ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ। ଆଉ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ରାଜ୍ୟ ବଜେଟ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟିର ବ୍ୟୟ ଅଟକଳ କରାଯାଇଥିବା ବେଳେ କେଉଁ କ୍ଷେତ୍ର ପାଇଁ କେତେ ବ୍ୟୟବରାଦ କରାଯାଇଛି ଜାଣନ୍ତୁ।
- କୃଷି ପାଇଁ ୨୧ ହଜାର ୧୬୬ କୋଟି ଟଙ୍କା ବ୍ୟୟ ଅଟକଳ
- କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟ ବରାଦ
- କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟ ବରାଦ
- ଉଦ୍ୟାନ କୃଷି ବିକାଶ ପାଇଁ ୩୧୨ କୋଟି ବ୍ୟୟ ବରାଦ
- କୃଷକ ପରିବାରକୁ ଆୟ ସହାୟତା ପାଇଁ ୧୧୨ କୋଟି ବ୍ୟବସ୍ଥା
- ଜଳସେଚନ ପାଇଁ କୋରାପୁଟରେ ଝଞ୍ଜାବତୀ ପ୍ରକଳ୍ପ ଆରମ୍ଭ ଯୋଜନା
- ୧୨, ୫୦୦ ନଳକୂପ ଖନନ ହେବ; ଏଥିପାଇଁ ବ୍ୟୟବରାଦ ହୋଇଛି ୪୦୦ କୋଟି
- ବନ୍ୟା ନିୟନ୍ତ୍ରଣ ପାଇଁ ୯୬୮ କୋଟି ଟଙ୍କା ବ୍ୟୟ ବରାଦ
- ପାର୍ବତୀ ଗିରି ଯୋଜନା ପାଇଁ ୫ ବର୍ଷରେ ଖର୍ଚ୍ଚ ହେବ ୧୦, ୭୫୯ କୋଟି
- ଚାଷୀମାନଙ୍କୁ କୃଷି ଋଣ ସୁଧ ସହାୟତା ପାଇଁ ୮୯୩ କୋଟି ବରାଦ
- ମତ୍ସ୍ୟଚାଷ ଓ ପଶୁପାଳନ ପାଇଁ ୧୬୫୮ କୋଟି ବ୍ୟୟ ଅଟକଳ
- ମାଛ ଚାଷ ପାଇଁ ନୂଆ ପୋଖରୀ ଯୋଜନାରେ ୯୮ କୋଟି ବ୍ୟୟ ବରାଦ
- ପଞ୍ଚାୟତ ପୋଖରୀରେ ମାଛ ଚାଷ ପାଇଁ SHGଙ୍କୁ ମିଳିବ ୩୮ କୋଟି ଟଙ୍କା
- ପ୍ରଶାସନିକ ରାଜସ୍ୱ ବ୍ୟୟ ବାବଦକୁ ୭୪, ୨୬୧ କୋଟି
- ଦରମା ପାଇଁ ୨୯, ୨୪୮ କୋଟି; ପେନସନ୍ ପାଇଁ ୧୮, ୨୨୧ କୋଟି
- ସୁଧ ଦେୟ ପାଇଁ ୮୪୬୭ କୋଟି, ସଂପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮୫୬ କୋଟି
- ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୨୧୦ କୋଟି ଟଙ୍କା ଅଟକଳ
- ଜନସ୍ୱାସ୍ଥ୍ୟ ପାଇଁ ୧୨, ୬୨୪ କୋଟି ଟଙ୍କା ବ୍ୟୟବରା
- ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୨୬୬୪ କୋଟି ଟଙ୍କା ବ୍ୟୟବରାଦ
- ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ୨୭, ୩୨୪ କୋଟି ବ୍ୟୟବରାଦ
- ମୋ ସ୍କୁଲ ପାଇଁ ୬୪୬ କୋଟି, ସ୍କୁଲ ରୂପାନ୍ତରୀକରଣ ପାଇଁ ୧୦୦ କୋଟି
- ମଧ୍ୟାହ୍ନ ଭୋଜନ ପାଇଁ ୮୫୧ କୋଟି; ବ୍ୟାଗ୍, ୟୁନିଫର୍ମ ପାଇଁ ୧୯୩ କୋଟି
- ଧାର୍ମିକ ପୀଠ ବିକାଶ ପାଇଁ ୧୯୫୦ କୋଟି ବ୍ୟୟବରାଦ ଲକ୍ଷ୍ୟ
- ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ
- ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ
- ବିଜୁ ସେତୁ ଯୋଜନାରେ ୨୮୧ ସେତୁ ହେବ, ଖର୍ଚ୍ଚ ହେବ ୧୬୮୮ କୋଟି
