ଦ୍ୱୈତନଗରୀରେ ହେବ ହାଇଭୋଲଟେଜ ଲଢ଼େଇ: ମଇଦାନରେ ଅଛନ୍ତି ପୂର୍ବତନ ଆଇପିଏସ୍‌ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦ୍ୱୈତନଗରୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ସ୍ମାର୍ଟସିଟି ଭୁବନେଶ୍ୱର ଓ ଐତିହାସିକ ସହର କଟକ ଦେଖିବ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଲଢ଼େଇ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନରେ ଥିବା ବେଳେ କଟକରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। […]

bjp-and-bjd-candet-in-bbsr-and-cuttack

bjp-and-bjd-candet-in-bbsr-and-cuttack

Manoranjan Sial
  • Published: Saturday, 30 March 2019
  • Updated: 30 March 2019, 08:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏପ୍ରିଲ ୨୩ ତାରିଖରେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ଦ୍ୱୈତନଗରୀରେ ହାଇଭୋଲଟେଜ୍ ଲଢ଼େଇ ହେବ। ସ୍ମାର୍ଟସିଟି ଭୁବନେଶ୍ୱର ଓ ଐତିହାସିକ ସହର କଟକ ଦେଖିବ ପୂର୍ବତନ ଆଇଏଏସ୍‌ ଓ ଆଇପିଏସ୍ ଲଢ଼େଇ। ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଓ ବିଜେଡିରୁ ଅରୂପ ପଟ୍ଟନାୟକ ନିର୍ବାଚନ ମଇଦାନରେ ଥିବା ବେଳେ କଟକରେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର ବିଜେପି ପ୍ରାର୍ଥୀ ହୋଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ।

ଭୁବନେଶ୍ୱର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ହୋଇଛନ୍ତି ଆଇଏଏସ୍‌ ଚାକିରି ଛାଡ଼ି ରାଜନୀତିକୁ ଲମ୍ଫ ମାରିଥିବା ଅପରାଜିତା ଷଡ଼ଙ୍ଗୀ। ନିର୍ବାଚନ ଘୋଷଣାର ପ୍ରାୟ ୨ମାସ ଆଗରୁ ସେ ଜନସମ୍ପର୍କ ବଢ଼ାଇବାରେ ଲାଗିଛନ୍ତି। ସେ ପୂର୍ବରୁ ଖୋର୍ଦ୍ଧାର ଜିଲ୍ଲାପାଳ ଓ ବିଏମ୍‌ସି କମିଶନର ପଦରେ ରହିଥିବାରୁ ଲୋକେ ତାଙ୍କୁ ଭଲ ଭାବେ ଜାଣିଛନ୍ତି। ତେଣୁ ତାଙ୍କୁ କିଛି ଅସୁବିଧା ହେଉନଥିବ ବୋଲି ଅନୁମାନ କରାଯାଉଛି।

ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି-“ମୁଁ କାହା ସାଙ୍ଗରେ ପ୍ରତିଯୋଗିତା କରିବାକୁ ଚାହୁଁନାହିଁ। ମୁଁ ହିଁ ନିଜର ସବୁଠାରୁ ବଡ଼ ପ୍ରତିଯୋଗୀ। ମୋତେ ଲୋକମାନଙ୍କଠାରୁ ବହୁ ସମର୍ଥନ ମିଳୁଛି। ସମସ୍ତେ ପରିବର୍ତ୍ତନ ଚାହୁଁଛନ୍ତି।”

ସେପଟେ ଅପରାଜିତାଙ୍କୁ ଟକ୍କର ଦେବାକୁ ବିଜେଡି ଅବସରପ୍ରାପ୍ତ ଆଇପିଏସ୍‌ ତଥା ମୁମ୍ବାଇର ପୂର୍ବତନ ପୁଲିସ କମିଶନର ଅରୂପ ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଛି। ସାମାନ୍ୟ ବିଳମ୍ବରେ ବିଜେଡି ଅରୂପଙ୍କ ନାଁ ଘୋଷଣା କରିଥିଲେ ମଧ୍ୟ ସେ ଲୋକଙ୍କ ପାଖରେ ପହଞ୍ଚିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଓ ବିଜେଡି ଚିହ୍ନ ତାଙ୍କ ପାଇଁ ନିର୍ବାଚନୀ ବୈତରଣୀ ପାର କରିବାରେ ସହାୟକ ହେବ ବୋଲି ଅରୂପ କହିଛନ୍ତି।

ଐତିହାସିକ ସହର କଟକ ଲୋକସଭା ଆସନରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର। ସେ ଜଣେ ଚିହ୍ନା ମୁହଁ, ଦକ୍ଷ ଓ ସଚ୍ଚୋଟ ପୁଲିସ ଅଫିସର ଭାବେ ବେଶ ପରିଚିତ। ରାଜନୀତିରେ ଯଦିଓ ସେ ନୂଆ, ତଥାପି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକପ୍ରିୟତା ସାଙ୍ଗକୁ ଭଲ ଭାବମୂର୍ତ୍ତି ତାଙ୍କ ପାଇଁ ଫାଇଦା ଆଣିବ ବୋଲି ଆଶା କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ।

ବିଜେପି ପ୍ରାର୍ଥୀ ପ୍ରକାଶ ମିଶ୍ର କହିଛନ୍ତି-“ସରକାରରେ ଥିବା ବେଳେ ଲୋକଙ୍କ ପାଇଁ କାମ କରୁଥିଲି। ଏବେବି ସେହି ଲୋକଙ୍କ ପାଇଁ କାମ କରିବି। ବର୍ତ୍ତମାନ ପରିବର୍ତ୍ତନର ହାୱା ବହିବାରେ ଲାଗିଲାଣି। ଲୋକମାନେ ଆଉ ଏବର ସରକାରଙ୍କୁ ବରଦାସ୍ତ ନକରି ଗୋଟିଏ ଭଲ ସରକାର ଦେବେ।”

ବିଜେପି ଓ ବିଜେଡିର ଆଇଏଏସ୍‌-ଆଇପିଏସ୍‌ ଫାଇଟ୍‌ ଭିତରେ ଭୁବନେଶ୍ୱର ଲୋକସଭା ଆସନରେ ଟାଣୁଆ ବାମ ନେତା ଜନାର୍ଦ୍ଦନ ପତିଙ୍କୁ ମଇଦାନଙ୍କୁ ଓହ୍ଲାଇଛି କଂଗ୍ରେସ-ସିପିଆଇ(ଏମ୍) ମେଣ୍ଟ। ତେବେ କଟକରେ ବିଜେପିର ପ୍ରକାଶ ମିଶ୍ରଙ୍କ ବିରୋଧରେ କେଉଁଭଳି ପ୍ରାର୍ଥୀଙ୍କୁ ବାଛି ଅନ୍ୟ ଦଳ ଭୋଟ ସଂଗ୍ରାମରେ ସାମିଲ ହେଉଛନ୍ତି, ତା ଉପରେ ସମସ୍ତଙ୍କ ନଜର ରହିଛି।

ତେବେ ଓଡ଼ିଶା ରାଜନୀତିରେ ବ୍ୟୁରୋକ୍ରାଟଙ୍କ ପ୍ରବେଶ ନୂଆ ନୁହେଁ। ପ୍ୟାରୀ ମୋହନ ମହାପାତ୍ରଙ୍କଠାରୁ ନେଇ ରାଧାକାନ୍ତ ନାୟକ, ବଟକୃଷ୍ଣ ତ୍ରିପାଠୀ, ଅନାଦି ସାହୁ, ଯତୀଶ ମହାନ୍ତି, ଅଶୋକ ତ୍ରିପାଠୀ, ଅମର ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ଉଦାହରଣ ରାଜ୍ୟବାସୀ ଦେଖିଛନ୍ତି। ଅବଶ୍ୟ ଏଥିରୁ କିଏ ସଫଳ ହୋଇଛନ୍ତି ତ କିଏ ବିଫଳତା ସ୍ୱାଦ ଚାଖି ଆପେ ରାଜନୀତିରୁ ଦୂରେଇ ଯାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story