ପାଣ୍ଡିଆନ୍ ଏବେ ରାଜ୍ୟ ପ୍ରଶାସନିକ ମୁଖ୍ୟ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଏଣିକି ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରମେସନ୍ ଆଣ୍ଡ ଇନିସିଏଟିଭ( ଫାଇଭ-ଟି) କାର୍ଯ୍ୟକ୍ରମର ସଚିବ ଭାବେ କାର୍ଯ୍ୟ କରିବେ। ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀ ପାଣ୍ଡିଆନ ଏହି ନୂଆ ଦାୟିତ୍ୱ ସହ ପରୋକ୍ଷରେ ରାଜ୍ୟ ପ୍ରଶାସନର ଅଘୋଷିତ ମୁଖ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ପରଦା ପଛରେ ରହି ପ୍ରଶାସନିକ […]

pandian1

pandian1

Manoranjan Sial
  • Published: Monday, 29 July 2019
  • Updated: 29 July 2019, 07:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଏଣିକି ମୁଖ୍ୟମନ୍ତ୍ରୀଙ୍କ ଟ୍ରାନ୍ସଫରମେସନ୍ ଆଣ୍ଡ ଇନିସିଏଟିଭ( ଫାଇଭ-ଟି) କାର୍ଯ୍ୟକ୍ରମର ସଚିବ ଭାବେ କାର୍ଯ୍ୟ କରିବେ। ଆଜି ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଶ୍ରୀ ପାଣ୍ଡିଆନ ଏହି ନୂଆ ଦାୟିତ୍ୱ ସହ ପରୋକ୍ଷରେ ରାଜ୍ୟ ପ୍ରଶାସନର ଅଘୋଷିତ ମୁଖ୍ୟ ଭାବେ କାର୍ଯ୍ୟ କରିବାର ସୁଯୋଗ ପାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସେ ପରଦା ପଛରେ ରହି ପ୍ରଶାସନିକ କାର୍ଯ୍ୟକୁ ନିୟନ୍ତ୍ରଣ କରୁଥିବାବେଳେ ଏଣିକି ଆନୁଷ୍ଠାନିକ ଭାବେ ରାଜ୍ୟ ପ୍ରଶାସନର କାର୍ଯ୍ୟକୁ ତଦାରଖ କରିବେ। ଫାଇଭ-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଆଇଏଏସମାନେ ତାଙ୍କୁ ରିପୋର୍ଟ କରିବାକୁ ବାଧ୍ୟ ହେବେ ବୋଲି ଜଣାପଡ଼ିଛି।

ରାଜ୍ୟ ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ, ୨୦୦୦ ବ୍ୟାଚର ଆଇଏଏସ୍ ଅଫିସର ଶ୍ରୀ ପାଣ୍ଡିଆନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫାଇଭ-ଟି କାର୍ଯ୍ୟକ୍ରମର ସଚିବ ଭାବେ ନିଯୁକ୍ତି ମିଳିବା ପରେ ସେ ପ୍ରତ୍ୟେକ ବିଭାଗର କାର୍ଯ୍ୟକୁ ସମୀକ୍ଷା କରିବାକୁ ସରକାରୀ ସ୍ୱୀକୃତି ପାଇଛନ୍ତି। ସବୁ ବିଭାଗରେ ଏବେ ଫାଇଭ-ଟି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପରେ ଏହି କାର୍ଯ୍ୟକ୍ରମର ସଚିବ ଭାବେ ଶ୍ରୀ ପାଣ୍ଡିଆନ ହିଁ ରାଜ୍ୟ ପ୍ରଶାସନର ସର୍ବେସର୍ବା ହେବେ। ରାଜ୍ୟର ପ୍ରଗତି ଓ ବିକାଶ ପାଇଁ ନୂଆ ନୂଆ ଚିନ୍ତାଧାରା, ଆଲୋଚନା ଓ ପ୍ରଶିକ୍ଷଣ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହୋଇଥିବାରୁ ଏହାର ବ୍ୟାପକତା ପ୍ରତ୍ୟେକ ବିଭାଗର ପ୍ରତ୍ୟେକ କାର୍ଯ୍ୟର ପରିସୀମାକୁ ଛୁଇଁପାରିବ।

ଏହି ଫାଇଭ୍-ଟି କାର୍ଯ୍ୟକ୍ରମ ଆଳରେ ଶ୍ରୀ ପାଣ୍ଡିଆନ ଯେତେବେଳେ ଚାହିଁବେ ଯେକୌଣସି ବିଭାଗର ସମୀକ୍ଷା କରିପାରିବେ ଏବଂ ବିଭାଗୀୟ ସଚିବମାନଙ୍କଠାରୁ ରିପୋର୍ଟ ତଲବ କରିପାରିବେ। ଏପରିକି ସାଧାରଣ ପ୍ରଶାସନ ବିଭାଗର ଫାଇଭ-ଟି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ଦାୟିତ୍ୱ ବିଭାଗର ସ୍ୱତନ୍ତ୍ର ସଚିବ ଓ ମୁଖ୍ୟ ସଚିବଙ୍କ ଉପରେ ନ୍ୟସ୍ତ ଥିବାବେଳେ ଯୋଜନା ଓ ସଂଯୋଜନ ବିଭାଗରେ ଉକ୍ତ କାର୍ଯ୍ୟକ୍ରମକୁ ଉନ୍ନୟନ କମିଶନର ତଦାରଖ କରିବେ। ରାଜ୍ୟ ପ୍ରଶାସନର ଏହି ଦୁଇ ଶୀର୍ଷ ପଦବୀ (ମୁଖ୍ୟ ସଚିବ ଓ ଉନ୍ନୟନ କମିଶନର)ରେ ବରିଷ୍ଠ ଆଇଏଏସ୍ ଥିବା ସତ୍ତେ୍ୱ ସେମାନଙ୍କର ବିଭାଗର ଫାଇଭ-ଟି କାର୍ଯ୍ୟକ୍ରମକୁ ତଦାରଖ କରିବା ନିମନ୍ତେ ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାର ଅଧିକାର ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଶ୍ରୀ ପାଣ୍ଡିଆନ ଏହି କାର୍ଯ୍ୟକ୍ରମ ଆଳରେ ପ୍ରତ୍ୟେକ ବିଭାଗ ଉପରେ ମଧ୍ୟ ଆନୁଷ୍ଠାନିକ ଭାବେ ନିଜର କର୍ତ୍ତୃତ୍ୱ ଜାହିର ପାରିବେ ବୋଲି ଜଣାପଡ଼ିଛି। ଶ୍ରୀ ପାଣ୍ଡିଆନ୍ ଏବେ କମିଶନର ପାହ୍ୟାର ଅଫିସର ହୋଇଥିବାବେଳେ ବିଭିନ୍ନ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟ ସଚିବ ପାହ୍ୟାର ଅଫିସରଙ୍କ କାର୍ଯ୍ୟକୁ ସେ କିଭଳି ସମୀକ୍ଷା କରିବେ ତାକୁ ନେଇ ପ୍ରଶ୍ନ ଉଠିଲାଣି। ଅବଶ୍ୟ ଶ୍ରୀ ପାଣ୍ଡିଆନ ଗତ ଶନିବାର ସ୍ୱାସ୍ଥ୍ୟ ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଭଳି ବିଭାଗ ବୁଲି ଫାଇଭ-ଟି କାର୍ଯ୍ୟକ୍ରମର ସମୀକ୍ଷା କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ରାଜ୍ୟରେ କ୍ରମାଗତ ପଞ୍ଚମଥର ପାଇଁ ବିଜେଡି ସରକାର ଗଠନ ହେବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀ ଓ ସଚିବଙ୍କୁ ବିଭାଗୀୟ କାର୍ଯ୍ୟରେ ‘ଫାଇଭ-ଟି’କୁ ଉପଯୋଗ ନିମନ୍ତେ ପରାମର୍ଶ ଦେଇ ଆସୁଛନ୍ତି। ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଥ୍ରୀ-ଟି( ଟିମୱାର୍କ, ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସୀ) କଥା କହିଥିବାବେଳେ ଏବେ ସେଥିରେ ଆଉ ‘ଦୁଇଟି-ଟି’ ଯଥା (ଟ୍ରାନ୍ସଫରମେସନ୍ ଓ ଟାଇମ୍ )କୁ ସାମିଲ କରିଛନ୍ତି। ଏହି ଫାଇଭ-ଟି କାର୍ଯ୍ୟକ୍ରମ ମାଧ୍ୟମରେ ରାଜ୍ୟର ପ୍ରଗତି ଓ ବିକାଶ କାର୍ଯ୍ୟକୁ ଆଗେଇ ନେବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇ ଏ ଦିଗରେ ଆବଶ୍ୟକ କାର୍ଯ୍ୟ କରିବାକୁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛିବର୍ଷ ଧରି ଶାସକ ବିଜେଡି ଓ ରାଜ୍ୟ ପ୍ରଶାସନରେ ଅଘୋଷିତ କ୍ଷମତାକେନ୍ଦ୍ର ପାଲଟିଥିବା ଶ୍ରୀ ପାଣ୍ଡିଆନଙ୍କୁ ରାଜ୍ୟ ସରକାର ଏବେ ବୁଲେଇବଙ୍କେଇ ରାଜ୍ୟ ପ୍ରଶାସନର ମୁଖ୍ୟ ଭାବେ ଅବସ୍ଥାପିତ କରିଥିବା ଚର୍ଚ୍ଚା ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story