ଚିଲିକାରେ ମାଲେସିଆ ଜାହାଜ: ବୈଜୟନ୍ତଙ୍କ କଟାକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ନିକଟରେ ଏକ ମାଲେସିଆ ଜାହାଜ ପଡ଼ି ରହିବା ଘଟଣାକୁ ନେଇ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଆଳ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ବିଜେଡିକୁ କଟାକ୍ଷ କରିଛନ୍ତି। ଟ୍ୱିଟର ମାଧ୍ୟମରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୭ ତାରିଖରୁ ଏକ ମାଲେସିଆ ଜାହାଜ ଚିଲିକା ନିକଟରେ ଖରାପ ହୋଇପଡ଼ି ରହିଛି। ଏଥିରେ ଥିବା ୩୩ ହଜାର ଲିଟର ତେଲ ଜୈବ ବିବିଧତା ଓ ମାଛ ଉତ୍ପାଦନ ପାଇଁ ସଙ୍କଟ […]

baijayant-panda

Debendra Prusty
  • Published: Monday, 26 August 2019
  • , Updated: 26 August 2019, 06:47 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚିଲିକା ନିକଟରେ ଏକ ମାଲେସିଆ ଜାହାଜ ପଡ଼ି ରହିବା ଘଟଣାକୁ ନେଇ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ଆଳ କରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା ବିଜେଡିକୁ କଟାକ୍ଷ କରିଛନ୍ତି।

ଟ୍ୱିଟର ମାଧ୍ୟମରେ ଶ୍ରୀ ପଣ୍ଡା କହିଛନ୍ତି ଯେ, ୭ ତାରିଖରୁ ଏକ ମାଲେସିଆ ଜାହାଜ ଚିଲିକା ନିକଟରେ ଖରାପ ହୋଇପଡ଼ି ରହିଛି। ଏଥିରେ ଥିବା ୩୩ ହଜାର ଲିଟର ତେଲ ଜୈବ ବିବିଧତା ଓ ମାଛ ଉତ୍ପାଦନ ପାଇଁ ସଙ୍କଟ ବୋଲି ପରିବେଶବିତ୍ ମତ ଦେଲେଣି। କିନ୍ତୁ କେହି ଚିନ୍ତା ପ୍ରକଟ କରୁନାହାନ୍ତି। ଯଦି ହଠାତ୍ ଏହି ଜାହାଜର ଅସଲ ମାଲିକ ପଣ୍ଡାବାବୁ ବୋଲି ଜଣାପଡ଼ନ୍ତା ତା’ହେଲେ ଶଙ୍ଖଦଳିଆ ପୁଣି ରାସ୍ତାଘାଟରେ ମାତିଯାଆନ୍ତେ।

ଶ୍ରୀ ପଣ୍ଡା ଏହି ଟ୍ୱିଟ୍ ସହ ଏକ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶିତ ଶୀର୍ଷକ ଖବର ‘ପଣ୍ଡାଙ୍କ ସି-ପ୍ଲେନ୍ ଓ ମାଲେସିଆ ଜାହାଜ’ କୁ ମଧ୍ୟ ଉଦ୍ଧୃତ କରିଛନ୍ତି। ଉକ୍ତ ସମ୍ବାଦପତ୍ରରେ ଶ୍ରୀ ପଣ୍ଡାଙ୍କ ସି-ପ୍ଲେନ୍ ଚିଲିକାରେ ଓହ୍ଲାଇଥିବା ଅଭିଯୋଗକୁ ନେଇ ଗୋଟିଏ ଖବରକାଗଜ କିଭଳି ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରକାଶ କରିଥିଲା ଏବଂ ବିଜେଡି ନେତା ଓ କର୍ମୀମାନେ ରାଜରାସ୍ତାକୁ ଓହ୍ଲାଇ ତୁମ୍ବିତୋଫାନ କରିଥିଲେ ସେ ନେଇ ଲେଖା ପ୍ରକାଶ ପାଇଛି। ସେଥିରେ କୁହାଯାଇଛି ଯେ, ଏବେ ମାଲେସିଆ ଜାହାଜ ସେଠାରେ ଅଟକି ରହିଥିବା ଯୋଗୁ ଚିଲିକା ପ୍ରତି ବିପଦ ଦେଖାଦେଇଛି। ମାତ୍ର ଏହାକୁ ନେଇ କୌଣସି ଜଣେ ବି ବିଜେଡି ନେତା ସ୍ୱର ଉତ୍ତୋଳନ କରୁନାହାନ୍ତି।

ଏହା ଚିଲିକା ପ୍ରତି ବିଜେଡି ନେତାମାନଙ୍କର ଦରଦକୁ ପଦାରେ ପକାଇଛି। ଚିଲିକା ପ୍ରତି ବିଜେଡି ନେତାମାନଙ୍କର ଯେତିକି ଦରଦ ନାହିଁ ତା’ଠୁ ବେଶୀ ରାଗ ଶ୍ରୀ ପଣ୍ଡାଙ୍କ ଉପରେ ରହିଛି ବୋଲି ଖବର ପ୍ରକାଶ ପାଇଛି। ଆଉ ଏହାକୁ ଶ୍ରୀ ପଣ୍ଡା ନିଜେ ଟ୍ୱିଟ୍ କରି ବିଜେଡିକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି।

Related story