ନୋଟିସ୍‌ ଜାରିକଲା ବନବିଭାଗ: ରାସ୍ତାରେ ମାଙ୍କଡ଼କୁ ଖାଇବାକୁ ଦିଅନି

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର) ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ କପିଳାସ ମନ୍ଦିର ଖୋଲିବା ପରେ ଏବେ ବନ ବିଭାଗ ଲୋକଙ୍କ ଲାଗି ଜାରି କରିଛି ନୋଟିସ୍ । ଢେଙ୍କାନାଳ- କପିଳାସ୍ ରୋଡ଼ରେ ନିତିଦିନ ଦୁର୍ଘଟଣାରେ ମାଙ୍କଡ଼ଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଏଣୁ ରାସ୍ତାରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ଲାଗି ମନା କରାଯାଇଛି । କେବଳ ଯେ ଦୁର୍ଘଟଣାରେ ମାଙ୍କଡ଼ ମରୁଛନ୍ତି ତାହା ନୁହେଁ ବରଂ ଦୃତ ଗତିରେ ଆସୁଥିବା ଲୋକଙ୍କ ଉପରକୁ ମାଙ୍କଡ଼ ଚାଲି ଆସିବା […]

monkey

Tapas Behera
  • Published: Sunday, 31 January 2021
  • , Updated: 31 January 2021, 04:37 PM IST

ଢେଙ୍କାନାଳ (ଓଡ଼ିଶା ରିପୋର୍ଟର) ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ କପିଳାସ ମନ୍ଦିର ଖୋଲିବା ପରେ ଏବେ ବନ ବିଭାଗ ଲୋକଙ୍କ ଲାଗି ଜାରି କରିଛି ନୋଟିସ୍ । ଢେଙ୍କାନାଳ- କପିଳାସ୍ ରୋଡ଼ରେ ନିତିଦିନ ଦୁର୍ଘଟଣାରେ ମାଙ୍କଡ଼ଙ୍କ ମୃତ୍ୟୁ ହେଉଥିବା ଦେଖିବାକୁ ମିଳିଛି । ଏଣୁ ରାସ୍ତାରେ ମାଙ୍କଡ଼ଙ୍କୁ ଖାଦ୍ୟ ଦେବା ଲାଗି ମନା କରାଯାଇଛି । କେବଳ ଯେ ଦୁର୍ଘଟଣାରେ ମାଙ୍କଡ଼ ମରୁଛନ୍ତି ତାହା ନୁହେଁ ବରଂ ଦୃତ ଗତିରେ ଆସୁଥିବା ଲୋକଙ୍କ ଉପରକୁ ମାଙ୍କଡ଼ ଚାଲି ଆସିବା ଫଳରେ ଲୋକଙ୍କ ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ହେଉଛି । ଏଣୁ ଏହି ରାସ୍ତାରେ ମାଙ୍କଡ଼ଙ୍କୁ ଖାଦ୍ୟ ନ ଦେବା ଲାଗି ଢେଙ୍କାନାଳ ଡିଏଫଓ ନିବେଦନ କରିଛନ୍ତି । ସେପଟେ ସ୍ଥାନୀୟ ଯୁବଗୋଷ୍ଠୀ ମାଙ୍କଡ଼ଙ୍କୁ ରାସ୍ତାରେ ଖାଦ୍ୟ ନ ଦେଇ ସେମାନଙ୍କ ଲାଗି ଅନ୍ୟ ଏକ ସ୍ଥାନରେ ପିଣ୍ଡି ପ୍ରସ୍ତୁତ କରି ଖାଦ୍ୟ ଦେବାକୁ ଅନୁରୋଧ କରିଛନ୍ତି।

Related story