ମାଲକାନଗିରିରେ ବନ୍ୟା ପରିସ୍ଥିତି; ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲି ଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପୋଟେରୁ, କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ୪ ରୁ ୫ ଫୁଟ ପାଣି ଚାଲୁ ଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁ ଯାତାୟତ ବନ୍ଦ ରହିଛି। ସେହିପରି […]

malkangiri

Tapaswini Nayak
  • Published: Thursday, 13 August 2020
  • , Updated: 13 August 2020, 08:02 AM IST

ମାଲକାନଗିରି (ଜିତେନ୍ଦ୍ର ବେଉରା): ଗତକାଲି ଠାରୁ ମାଲକାନଗିରି ଜିଲ୍ଲାରେ ବର୍ଷା ଲାଗି ରହିଛି। ଫଳରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିଭିନ୍ନ ସ୍ଥାନରେ ପୋଲ ଉପରେ ପାଣି ଚାଲୁ ଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ପୋଟେରୁ, କାଙ୍କରକୋଣ୍ଡା, mv 90 ନିକଟରେ ଥିବା ପୋଲ ଉପରେ ୪ ରୁ ୫ ଫୁଟ ପାଣି ଚାଲୁ ଥିବାରୁ ମାଲକାନଗିରିରୁ କାଲିମେଳା ଏବଂ କାଲିମେଳାରୁ ମୋଟୁ ଯାତାୟତ ବନ୍ଦ ରହିଛି। ସେହିପରି କନ୍ୟାଆଶ୍ରମ ନିକଟରେ ମଧ୍ୟ ପାଣି ବଢିଥିବାରୁ କାଲିମେଳାରୁ ପଡ଼ିଆକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଅନେକ ଛୋଟ ଛୋଟ ନଦୀ ଜଳସ୍ତର ବଢ଼ି ଅନେକ ଗାଁକୁ ଯୋଗାଯୋଗ ବିଛିନ୍ନ ହୋଇଛି। ପ୍ରଶାସନ ପରିସ୍ଥିତି ଉପରେ ଦୃଷ୍ଟି ରଖିବା ସହ ସଜାଗ ଥିବା କହିଛି।

Related story