ପଦ୍ମ ଧରିଲେ ବିଜେଡି ନେତା ରବି ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ଦଳରେ ଯୋଗ ଦେଇଛନ୍ତି। ରବିଙ୍କ ସହ ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଟିକେଟ ବଣ୍ଟନକୁ ନେଇ ରବି ଅସନ୍ତୁଷ୍ଟ ଥିଲେ। ରବି ପାଣି ଗତ ୪ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ୨୦୦୯ରୁ ୨୦୧୪ […]

bjp

Manoranjan Sial
  • Published: Tuesday, 09 April 2019
  • , Updated: 09 April 2019, 06:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡିରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ସରକାରୀ ଦଳ ମୁଖ୍ୟ ସଚେତକ ରବି ପାଣି ଆଜି ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଯାଇ ସେ ଦଳରେ ଯୋଗ ଦେଇଛନ୍ତି। ରବିଙ୍କ ସହ ତାଙ୍କର ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି। ଟିକେଟ ବଣ୍ଟନକୁ ନେଇ ରବି ଅସନ୍ତୁଷ୍ଟ ଥିଲେ।

ରବି ପାଣି ଗତ ୪ ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ୨୦୦୯ରୁ ୨୦୧୪ ଯାଏ ପାଲଲହଡ଼ାରୁ ବିଜେଡିର ବିଧାୟକ ଥିଲେ। ପୂର୍ବରୁ ସେ ୧୯୮୯ରୁ ୯୧ ଯାଏ ଜନତା ଦଳରୁ ଦେବଗଡ଼ର ବିଧାୟକ ହୋଇଥିଲେ।

Related story