ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଯାଇଛି। ଅର୍ଜୁନଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ସେଠୀ ଭଦ୍ରକ ଲୋକସଭା ଆସନରୁ ୮ ଥର ନିର୍ବାଚିତ ହୋଇଥିଲେ। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ ଅର୍ଜୁନ। ଏପରିକି ଅଟବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ଅମଳରେ ସେ କେନ୍ଦ୍ର […]

arjun

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 09:29 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ସେଠୀଙ୍କ ପରଲୋକ ହୋଇଛି। ୭୯ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ବିୟୋଗ ହୋଇଯାଇଛି। ଅର୍ଜୁନଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶିକ୍ଷକ ଭାବେ କ୍ୟାରିଅର ଆରମ୍ଭ କରିଥିବା ଶ୍ରୀ ସେଠୀ ଭଦ୍ରକ ଲୋକସଭା ଆସନରୁ ୮ ଥର ନିର୍ବାଚିତ ହୋଇଥିଲେ। ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ମଧ୍ୟ ଥିଲେ ଅର୍ଜୁନ। ଏପରିକି ଅଟବିହାରୀ ବାଜପେୟୀଙ୍କ ପ୍ରଧାନମନ୍ତ୍ରିତ୍ୱ ଅମଳରେ ସେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଥିଲେ। ଏହାଛଡ଼ା ସେ ରାଜ୍ୟ ବିଧାନସଭାକୁ ମଧ୍ୟ ୨ ଥର ନିର୍ବାଚିତ ହୋଇଥିଲେ। ତେବେ ୨୦୧୯ ସାଧାରଣ ନିର୍ବାଚନରେ ଅର୍ଜୁନ ସେଠୀଙ୍କୁ ବିଜେଡିରୁ ଟିକଟ ମିଳିନଥିଲା। ତେଣୁ ସେ ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେଇଥିଲେ ଏବଂ ତାଙ୍କ ପୁଅ ଅଭିମନ୍ୟୁ ଭଦ୍ରକ ଲୋକସଭା କ୍ଷେତ୍ରରୁ ବିଜେପି ଟିକଟରେ ସାଂସଦ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଅର୍ଜୁନ ସେଠୀଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି।

Related story