- ଦୁର୍ଗମ ବିଚ୍ଛିନ୍ନ ଗାଁ ଗୁଡ଼ିକୁ ରାସ୍ତା ସଂଯୋଗ ପାଇଁ ୧୫୦ କୋଟି
- ୪ ଏୟାରପୋର୍ଟ (ରାଉରକେଲା, ଜୟପୁର, ଉତକେଲା,ଝାରସୁଗୁଡ଼ା) ଜମି ଅଧିଗ୍ରହଣ, ନବୀକରଣ ପାଇଁ ୩୨୫ କୋଟି
- ଇ-ଯାନ ପ୍ରୋତ୍ସାହନ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ
- ବିଜୁ ପକ୍କା ଘର ଯୋଜନା ପାଇଁ ୫ ହଜାର ୯ଶହ ୬ କୋଟି ବ୍ୟୟବରାଦ
- ମିଶନ ଶକ୍ତି ଯୋଜନାରେ SHGଙ୍କୁ ଅର୍ଥ ସହାୟତା ପାଇଁ ୭୭୩ କୋଟି
- ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଗୃହ ନିର୍ମାଣ ପାଇଁ ୧୭୬ କୋଟି
- ମନରେଗା ପାଇଁ ୨୦୦୧ କୋଟି, ମନରେଗା କର୍ପସ ପାଣ୍ଠି ପାଇଁ ୧ ହଜାର କୋଟି
- ବୃଦ୍ଧ, ବିଧବା, ଭିନ୍ନକ୍ଷମଙ୍କୁ ଭତ୍ତା ପାଇଁ ୨୦୧୭ କୋଟି ବ୍ୟୟ ବରାଦ
- ବ୍ୟୟ ଅଟକଳ ପାଇଁ ରାଜସ୍ୱ ପ୍ରାପ୍ତିରୁ ଖର୍ଚ୍ଚ ହେବ ୧, ୬୩, ୯୬୭ କୋଟି
- ଋଣ ଓ ଅନ୍ୟାନ୍ୟ ବାବଦରୁ ପ୍ରାପ୍ତ ୩୬ ହଜାର ୩୩ କୋଟି ଖର୍ଚ୍ଚ ହେବ
- ପର୍ଯ୍ୟଟନର ବିକାଶ ନିମନ୍ତେ ୫୯୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପରିଚାଳନା ପାଇଁ ୩୭୫ କୋଟି ଓ ପର୍ଯ୍ୟଟନର ପ୍ରୋତ୍ସାହନ ପାଇଁ ୧୫୦ କୋଟି ବିନିଯୋଗ ହେବ।
- କ୍ରୀଡ଼ାକ୍ଷେତ୍ର ପାଇଁ ୯୧୧ କୋଟି ଟଙ୍କା ବ୍ୟୟବରାଦ ହୋଇଛି।
- ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ୨୦୦୦ କୋଟି ଟଙ୍କା ବ୍ୟୟବରାଦ
- ସାମାଜିକ ନିରାପତ୍ତା ଲାଗି ମୋଟ ୩,୭୦୬ କୋଟି ଟଙ୍କାର ବ୍ୟୟ ବରାଦ
- କେଜି ପିଛା ୧ ଟଙ୍କାରେ ଚାଉଳ ଯୋଗାଇ ଦେବା ପାଇଁ ସର୍ବମୋଟ ୧,୦୨୩ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
- ବିଦ୍ୟୁତ୍ ଶକ୍ତି କ୍ଷେତ୍ରରେ ୩,୪୮୨ କୋଟି ଟଙ୍କାର ବ୍ୟୟ ବରାଦ ରହିଛି।
- ବିଶ୍ୱସ୍ତରୀୟ ଭିତ୍ତିଭୂମି ପ୍ରତିଷ୍ଠା, ଶିଳ୍ପ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଓ ଷ୍ଟାର୍ଟ ଅପ୍କୁ ପ୍ରୋତ୍ସାହିତ କରିବା ପାଇଁ ମୋଟ ୧୨୬୯ କୋଟି ଟଙ୍କାର ବ୍ୟୟ ବରାଦ ପ୍ରସ୍ତାବ ରହିଛି।
- ହସ୍ତତନ୍ତ, ହସ୍ତଶିଳ୍ପ, ସେରିକଲଚର ଓ ବୟନ ଶିଳ୍ପ କ୍ଷେତ୍ର ପାଇଁ ୨୦୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।
- ଜଙ୍ଗଲ କ୍ଷେତ୍ର ପାଇଁ ୨,୨୧୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।ଖଣିକ୍ଷେତ୍ର ପାଇଁ ୧୮୩ କୋଟି ଟଙ୍କା ବ୍ୟୟ ବରାଦ ରହିଛି। ଏଥିମଧ୍ୟରେ i3MS ପାଇଁ ୫୦ କୋଟି ଏବଂ କଣତଜ ଅନୁସନ୍ଧାନ ଓ ନିଲାମ ପାଇଁ ୩୮ କୋଟି ଟଙ୍କା ଅନ୍ତର୍ଭୁକ୍ତ।
- ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ର ପାଇଁ ୩୦୨ କୋଟି ଟଙ୍କା ବ୍ୟୟବରାଦ