ଦେଖୁ ଦେଖୁ ଜଳିଗଲା ଝାଉଁ ଜଙ୍ଗଲ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସଦର ଅଞ୍ଚଳର ବେଳଦଳ ଜଙ୍ଗଲରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଏକର ଏକର ଝାଉଁ ଜଙ୍ଗଲ।  ପ୍ରାୟ ୮ ଏକର ଜଙ୍ଗଲରେ ନିଆଁ ଲାଗିଥିବା ବାଲୁଖଣ୍ଡ ରେଞ୍ଜର୍ ବେଣୁଧର ବେହେରା ସୂଚନା ଦେଇଛନ୍ତି। ମଳିଥିବା ସୂଚନା ଅନୁସାରେ, ଗତକାଲି ୧୩ ନମ୍ବର ଜୋନରେ ଥିବା ଝାଉଁ ଜଙ୍ଗଲରେ  ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।  ଜଙ୍ଗଲରେ ନିଆଁ ଲିଭିଯାଇଥିଲେ ମଧ୍ୟ ରାତିସାରା ବନ […]

fire

Tapaswini Nayak
  • Published: Thursday, 27 January 2022
  • , Updated: 27 January 2022, 09:34 AM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ସଦର ଅଞ୍ଚଳର ବେଳଦଳ ଜଙ୍ଗଲରେ ଅଗ୍ନିକାଣ୍ଡ। ହୁତୁହୁତୁ ହୋଇ ଜଳିଗଲା ଏକର ଏକର ଝାଉଁ ଜଙ୍ଗଲ।  ପ୍ରାୟ ୮ ଏକର ଜଙ୍ଗଲରେ ନିଆଁ ଲାଗିଥିବା ବାଲୁଖଣ୍ଡ ରେଞ୍ଜର୍ ବେଣୁଧର ବେହେରା ସୂଚନା ଦେଇଛନ୍ତି।

ମଳିଥିବା ସୂଚନା ଅନୁସାରେ, ଗତକାଲି ୧୩ ନମ୍ବର ଜୋନରେ ଥିବା ଝାଉଁ ଜଙ୍ଗଲରେ  ନିଆଁ ଲାଗି ଯାଇଥିଲା। ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ।  ଜଙ୍ଗଲରେ ନିଆଁ ଲିଭିଯାଇଥିଲେ ମଧ୍ୟ ରାତିସାରା ବନ କର୍ମଚାରୀ ସେଠାରେ ଜଗି ରହିବାକୁ ବାଲୁଖଣ୍ଡ ରେଂଜର ନିର୍ଦ୍ଦେଶ ଦେଇଥିଲେ।

୧୩ ନମ୍ବର ଜୋନରେ ଥିବା ଝାଉଁ ଜଙ୍ଗଲକୁ ପର୍ଯ୍ୟଟକମାନେ ଭୋଜି କରିବାକୁ ଆସିଥାନ୍ତି। ଭୋଜି କରି ଗଲାପରେ ସେମାନେ ନିଆଁ ଲିଭାଇ ନ ଯାଇଥିବା ହେତୁ  ଜଙ୍ଗଲରେ  ନିଆଁ ଲାଗି ଯାଇଥିବା ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ବିଡ଼ି ନିଆଁରୁ ଜଙ୍ଗଲ ଜଳିଥାଇ ପାରେ ବୋଲି ରେଞ୍ଜର ଆଶଙ୍କା କରିଛନ୍ତି।  ହେଲେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇ ନାହିଁ।

 

Related story