ଭୁବନେଶ୍ୱରରେ ପଶିଥିବା ବାଘ ଗଲା କୁଆଡ଼େ?

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଗୋଟିଏ କଲରାପତରିଆ ବାଘ ପଶିଛି। ଏ ଖବର ପ୍ରଚାର ହେବା ପରେ ଭୁବନେଶ୍ୱରବାସୀ ଡରି ଯାଇଛନ୍ତି। ରବିବାର ରାତିରେ ସହରରେ ବାଘ ପଶିଥିଲେ ହେଁ, ତା’ପରେ ସେ କୁଆଡ଼େ ଗଲା ବା କେଉଁଠି ଲୁଚିଛି, ତାହା ଜଣାପଡ଼ି ନାହିଁ। ଅନ୍ୟପକ୍ଷରେ ବାଘକୁ ଧରିବା ପାଇଁ ଆରମ୍ଭ ହୋଇଛି ଅପେରସନ୍। ବନ ବିଭାଗ ସହିତ ସିଆଇଏସ୍‌ଏଫ୍ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ତା’ସହିତ ଏକ ଟ୍ରାଙ୍କୁଲାଇଜ୍ ଟିମ୍‌ ବି ଏହି ଅପରେସନ୍‌ରେ […]

leopard

leopard

Jitendra Garnayak
  • Published: Tuesday, 19 February 2019
  • Updated: 19 February 2019, 11:58 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରରେ ଗୋଟିଏ କଲରାପତରିଆ ବାଘ ପଶିଛି। ଏ ଖବର ପ୍ରଚାର ହେବା ପରେ ଭୁବନେଶ୍ୱରବାସୀ ଡରି ଯାଇଛନ୍ତି। ରବିବାର ରାତିରେ ସହରରେ ବାଘ ପଶିଥିଲେ ହେଁ, ତା’ପରେ ସେ କୁଆଡ଼େ ଗଲା ବା କେଉଁଠି ଲୁଚିଛି, ତାହା ଜଣାପଡ଼ି ନାହିଁ।

ଅନ୍ୟପକ୍ଷରେ ବାଘକୁ ଧରିବା ପାଇଁ ଆରମ୍ଭ ହୋଇଛି ଅପେରସନ୍। ବନ ବିଭାଗ ସହିତ ସିଆଇଏସ୍‌ଏଫ୍ କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି। ତା’ସହିତ ଏକ ଟ୍ରାଙ୍କୁଲାଇଜ୍ ଟିମ୍‌ ବି ଏହି ଅପରେସନ୍‌ରେ ସାମିଲ ହୋଇଛି। ବାଘ ଖୋଜା ଅଭିଯାନ ପାଇଁ ପୁରୁଣା ବିମାନବନ୍ଦରକୁ ଯାଇଥିବା ରାସ୍ତାକୁ ସିଲ୍ କରି ଦିଆଯାଇଛି।

ରବିବାର ରାତି ପ୍ରାୟ ୧୧ଟା ବେଳେ ଏୟାରପୋର୍ଟ ପାଚେରୀ ଡେଇଁ ଗୋଟିଏ କଲରାପତରିଆ ବାଘ ପଳାସପଲ୍ଲୀ ଅଞ୍ଚଳରେ ପ୍ରବେଶ କରିଥିଲା। ପରେ ବାଘଟି ରାସ୍ତା ଅତିକ୍ରମ କରି C-7/1 ପ୍ଲଟ୍ ପରିସରରେ ଥିବା ଏକ ବେସରକାରୀ ଅଫିସ୍‌ର ଦୁଆର ମୁହଁରେ ବସିଥିଲା। ତା’ପରେ ଚାରିଆଡ଼କୁ ଅନାଇ ବାଘଟି ଛାତ ଉପର ଦେଇ ପଳାଇ ଯାଇଥିଲା। ଏ ସବୁ ଦୃଶ୍ୟ ଦେଖି ସୁରକ୍ଷା କର୍ମୀ ଘର ମାଲିକଙ୍କୁ ଜଣାଇଥିଲେ। ପରେ ସିସିଟିଭି ଯାଞ୍ଚ କରିବାରୁ ପୂରା ଘଟଣା କ୍ୟାମେରାରେ କଏଦ ହୋଇଥିବା ଜଣାପଡ଼ିଥିଲା।

ସୂଚନାରୁ ପ୍ରକାଶ ଯେ, ଏୟାପୋର୍ଟ ଓ ପଳାଶପଲ୍ଲୀ ମଧ୍ୟରେ ଏକ ବିରାଟ ପଡ଼ିଆ ରହିଛି। ଏହି ଗଛରେ ପରିପୂର୍ଣ୍ଣ ଏହି ପଡ଼ିଆ ଜଙ୍ଗଲ ଭଳି ହୋଇଥିବାରୁ ବାଘଟି ସେହିଠାରେ ଲୁଚିଥିବା ଅନୁମାନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos