ପ୍ରଶାସନ ଠେଲାଗାଡ଼ି ଏବଂ ମୋ ସରକାର ନାଟକ: ପ୍ରାକ୍ତନ ଖାଦ୍ୟ କମିଶନ ଅଧ୍ୟକ୍ଷ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ୩ଟି, ୫ଟି ଏବଂ ମୋ ସରକାର ପରି ଲାଗାତାର ନୂଆ ନୂଆ ଘୋଷଣା କରୁଥିବାବେଳେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଯାମୁଡ଼ା। ଏହି ସରକାର ଅଧୀନରେ କାମ କରି ପୂରା ବ୍ୟବସ୍ଥାକୁ ଆଖି ଆଗରେ ଦେଖିଥିବା ଶ୍ରୀ ଯାମୁଡ଼ା ଏକ ଫେସବୁକ୍ ପୋଷ୍ଟରେ ସରକାରଙ୍କ ପ୍ରଶାସନିକ ସ୍ୱଚ୍ଛତାର ପୋଲ୍ ଖୋଲିଛନ୍ତି। ସେ ଏହି ପୋଷ୍ଟରେ ୨୦୧୨ ମସିହାରେ ପାରିତ ହୋଇଥିବା ଓଡ଼ିଶା […]

jamuda-1

jamuda-1

Subrat Kumar Nayak
  • Published: Thursday, 17 October 2019
  • Updated: 17 October 2019, 06:54 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶା ସରକାର ୩ଟି, ୫ଟି ଏବଂ ମୋ ସରକାର ପରି ଲାଗାତାର ନୂଆ ନୂଆ ଘୋଷଣା କରୁଥିବାବେଳେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପ୍ରାକ୍ତନ ଖାଦ୍ୟ କମିଶନ ଅଧ୍ୟକ୍ଷ ରଙ୍ଗଲାଲ ଯାମୁଡ଼ା। ଏହି ସରକାର ଅଧୀନରେ କାମ କରି ପୂରା ବ୍ୟବସ୍ଥାକୁ ଆଖି ଆଗରେ ଦେଖିଥିବା ଶ୍ରୀ ଯାମୁଡ଼ା ଏକ ଫେସବୁକ୍ ପୋଷ୍ଟରେ ସରକାରଙ୍କ ପ୍ରଶାସନିକ ସ୍ୱଚ୍ଛତାର ପୋଲ୍ ଖୋଲିଛନ୍ତି। ସେ ଏହି ପୋଷ୍ଟରେ ୨୦୧୨ ମସିହାରେ ପାରିତ ହୋଇଥିବା ଓଡ଼ିଶା ଜନସେବା ଅଧିକାର ଆଇନଠାରୁ ଆରମ୍ଭ କରି ୫ଟି ଯାଏ ଏବଂ ଇ-ଗଭର୍ଣ୍ଣାନ୍ସଠାରୁ ଆରମ୍ଭ କରି ମୋ ସରକାର ଯାଏ ତମାମ ପ୍ରସଙ୍ଗର ଚିତ୍ର ରଖିଛନ୍ତି।

ସେ କହିଛନ୍ତି, “ଆରମ୍ଭରୁ କୁହାଯାଇଥିଲା ସମସ୍ତ ପ୍ରଶାସନିକ ନିଷ୍ପତ୍ତି ବାବଦରେ ତଥ୍ୟ ସାର୍ବଜନୀନ କରାଯିବ ଏବଂ ୱେବସାଇଟ୍‌ରେ ଉପଲବ୍ଧ ହେବ। କିନ୍ତୁ ଏହି ପ୍ରତିଶ୍ରୁତି ପାଳନ ନହେବା ସହ ଗତ କିଛି ବର୍ଶ ହେଲା ୱେବସାଇଟ୍‌ରେ ମଧ୍ୟ ନିୟମିତ ତଥ୍ୟ ଦିଆଯାଉନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ପ୍ରଦର୍ଶନ ସତ୍ତ୍ୱେ ସରକାର ପୁଣି ଘୋଷଣା କଲେ ସରକାର ୩ଟି (ଟେକ୍ନୋଲୋଜି, ଟ୍ରାନ୍ସପରେନ୍ସି ଏବଂ ଟିମ୍‌ୱାର୍କ) ନୀତି ପାଳନ କରିବେ। ଲୋକଙ୍କୁ ଉନ୍ନତ ସେବା ଯୋଗାଇବାକୁ ଏଭଳି ଘୋଷଣା କରାଯାଇଥିବାବେଳେ ତାହା କେବଳ ଘୋଷଣାରେ ସୀମିତ ରହିଥିଲା।”

ସେ ଏହାପରେ କହିଛନ୍ତି, “ଏହି ୩ଟି ସହ ପରେ ଟାଇମ୍‌ ଏବଂ ଟ୍ରାନ୍ସଫର୍ମେସନ୍‌ ଯୋଡ଼ାଯାଇଥିଲା। ଠିକ୍‌ ସମୟରେ ସରକାରୀ ନୀତି କାମରେ ଲଗାଇବା ସହ ରାଜ୍ୟର ‘ଟ୍ରାନ୍ସଫର୍ମେସନ୍‌’ କରାଯିବ ବୋଲି କୁହାଯାଇଥିଲା। ଏହାପରେ ସଦ୍ୟତମ ନାଟକ ହେଉଛି ମୋ ସରକାର। ସତେ ଯେମିତି ଆଗରୁ ଆଉ କାହା ସରକାର ଥିଲା। ଅକ୍ଟୋବର ୨ରୁ ଏହା ଆରମ୍ଭ ହୋଇଥିଲେ ମଧ୍ୟ ଏଯାଏ ୨ଟି ବିଭାଗ ଛୁଇଁପାରିଛି। ୩୧ ମାର୍ଚ୍ଚ ୨୦୨୦ ବେଳକୁ ମୋ ସରକାର ସବୁ ବିଭାଗକୁ ଛୁଇଁବ ବୋଲି ଖବର ପ୍ରକାଶିତ ହୋଇଛି।”

ଶେଷରେ ଯାମୁଡ଼ା ଲେଖିଛନ୍ତି, “ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି, ପ୍ରଶାସନିକ ବ୍ୟବସ୍ଥା ବୋଧହୁଏ ଗତି ବଢ଼ାଇପାରୁନି ଏବଂ ଏଥିପାଇଁ ଏଥିରେ ଜୀବନ ଭରିବାକୁ କାହାକୁ ଗୋଟେ ପଛରୁ ଶକ୍ତିଶାଳୀ ଝଟ୍‌କା ଦେବାକୁ ପଡ଼ୁଛି। ଏହା ଠେଲାଗାଡ଼ି ପାଲଟି ଯାଇଛି କି? ଯଦି ନା ତାହାଲେ ଏ ନାଟକ କ’ଣ ପାଇଁ?”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos