ବିଜେଡିର ‘ଜିଲ୍ଲା ସଭାପତି’ ଅଙ୍କ ଛିଡ଼ୁନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଡିସେମ୍ବର ମାସରୁ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବା ବିଜେଡିରେ ଏବେ ‘ଜିଲ୍ଲା ସଭାପତି’ ଅଙ୍କ ଛିଡ଼ୁନି। ଯେଉଁଥିପାଇଁ ଧାର୍ଯ୍ୟ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଦଳ ‘ଜିଲ୍ଲା ସଭାପତି’ମାନଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇପାରିନି। ଡିସେମ୍ବର ୨୭ରୁ ଫେବୃୟାରୀ ୨୬ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିଜର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିବା ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିପାରିନଥିବାରୁ ରାଜ୍ୟ କାଉନସିଲ୍ ସଦସ୍ୟ, ରାଜ୍ୟ […]

11bjd-office-750x430

11bjd-office-750x430

Manoranjan Sial
  • Published: Wednesday, 19 February 2020
  • Updated: 19 February 2020, 10:14 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଡିସେମ୍ବର ମାସରୁ ନିଜର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିଥିବା ବିଜେଡିରେ ଏବେ ‘ଜିଲ୍ଲା ସଭାପତି’ ଅଙ୍କ ଛିଡ଼ୁନି। ଯେଉଁଥିପାଇଁ ଧାର୍ଯ୍ୟ ସମୟସୀମା ଅତିକ୍ରମ କରିସାରିଥିଲେ ମଧ୍ୟ ଦଳ ‘ଜିଲ୍ଲା ସଭାପତି’ମାନଙ୍କ ନାଁ ଘୋଷଣା କରିବାରେ ସକ୍ଷମ ହୋଇପାରିନି। ଡିସେମ୍ବର ୨୭ରୁ ଫେବୃୟାରୀ ୨୬ତାରିଖ ମଧ୍ୟରେ ୫ଟି ପର୍ଯ୍ୟାୟରେ ନିଜର ସାଂଗଠନିକ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଥିବା ବିଜେଡି ଏପର୍ଯ୍ୟନ୍ତ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା କରିପାରିନଥିବାରୁ ରାଜ୍ୟ କାଉନସିଲ୍ ସଦସ୍ୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ସଭାପତି ନିର୍ବାଚନ ପ୍ରକ୍ରିୟା ମଧ୍ୟ ବିଳମ୍ବ ହେବାର ଆଶଙ୍କା ଦେଖାଦେଇଛି।

ମିଳିଥିବା ସୂଚନା ଅନୁସାରେ, ବିଜେଡିର ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ବିଧାୟକମାନଙ୍କ ଉପରେ ଅତ୍ୟଧିକ ପରିମାଣର ନିର୍ଭରଶୀଳତା ଯୋଗୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମଧ୍ୟରେ ସମ୍ଭବପର ହୋଇପାରିନି। ଦଳର ୫ଟି ପର୍ଯ୍ୟାୟ ସାଂଗଠନିକ ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିବା ରାଜ୍ୟ ରିଟର୍ଣ୍ଣିଂ ଅଧିକାରୀ ପ୍ରତାପ କେଶରୀ ଦେବ ଏବେ କେଉଁ କାରଣ ପାଇଁ ଜିଲ୍ଲା ସଭାପତି ତାଲିକା ଘୋଷଣାରେ ବିଳମ୍ବ ହେଉଛି ସେ ନେଇ ମୁହଁ ଖୋଲୁନାହାନ୍ତି। ବିଜେଡି ସୂତ୍ର ଅନୁସାରେ, ଦଳର ୩୩ଟି ସାଂଗଠନିକ ଜିଲ୍ଲା ମଧ୍ୟରୁ ଏବେ ୫ରୁ ୬ଟି ଜିଲ୍ଲାକୁ ନେଇ ଅଙ୍କ ଛିଡ଼ିପାରୁନି। ଏଥିରେ ମୁଖ୍ୟତଃ ଭୁବନେଶ୍ୱର, ନବଗଠିତ ମୟୂରଭଞ୍ଜ-୨, ବଲାଙ୍ଗିର ଓ ସମ୍ବଲପୁରକୁ ନେଇ ଏବେବି ଅଙ୍କକଷା ଲାଗି ରହିଛି । ଭୁବନେଶ୍ୱର ସାଂଗଠନିକ ଜିଲ୍ଲାର ସଭାପତି ପଦବୀକୁ ନେଇ ୩ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା(ମନ୍ତ୍ରୀ), ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତଙ୍କ ମଧ୍ୟରେ ସହମତି ହୋଇପାରୁନଥିବାରୁ ଚୟନ ପ୍ରକ୍ରିୟା ବିଳମ୍ବ ହେଉଛି। ସେହିପରି ବଲାଙ୍ଗିର ଜିଲ୍ଲା ସଭାପତି ପଦରୁ ଏୟୁ ସିଂହଦେଓ ପରିବାରକୁ ଦୂରେଇ ରଖିବାକୁ ଷଡ଼ଯନ୍ତ୍ର ଚାଲିଥିବାରୁ ସେଠାରେ ମଧ୍ୟ ସହମତି ହୋଇପାରୁନି। ବଲାଙ୍ଗିର ଜିଲ୍ଲା ସଭାପତି ଭାବେ ଏବେ କଳିକେଶ ନାରାୟଣ ସିଂହଦେଓ କାର୍ଯ୍ୟ କରୁଥିବାବେଳେ ତାଙ୍କୁ ହଟାଇ ସେଠାରେ ଦଳୀୟ ସାଂଗଠନିକ କାର୍ଯ୍ୟ ସମ୍ପର୍କରେ ସାମାନ୍ୟ ଅଭିଜ୍ଞତା ନଥିବା ପ୍ରଥମଥର ବିଧାୟକ ହୋଇଥିବା ସରୋଜ ମେହେରଙ୍କୁ ଜିଲ୍ଲା ସଭାପତି କରିବା ପାଇଁ ପ୍ରଭାବଶାଳୀ ଗୋଷ୍ଠୀ ଉଦ୍ୟମ କରୁଛି।

