ଜଙ୍ଗଲରେ ଡାଳପତ୍ର ଖାଇଦେଲା ବୋଲି ଛେଳିକୁ ଉଠାଇ ନେଲା ବନ ବିଭାଗ!

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ନେଉଛନ୍ତି କାଠ ମାଫିଆ। ସେମାନଙ୍କ ପାଖରେ ଚୁପ୍‌ ବନ ବିଭାଗ। ହେଲେ ଛେଳିକୁ ଦେଖାଉଛି ନାଲି ଆଖି! ଜଙ୍ଗଲରେ ଡାଳ ପତ୍ର ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇଛି ବନ ବିଭାଗ। ଗତ ୩ ଦିନ ହେଲା ଛେଳିଟି ବନ ବିଭାଗ ପାଖରେ ବନ୍ଦୀ ଜୀବନ କାଟୁଛି। ଏପରି ରୋଚକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ବନାଞ୍ଚଳରୁ। ତେବେ ଏଠି ପ୍ରଶ୍ନ ଉଠୁଛି, ବନ ବିଭାଗ […]

Ganjam

  • Published: Saturday, 10 September 2022
  • , Updated: 10 September 2022, 04:24 PM IST

ଖଲ୍ଲିକୋଟ (ଶିଲୁ ବିଶ୍ୱାଳ): ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ନେଉଛନ୍ତି କାଠ ମାଫିଆ। ସେମାନଙ୍କ ପାଖରେ ଚୁପ୍‌ ବନ ବିଭାଗ। ହେଲେ ଛେଳିକୁ ଦେଖାଉଛି ନାଲି ଆଖି! ଜଙ୍ଗଲରେ ଡାଳ ପତ୍ର ଖାଇଦେଲା ବୋଲି ଛେଳିକୁ ଉଠାଇ ନେଇଛି ବନ ବିଭାଗ। ଗତ ୩ ଦିନ ହେଲା ଛେଳିଟି ବନ ବିଭାଗ ପାଖରେ ବନ୍ଦୀ ଜୀବନ କାଟୁଛି। ଏପରି ରୋଚକ ଖବର ଆସିଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ୍‌ ବନାଞ୍ଚଳରୁ। ତେବେ ଏଠି ପ୍ରଶ୍ନ ଉଠୁଛି, ବନ ବିଭାଗ କାହିଁକି ଛେଳିକି ଅଟକ ରଖିଛି?

ପୂରା ଖବରଟି ଏମିତି। ଖଲ୍ଲିକୋଟ ବ୍ଲକ୍‌ ମଥୁରା ପଞ୍ଚାୟତର ଭରାଷା-ନୂଆପଲ୍ଲୀ ଗାଁ ନିକଟରେ ରହିଛି ଗୋଟିଏ ଗ୍ରାମ୍ୟ ଜଙ୍ଗଲ। ଏହି ଜଙ୍ଗଲରେ ବନ ବିଭାଗ ଚାରା ରୋପଣ କରିଛି। ୩ ଦିନ ତଳେ ପରମା ପାତ୍ର ଓ କେ.ରାମାୟା ପାତ୍ର ନିଜ ଛେଳିକୁ ଧରି ସେହି ଜଙ୍ଗଲକୁ ଯାଇଥିଲେ। ଛେଳିମାନେ ଚଳୁଥିବା ବେଳେ ଗୋଟିଏ ଖାସି ବନ ବିଭାଗ ଲଗାଇଥିବା ଗଛର ଡାଳ ପତ୍ର ଖାଇଯାଇଥିଲା।

ଗଛ ସୁରକ୍ଷାରେ ନିୟୋଜିତ ହୋଇଥିବା ଦୁଇ ବନ କର୍ମଚାରୀ ଏହା ଦେଖି ତାତି ଯାଇଥିଲେ। ସେହି ଖାସି ଛେଳିକୁ ନେଇ ଯାଇଥିଲେ। ବନ ବିଭାଗର ଦୁଇ କର୍ମଚାରୀଙ୍କ ଏପରି କାର୍ଯ୍ୟକୁ ଛେଳି ଚାଷୀମାନେ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁଇ ବନ କର୍ମଚାରୀ ଛେଳି ଗୋଠ ମାଲିକଙ୍କୁ ଗାଳି ଦେଇଥିବା ଅଭିଯୋଗ ହୋଇଛି।

ଗତ ୩ ଦିନ ହେଲା ଖାସି ଛେଳିଟି ଖଲ୍ଲିକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ପୋଷ୍ଟମଟମ୍‌ ରୁମ୍‌ରେ ବନ୍ଦୀ ଜୀବନ କାଟୁଛି। ମାଲିକଙ୍କୁ ଛେଳି ଫେରାଉନାହିଁ ବନ ବିଭାଗ। ଏ ସମ୍ପର୍କରେ ଖଲ୍ଲିକୋଟ ରେଞ୍ଜରଙ୍କୁ ପଚାରିବାରୁ ସେ କୌଣସି ପ୍ରତିକ୍ରିୟା ଦେବେନାହିଁ ବୋଲି କହିଛନ୍ତି।

ସୂଚନାରୁ ପ୍ରକାଶ, ଖଲ୍ଲିକୋଟର ବିଭିନ୍ନ ଜଙ୍ଗଲରୁ ବାରମ୍ବାର ମୂଲ୍ୟବାନ ଶାଗୁଆନ ଗଛ କାଟି ନେଉଛନ୍ତି କାଠ ମାଫିଆ। ହେଲେ ସେମାନଙ୍କୁ କାବୁ କରିପାରୁ ନାହିଁ ବନ ବିଭାଗ। ଡାଳ ପତ୍ର ଖାଇଲା ବୋଲି ବନ ବିଭାଗ ଗୋଟିଏ ଛେଳିକୁ ୩ ଦିନ ଧରି ଅଟକାଇ ରଖିଛି।

Related story