ହଲ୍ ସଂଖ୍ୟା ବଢିଲେ, ଓଲିଉଡ଼ର ଉନ୍ନତି ଘଟିବ

ଭବନେଶ୍ୱର: ଭଲ ଫିଲ୍ମ ହେଉଛି। ବିଷୟ ବସ୍ତୁ ବି ଭଲ ରହୁଛି। ହେଲେ ଆବଶ୍ୟକ ସଂଖ୍ୟାରେ ହଲ୍ ନ ଥିବାରୁ ସବୁ ଫିଲ୍ମ ଭଲ ବ୍ୟବସାୟ କରିପାରୁନାହାନ୍ତି। ହଲ୍ ସଂଖ୍ୟାରେ ବୃଦ୍ଧି ଘଟିଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି (ଓଲିଉଡ଼)ର ଉନ୍ନତି ହୋଇପାରିବ। ଶନିବାର ଏହା କହିଛନ୍ତି ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ। ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ଓଡ଼ିଆ ସିନେମାର ଭିତ୍ତିଭୂମି, ସୁଯୋଗ ଏବଂ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ […]

fore-shight

Rakesh Mallick
  • Published: Saturday, 09 January 2016
  • , Updated: 09 January 2016, 05:32 PM IST

ଭବନେଶ୍ୱର: ଭଲ ଫିଲ୍ମ ହେଉଛି। ବିଷୟ ବସ୍ତୁ ବି ଭଲ ରହୁଛି। ହେଲେ ଆବଶ୍ୟକ ସଂଖ୍ୟାରେ ହଲ୍ ନ ଥିବାରୁ ସବୁ ଫିଲ୍ମ ଭଲ ବ୍ୟବସାୟ କରିପାରୁନାହାନ୍ତି। ହଲ୍ ସଂଖ୍ୟାରେ ବୃଦ୍ଧି ଘଟିଲେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି (ଓଲିଉଡ଼)ର ଉନ୍ନତି ହୋଇପାରିବ। ଶନିବାର ଏହା କହିଛନ୍ତି ଓଡ଼ିଶା ଫିଲ୍ମ ଉନ୍ନୟନ ନିଗମର ଅଧ୍ୟକ୍ଷ ମୁନ୍ନା ଖାଁ। ଓଟିଭିର ବାର୍ଷିକ ସମ୍ମିଳନୀ ‘ଫୋରସାଇଟ୍ ୨୦୧୬’ରେ ‘ଓଡ଼ିଆ ସିନେମାର ଭିତ୍ତିଭୂମି, ସୁଯୋଗ ଏବଂ ଆହ୍ୱାନ’ ଶୀର୍ଷକ ଆଲୋଚନାଚକ୍ରରେ ଯୋଗ ଦେଇ ସେ ଏହା କହିଥିଲେ।

ଇଣ୍ଡଷ୍ଟ୍ରିକୁ ଆଗକୁ ନେବାକୁ ସବୁ ପ୍ରକାର ଉଦ୍ୟମ କରାଯାଉଛି। କଳିଙ୍ଗ ଷ୍ଟୁଡିଓକୁ ଓଡ଼ିଶା କଳାକାରଙ୍କ ଭାତ ହାଣ୍ଡି କୁହାଯାଇଥାଏ। ଫିଲ୍ମ ହଲର ଉନ୍ନତୀକରଣ କରାଯିବା ସହ କଳିଙ୍ଗ ଷ୍ଟୁଡିଓର ଉନ୍ନତି ହୋଇପାରିଲେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରି ଆହୁରି ଆଗକୁ ଯାଇପାରିବ ବୋଲି ମୁନ୍ନା ଖାଁ କହିଥିଲେ।

ଶ୍ରୀୟା-ସ୍ୱାତୀ ସିନେ କମ୍ପ୍ଲେକ୍ସ ପ୍ରାଇଭେଟ ଲିମିଟେଡ ଏମଡି ବିଜେନ୍ଦ୍ର ମହାନ୍ତି ଆଲୋଚନାରେ ଅଂଶଗ୍ରହଣ କରି କହିଛନ୍ତି, ବର୍ଷକୁ ୨୨୦ ତେଲଗୁ, ୨୩୦, ମାଲାୟାଲମ୍ ୧୭୫, କନଡ଼ ଫିଲ୍ମ ୧୫୦ ବେଙ୍ଗଲ ଫିଲ୍ମ ୮୦ଟି ତିଆରି ହେଉଛି। ହେଲେ ଓଡ଼ିଆ ଫିଲ୍ମ ଗତ ଦୁଇବର୍ଷରେ ୨୭ଟି ଲେଖାଏଁ ତିଆରି ହୋଇଛି। ଏଥିରୁ ୩ଟିରୁ ୪ଟି ଫିଲ୍ମ କିଛି ଲାଭ କରୁଛନ୍ତି। ବାକି ଫିଲ୍ମ କଥା ନ କହିବା ଭଲ।

ଅଭିନେତା ସମରେଶ ରାଉତରାୟ କହିଛନ୍ତି, ଆମେ ୧୦ କୋଟିର ସିନେମାକୁ ୮୦ ଲକ୍ଷ ଟଙ୍କାରେ କରିବାକୁ ଚାହୁଛନ୍ତି। ଫଳରେ ଆମ ସିନେମା ଦୃଷ୍ଟି ଆକର୍ଷଣ କରିପାରି ନ ଥାଏ। ଏହାର ମୁଖ୍ୟ କାରଣ ହେଲା ଆମେ ନିଜର ମୌଳିକତାକୁ ହରାଇ ବସିଛୁ। ସରକାର ଓଡ଼ିଆ ସିନେମା ପାଇଁ ଆଜି ପର୍ଯ୍ୟନ୍ତ କିଛି ବି କରିନାହାନ୍ତି। ଏବେ ସରକାରଙ୍କୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ପ୍ରତି ଦୃଷ୍ଟି ଦେବାର ସମୟ ଆସିଯାଇଛି।

ଅଭିନେତା ତଥା ନିର୍ମାତା ପୁପିନ୍ଦର କହିଛନ୍ତି ଯଦି କମ ଖର୍ଚ୍ଚରେ ଫିଲ୍ମଟିଏ କରୁଛି ତେବେ ଜାଣିଛି ମୋର ସାଟେଲାଇଟ ରାଇଟ ଅଛି, ଅଡିଓ ଓ ଭିଡିଓ ରାଇଟ ରହିଛି। ଆଉ ହଲରୁ କିଛି ଅର୍ଥ ଆସିଗଲେ ମୋ ଟଙ୍କା ଉଠିଯିବ। ଏପରି ଚିନ୍ତାଧାରା ଆମମାନଙ୍କ ପାଖରେ ରହିଛି। ଯାହା ବହୁତ ଖରାପ। ଏହାଦ୍ୱାରା ଆମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଶନୁରୂପ ଉନ୍ନତି ହୋଇପାରୁନାହିଁ।

Related story