ବାରିପଦା (ମାନିକ ଲାଲା ପାଣି): ଶିମିଳିପାଳରେ ଶିକାର କରି ହାତୀର ଦାନ୍ତ କାଟି ନେଇଥିଲେ। ହେଲେ ଗ୍ରାହକ ବେଶରେ ଯାଇ ଦୁଇ ହାତୀ ଶିକାରୀଙ୍କୁ ଗିରଫ କଲେ ବନ ବିଭାଗ ଅଧିକାରୀ।
ଗିରଫ ଦୁଇ ଶିକାରୀ ହେଲେ ଫାଗୁରାମ ହାଁସଦା ଓ ରାମଚନ୍ଦ୍ର ହାଁସଦା। ଏମାନେ ଶିମିଳିପାଳ ଅଭୟାରଣ୍ୟର ବୋଫର ଅଞ୍ଚଳ ଅନନ୍ତପୁର ଗାଁର ବୋଲି ଜଣାପଡ଼ିଛି। ପଚରାଉଚରା ବେଳେ ଏମାନେ ଶିମିଳିପାଳ ଅଭୟାରଣ୍ୟରେ ହାତୀ ଶିକାର କରିଥିବା ମାନିଥିବା ବନ ବିଭାଗ ସୂଚନା ଦେଇଛି। ଏହି ଦୁଇ ଅଭିଯୁକ୍ତଙ୍କ ଠାରୁ ବନ ବିଭାଗ ୪୫ କେଜି ଓଜନର ହାତୀଦାନ୍ତ ଜବତ କରିଛି।
ସୂଚନା ଅନୁଯାୟୀ, କିଛି ଦିନ ତଳେ ଉଦଳା ଓ କପ୍ତିପଦା ଅଞ୍ଚଳରେ ଦୁଇଟି ହାତୀର ଶିକାର କରାଯାଇଥିଲା। ତେବେ ଜବତ ହୋଇଥିବା ଦାନ୍ତ ଏହି ଦୁଇ ହାତୀର ନା ଅନ୍ୟ କୌଣସି ହାତୀର ସେ ନେଇ ବନ ବିଭାଗ ପକ୍ଷରୁ ତଦନ୍ତ କରାଯିବ। କେମିକାଲ୍ ଟେଷ୍ଟିଂ ପାଇଁ ଜବତ ହାତୀ ଦାନ୍ତକୁ ଡେରାଡୁନ୍ ପଠାଯିବ।
ଗିରଫ ଦୁଇ ଜଣ ସମ୍ପର୍କୀୟ ଭାଇ ହୋଇଥିବା ବେଳେ ଅନ୍ତଃରାଜ୍ୟ ସ୍ମଗଲରଙ୍କ ସହ ଏମାନଙ୍କ ସଂପର୍କ ଅଛି କି ନାହିଁ, ତାହାର ତଦନ୍ତ କରାଯିବ ବୋଲି ଡିଏଫଓ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼, ବାରିକେଡ ଭାଙ୍ଗିଲେ ଶ୍ରଦ୍ଧାଳୁ
ନୂଆବର୍ଷରେ କାଳିଆ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଛି ଜନସମୁଦ୍ର । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବାରିକେଡ୍ ଭାଙ୍ଗିଲେ ଭକ୍ତ ।
Accident
ମଉସା ସହ ବୁଲି ବାହାରିଥିଲା କୁନି ଝିଅ, ଚଢ଼ିଗଲା ହାଇୱା
ଆଜି ନୂଆବର୍ଷ ହୋଇଥିବା ବେଳେ ନିଜ ମଉସାଙ୍କ ସହ ବାଇକ୍ରେ ଖୁସି ମନରେ ବୁଲି ବାହାରିଥିଲା କୁନି ଝିଅଟି। ମାତ୍ର ଯୋବ୍ରା ବ୍ୟାରେଜ ନିକଟରେ ତାଙ୍କ ବାଇକ୍କୁ ଏକ ହାଇୱା ଧକ୍କା ଦେଇଥିଲା।
Science & Environment
ଶ୍ରୀହରିକୋଟ୍ଟାରୁ ସେଞ୍ଚୁରି କରିବ ଇସ୍ରୋ, ଜାନୁଆରୀରେ ହେବ ଉତକ୍ଷେପଣ
ଶ୍ରୀହରିକୋଟ୍ଟାରୁ ନୂଆବର୍ଷରେ ସେଞ୍ଚୁରି କରିବ ଇସ୍ରୋ। ଚଳିତବର୍ଷର ପ୍ରଥମ ମିଶନ ହେବ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାରୁ ଇସ୍ରୋର ୧୦୦ତମ ମିଶନ।
Miscellaneous
ବାଜିଲା NTCA ଛାଟ, ଓଡ଼ିଶା ଫେରିଲା ଜିନ୍ନତ
ବନବିଭାଗ ପକ୍ଷରୁ ସ୍ବତନ୍ତ୍ର ଗାଡିରେ ପାଇଲଟିଂ କରି ଜିନ୍ନତକୁ ଓଡ଼ିଶା ଅଣାଯାଇଛି । ଓଡ଼ିଶାରେ ପହଞ୍ଚିବା ପରେ ଜିନ୍ନତକୁ ଶିମିଳିପାଳ ଦକ୍ଷିଣ ଡିଭିଜନର ସଫ୍ଟ ଏନକ୍ଲୋଜରରେ ଛଡାଯାଇଛି ।
Events & Festivals
ନୂଆବର୍ଷରେ କାଳିଆକୁ ଦେଖିବାକୁ ମନ ଉଛନ, ବଡ଼ଦାଣ୍ଡ ହେଲା ଜନସମୁଦ୍ର
ନୂଆବର୍ଷରେ ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଚାଲିଛି ।