ରାଜ୍ୟରେ ମଦ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି। ଏମାନଙ୍କୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ମଦ ହୋମ୍‌ ଡେଲିଭରି କରିବ। ଠିକ୍‌ ସେହିପରି ସ୍ୱିଗିକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗରରେ ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିଛି। ଆସନ୍ତାକାଲିଠାରୁ ମଦ ହୋମ୍‌ ଡେଲିଭରି ପାଇଁ ଆଜି ରାଜ୍ୟ ସରକାର ଅନୁମତି ଦେଇଥିଲେ। କଣ୍ଟେନମେଣ୍ଟ ଜୋନ […]

zomato

zomato

Manoranjan Sial
  • Published: Saturday, 23 May 2020
  • Updated: 23 May 2020, 10:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅନ୍‌ଲାଇନ୍‌ରେ ମଦ ହୋମ୍‌ ଡେଲିଭରି କରିବେ ଜୋମାଟୋ ଓ ସ୍ୱିଗି। ଏମାନଙ୍କୁ ରାଜ୍ୟ ଅବକାରୀ ବିଭାଗ ଅନୁମତି ଦେଇଛି। ଜୋମାଟୋ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ପୁରୀରେ ମଦ ହୋମ୍‌ ଡେଲିଭରି କରିବ। ଠିକ୍‌ ସେହିପରି ସ୍ୱିଗିକୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗରରେ ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ମିଳିଛି।

ଆସନ୍ତାକାଲିଠାରୁ ମଦ ହୋମ୍‌ ଡେଲିଭରି ପାଇଁ ଆଜି ରାଜ୍ୟ ସରକାର ଅନୁମତି ଦେଇଥିଲେ। କଣ୍ଟେନମେଣ୍ଟ ଜୋନ ବ୍ୟତୀତ ଅନ୍ୟ ସବୁଠି ମଦ ହୋମ୍ ଡେଲିଭରି ହୋଇପାରିବ। ବିଦେଶୀ ମଦ ଓ ବିୟର ଉପରେ କୋଭିଡ଼ ଫି’ ଲଗାଇଥିଲେ ସରକାର। ମଦର ଯାହା ଏମ୍ଆରପି ଅଛି, ତା’ ଉପରେ ୫୦% କୋଭିଡ଼ ଫି’ ଲାଗିବ। କୋଭିଡ଼ ଫି’ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଖର୍ଚ୍ଚରେ ଲାଗିବ। ଅନ୍‌ ଓ ଅଫ୍ ଲାଇସେନ୍ସ ପ୍ରାପ୍ତ ଦୋକାନରେ ଡିସପ୍ଲେ ରହିବ। ଡିସ୍‌ପ୍ଲେରେ ଫୋନ ନଂ, ହ୍ୱାଟସ୍‌ଆପ୍‌ ନଂ, ଇ-ମେଲ ଆଇଡି ରହିବ। OSBC ୱେବସାଇଟ- osbc.co.in. ଜିଲ୍ଲାୱାରୀ ତଥ୍ୟ ରହିବ। ସମସ୍ତ ପ୍ରକାର ପ୍ରଡକ୍ଟର ମୂଲ୍ୟ ମଧ୍ୟ ୱେବସାଇଟରେ ରହିବ।

୧ ହଜାର ଟଙ୍କା ପର୍ଯ୍ୟନ୍ତ ମଦ ଅର୍ଡର କଲେ ଡେଲିଭରି ଚାର୍ଜ ୧୦୦ ଟଙ୍କା ଦେବାକୁ ପଡ଼ିବ। ତା’ପରେ ପ୍ରତି ୫ଶହ ଟଙ୍କାର ଅତିରିକ୍ତ ଅର୍ଡର ପାଇଁ ୨୫ ଟଙ୍କା ଦେବାକୁ ପଡ଼ିବ। ହୋମ୍ ଡେଲିଭରି ଚାର୍ଜ ୩ ଶହ ଟଙ୍କାରୁ ଅଧିକ ହୋଇପାରିବନି। ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ହେବ ହୋମ୍ ଡେଲିଭରି। ଅର୍ଡର କରିବାର ୬ ଘଣ୍ଟା ମଧ୍ୟରେ ହୋମ୍‌ ଡେଲିଭରି ଦିଆଯିବ ମଦ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos