ଖୋର୍ଦ୍ଧାରେ ବନ୍ୟା ପରିସ୍ଥିତି ଗମ୍ଭୀର, ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ବନ୍ୟା ଜଳ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦଶା ଦେଉଛି ରାଜୁଆ ନଦୀ। ଦୟା ନଦୀ ଶାଖା ରାଜୁଆ ନଈରେ ବନ୍ୟା ପାଣି ମାଡ଼ି ଆସିବାରୁ ୫ଦିନ ହେଲାଣି ଉବୁଟୁବୁ ହେଉଛି ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତ। ୨୫ଟି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। କେଉଁଠି ଅଣ୍ଟାଏ ତ ପୁଣି କେଉଁଠି ଛାତିଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଜରୁରୀ କାମରେ ଲୋକେ ବାହାରକୁ ଯାଇ ପାରୁନ […]

water.j0000

Tapaswini Nayak
  • Published: Wednesday, 11 September 2019
  • , Updated: 11 September 2019, 02:42 PM IST

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଦୁର୍ଦ୍ଦଶା ଦେଉଛି ରାଜୁଆ ନଦୀ। ଦୟା ନଦୀ ଶାଖା ରାଜୁଆ ନଈରେ ବନ୍ୟା ପାଣି ମାଡ଼ି ଆସିବାରୁ ୫ଦିନ ହେଲାଣି ଉବୁଟୁବୁ ହେଉଛି ଖୋର୍ଦ୍ଧା ଓ କଣାସ ବ୍ଲକର ୬ଟି ପଞ୍ଚାୟତ। ୨୫ଟି ଗାଁ ଦାଣ୍ଡରେ ଲହଡି ଭାଙ୍ଗୁଛି ବନ୍ୟା ଜଳ। କେଉଁଠି ଅଣ୍ଟାଏ ତ ପୁଣି କେଉଁଠି ଛାତିଏ ଉଚ୍ଚର ବନ୍ୟା ଜଳ ପ୍ରବାହିତ ହେଉଛି। ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି। ଜରୁରୀ କାମରେ ଲୋକେ ବାହାରକୁ ଯାଇ ପାରୁନ ଥିବା ବେଳେ ସ୍କୁଲ କଲେଜ ଯାଉଥିବା ପିଲାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ହୀରାକୁଦ ଡ୍ୟାମ୍ ଗେଟ୍ ଖୋଲିବା ପରଠାରୁ ରାଜୁଆ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଇଛି। ନଦୀ ଉଛୁଳିବା ଯୋଗୁ ଓରବର ସିଂ, ଡିହଖଳା, ମାନପୁର, ଓରମି ଓ ରାୟପୁର ଆଦି ପଞ୍ଚାୟତରେ ପାଣି ପଶିଛି।

ସେହିପରି କଣାସ ବ୍ଲକର ୬ରୁ ଅଧିକ ପଞ୍ଚାୟତ ବ୍ୟାପକ ମାତ୍ରାରେ ବନ୍ୟାରେ ପ୍ରଭାବିତ ହୋଇଛି। ଦୟା, ଲୁଣା, ରାଜୁଆ ଓ ମକରା ନଦୀରେ ନଦୀ ବଢି ଆସିବାରୁ ବହୁ ଗାଁକୁ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି ବାଲିପାଟଣା-ଦୋକନ୍ଦା ଗାଁ ସମ୍ପୂର୍ଣ୍ଣ ପାଣିଘେରରେ ଥିବା ବେଳେ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି। ପ୍ରଶାସନ ପକ୍ଷରୁ ବିପନ୍ନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରାଯାଉଛି।

ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଦେବାକୁ ଦାବି କରାଯାଇଛି।

Related story