ସେହିପରି ସାଂଗଠନିକ ଜିଲ୍ଲା ମୟୂରଭଞ୍ଜ-୨କୁ ନେଇ ତୀବ୍ର ଗୋଷ୍ଠୀକନ୍ଦଳ ଥିବାରୁ ଦଳ ସେଠାରେ କାହାକୁ ସଭାପତି କରିବ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ସେହିପରି ସମ୍ବଲପୁର ଜିଲ୍ଲା ସଭାପତି ପଦକୁ ନେଇ ସ୍ଥାନୀୟ ନେତାମାନଙ୍କ ମଧ୍ୟରେ ବି ସହମତି ହୋଇପାରୁନଥିବା ଜଣାପଡ଼ିଛି । ଏସବୁ ଜିଲ୍ଲାରେ ସହମତି ହୋଇପାରୁନଥିବାରୁ ଦଳ ପକ୍ଷରୁ ଅନ୍ୟ ଜିଲ୍ଲାଗୁଡ଼ିକର ତାଲିକା ମଧ୍ୟ ପ୍ରକାଶ ପାଇପାରୁନି ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଜିଲ୍ଲା ସଭାପତି ଓ ଜିଲ୍ଲା କମିଟି ସଦସ୍ୟ ନିର୍ବାଚନ ପ୍ରକ୍ରିୟାକୁ ଜାନୁୟାରୀ ୩୦ରୁ ଫେବୃୟାରୀ ୧୫ତାରିଖ ମଧ୍ୟରେ ସରିବ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଥିଲା। ଏପରିକି ଫେବୃୟାରୀ ୧୬ରୁ ୧୮ତାରିଖ ରାଜ୍ୟ ପରିଷଦ ସଦସ୍ୟ ଓ ଫେବୃୟାରୀ ୨୩ରୁ ୨୬ତାରିଖ ମଧ୍ୟରେ ରାଜ୍ୟ କାର୍ଯ୍ୟକାରିଣୀ ଓ ସଭାପତି ନିର୍ବାଚନ ପ୍ରକ୍ରିୟା ହେବ ବୋଲି ଶ୍ରୀ ଦେବ ସୂଚନା ଦେଇଥିଲେ। କିନ୍ତୁ ଏବେ ଯେଉଁଭଳି ଢଙ୍ଗରେ ଦଳ ପକ୍ଷରୁ ନିର୍ବାଚନ ପ୍ରକ୍ରିୟା ଚାଲିଛି ଓ ନିରବତା ଅବଲମ୍ବନ କରାଯାଉଛି ତାହା ଦଳର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story