ଦୁଇ ଦିନରେ ଗଲାଣି ଦୁଇ ଋଷ ପର୍ଯ୍ୟଟକଙ୍କ ଜୀବନ

ରାୟଗଡ଼ା(ମାଉଡି ବାରିକ): ଦୁଇ ଦିନରେ ଗଲାଣି ଦୁଇ ଋଷ ପର୍ଯ୍ୟଟକଙ୍କ ଜୀବନ। ଶୁକ୍ରବାର ଜଣେ ଋଷ ପର୍ଯ୍ୟଟକଙ୍କ ମୃତଦେହ ହୋଟେଲ୍‌ ରୁମ୍‌ରୁ ମିଳିଥିବା ବେଳେ ଆଜି ଆଉ ଜଣେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଋଷ ପର୍ଯ୍ୟଟକ ହେଲେ ପାବେଲି ଆନ୍ଥେନ୍‌। ଏପରି ଦୁଃଖଦ ଖବର ଆସିଛି ରାୟଗଡ଼ାରୁ। ଆନ୍ଥେନ୍‌ ହୋଟେଲ୍‌ର ତୃତୀୟ ଫ୍ଲୋରରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା […]

man

  • Published: Saturday, 24 December 2022
  • , Updated: 24 December 2022, 10:35 PM IST

ରାୟଗଡ଼ା(ମାଉଡି ବାରିକ): ଦୁଇ ଦିନରେ ଗଲାଣି ଦୁଇ ଋଷ ପର୍ଯ୍ୟଟକଙ୍କ ଜୀବନ। ଶୁକ୍ରବାର ଜଣେ ଋଷ ପର୍ଯ୍ୟଟକଙ୍କ ମୃତଦେହ ହୋଟେଲ୍‌ ରୁମ୍‌ରୁ ମିଳିଥିବା ବେଳେ ଆଜି ଆଉ ଜଣେ ତୃତୀୟ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଋଷ ପର୍ଯ୍ୟଟକ ହେଲେ ପାବେଲି ଆନ୍ଥେନ୍‌। ଏପରି ଦୁଃଖଦ ଖବର ଆସିଛି ରାୟଗଡ଼ାରୁ।

ଆନ୍ଥେନ୍‌ ହୋଟେଲ୍‌ର ତୃତୀୟ ଫ୍ଲୋରରୁ ତଳକୁ ଡେଇଁ ପଡ଼ିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆନ୍ଥେନ୍‌ କ’ଣ ପାଇଁ ତୃତୀୟ ମହଲାରୁ ଡେଇଁଲେ, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଚଳାଇଛି।

ସୂଚନାରୁ ପ୍ରକାଶ, ଋଷର ୪ ନାଗରିକ ଓଡ଼ିଶା ଭ୍ରମଣରେ ଆସିଥିଲେ। ସେମାନେ ପ୍ରଥମେ ମନ୍ଦିର ମାଳିନୀ ଭୁବନେଶ୍ୱରକୁ ଆସିଥିଲେ। ଭୁବନେଶ୍ୱରର ପ୍ରକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ପରେ ସେମାନେ ଦାରିଙ୍ଗବାଡ଼ିକୁ ବୁଲିବା ପାଇଁ ଯାଇଥିଲେ। ସେଠାରୁ ସେମାନେ ରାୟଗଡ଼ା ଅଭିମୁଖେ ଯାଇଥିଲେ। ସେମାନେ ଗୁରୁବାର ରାତିରେ ରାୟଗଡ଼ା ଟାଉନ୍‌ରେ ଥିବା ଏକ ହୋଟେଲ୍‌ରେ ରହୁଥିଲେ। ୪ ଜଣ ଯାକ ଅଲଗା ଅଲଗା ରୁମ୍‌ରେ ରହୁଥିଲେ। ତେବେ ଶୁକ୍ରବାର ସକାଳେ ୪ ଜଣଙ୍କ ଭିତରୁ ବ୍ଲାଡିମିର ବିଦାନୋଭଙ୍କ ମୃତଦେହ ହୋଟେଲ୍‌ ରୁମରୁ ପୁଲିସ୍‌ ଉଦ୍ଧାର କରିଥିଲା। ପ୍ରଚୁର ପରିମାଣରେ ମଦ୍ୟ ପାନ ଯୋଗୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ପୁଲିସ୍‌ ଜାଣିବାକୁ ପାଇଥିଲା।

ବ୍ଲାଡିମିର ବିଦାନୋଭଙ୍କ ମୃତ୍ୟୁ ପରେ ଅନ୍ୟ ୩ ଋଷ ପର୍ଯ୍ୟଟକ ଜୟପୁର ନଯାଇ ସେହି ହୋଟେଲ୍‌ରେ ରହିଥିଲେ। ସେମାନଙ୍କ ଭିତରୁ ଆଜି ଆନ୍ଥେନ ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

Related story