଳରେ ଘର ନିର୍ମାଣ ଏହାର ପ୍ରମୁଖ କାରଣ ବୋଲି କହିଛନ୍ତି ଟାଉନପ୍ଲାନର। ପ୍ରାକୃତିକ ଜଳାଶୟର ଜବରଦଖଲ ଓ ଜଳର ଗତିପଥକୁ ଅବରୋଧ ଯୋଗୁ ଏପରି ହେଉଥିବା ଆଲୋଚନା ହେଉଛି।

Related story