ନିର୍ବାଚନ ଲଢ଼ିବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀଙ୍କ ପୁଅ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକୁ ଆସିବାକୁ ମନ ବଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ସେ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ତେବେ କେଉଁ ଦଳରେ ସାମିଲ ହେବେ, ସେ ନେଇ ମୁହଁ ଖୋଲି ନ ଥିବାବେଳେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୃଥ୍ୱୀ ବଲ୍ଲଭ ତାଙ୍କୁ ଏ ନେଇ କୌଣସି […]

ff

Tapas Behera
  • Published: Sunday, 18 November 2018
  • , Updated: 18 November 2018, 08:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକୁ ଆସିବାକୁ ମନ ବଳାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଲଭ ପଟ୍ଟନାୟକ। ୨୦୧୯ ନିର୍ବାଚନ ପୂର୍ବରୁ ସେ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି କହିଛନ୍ତି । ତେବେ କେଉଁ ଦଳରେ ସାମିଲ ହେବେ, ସେ ନେଇ ମୁହଁ ଖୋଲି ନ ଥିବାବେଳେ ବେଗୁନିଆ-ବୋଲଗଡ଼ ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ପୃଥ୍ୱୀ ବଲ୍ଲଭ ତାଙ୍କୁ ଏ ନେଇ କୌଣସି ସୂଚନା ଦେଇ ନାହାନ୍ତି ।

ଓଡ଼ିଶା ରାଜନୀତିର ପ୍ରବାଦ ପୁରୁଷ ଥିଲେ ଜାନକୀ ବଲ୍ଲଭ ପଟ୍ଟନାୟକ। ଜଣେ ସଂସ୍କୃତ ବିଦ୍ୱାନ, ସାହିତ୍ୟିକ, ସମାଜ ସଂସ୍କାରକଭାବେ ଜାନକୀ ବେଶ ପରିଚିତ ଥିଲେ। ତେବେ ରଜନୀତିର ଶେଷ ସମୟରେ ଆସାମର ରାଜ୍ୟପାଳ ରହି ଅବସର ନେଇଥିଲେ।

Related story