ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି, କିନ୍ତୁ ବନ୍ୟା ଆଶଙ୍କା ନାହିଁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିଲେ ବି ବନ୍ୟା ଆଶଙ୍କା ନାହିଁ । ଏହା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ  । ଅଧିକାଂଶ ନଦୀ ଜଳ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। କେବଳ ଜଳକା ନଦୀରେ ବିପଦ ସଙ୍କେତ ପାଖାପାଖି ଜଳସ୍ତର ରହିଛି । ହୀରାକୁଦ ଉପର ମୁଣ୍ଡ, ଛତିଶଗଡରେ ଏବେ ବର୍ଷା ନାହିଁ । କେବଳ ଝାଡ଼ଖଣ୍ଡରେ ଆସନ୍ତା କାଲିଠୁ ବର୍ଷା ହେବ । ତେଣୁ ରାଜ୍ୟରେ ବନ୍ୟାର […]

jaleswar

jaleswar

Niharika Rout
  • Published: Tuesday, 25 August 2020
  • Updated: 25 August 2020, 12:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ବର୍ଷା ଜାରି ରହିଥିଲେ ବି ବନ୍ୟା ଆଶଙ୍କା ନାହିଁ । ଏହା କହିଛନ୍ତି ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋର୍ତିମୟ ରଥ  । ଅଧିକାଂଶ ନଦୀ ଜଳ ବିପଦ ସଙ୍କେତ ତଳେ ପ୍ରଭାବିତ ହେଉଛି। କେବଳ ଜଳକା ନଦୀରେ ବିପଦ ସଙ୍କେତ ପାଖାପାଖି ଜଳସ୍ତର ରହିଛି ।

ହୀରାକୁଦ ଉପର ମୁଣ୍ଡ, ଛତିଶଗଡରେ ଏବେ ବର୍ଷା ନାହିଁ । କେବଳ ଝାଡ଼ଖଣ୍ଡରେ ଆସନ୍ତା କାଲିଠୁ ବର୍ଷା ହେବ । ତେଣୁ ରାଜ୍ୟରେ ବନ୍ୟାର ଆଶଙ୍କା ନାହିଁ । ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡାକୁ ଛାଡିଦେଲେ ଅନ୍ୟ କୌଣସି ସ୍ଥାନରେ ୫୦ମିଲିମିଟରରୁ ଅଧିକ ବର୍ଷା ହୋଇନାହିଁ। ସବୁ ପ୍ରକାର ପରିସ୍ଥିତି ପାଇଁ ଜଳସମ୍ପଦ ବିଭାଗ ସଜାଗ ରହିଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।

ସୂଚନାଯୋଗ୍ୟ,  ରାଜ୍ୟର ଅଧିକାଂଶ ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଲାଗି ରହିଛି। ୧୧ଟି ଜିଲ୍ଲାକୁ ରେଡ୍  ୱାର୍ଣ୍ଣିଂ ଏବଂ ୯ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଗତକାଲିଠୁ ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର ଓ କଟକ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଯାଇଛି  । କିଛି ଜିଲ୍ଲାରେ ଭୂସ୍ଫଳନ ମଧ୍ୟ ସମ୍ଭାବନା ରହିଛି। ଲଘୁଚାପ ପ୍ରଭାବରେ ଆଜି ସର୍ବାଧିକ ବର୍ଷା ହେବ ଏବଂ ୨୭ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ ।  ତାପରଠୁ ଲଘୁଚାପଜନିତ ବର୍ଷା କମିଯିବା ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

ଏହାବ୍ୟତୀତ ମୌସୁମୀ ବାୟୁ ଆସିବା ପରଠୁ ଏପର୍ଯ୍ୟନ୍ତ ବଙ୍ଗୋପସାଗରରେ ମୋଟ ୭ଟି ଲଘୁଚାପ ସୃଷ୍ଟି ହୋଇ ସାରିଲାଣି।  ଜୁନ୍  ୧୧ଓ  ଜୁଲାଇ ୭ରେ ଲଘୁଚାପ ସୃଷ୍ଟି ହୋଇଥିଲା।  ଏହାପରେ ଅଗଷ୍ଟ ମାସରେ କେବଳ ୫ଟି ଲଘୁଚାପ ସୃଷ୍ଟି ହୋଇସାରିଲାଣି । ତା ସତ୍ତ୍ୱେ ରାଜ୍ୟରେ ସ୍ୱାଭାବିକଠାରୁ ୨ ପ୍ରତିଶତ ବର୍ଷା କମ୍  ହୋଇଛି ।

ଏଯାଏ ରାଜ୍ୟରେ ମୋଟ୍ ୮୩୩.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟ ଜିଲ୍ଲା ତୁଳନାରେ ଖୋର୍ଦ୍ଧାରେ ସର୍ବାଧିକ ୨୭ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos