ପୋଖରୀପୁଟରେ ନିର୍ମାଣ ହେବ ହଜ୍ ଗୃହ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ପୋଖରୀପୁଟରେ ନିର୍ମାଣ ହେବ ହଜ୍ ଗୃହ। ୨କୋଟି ୩୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେଶରୀ ନଗରରେ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅର୍ଥନୈତିକ ଅପରାଧ ଓ ସ୍ୱତନ୍ତ୍ର କାର୍ଯ୍ୟବାହିନୀ ତଥା ଓଡ଼ିଶାର ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱତନ୍ତ୍ର ଆରକ୍ଷୀ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 10:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହଜ୍ ଯାତ୍ରୀଙ୍କ ପାଇଁ ଭୁବନେଶ୍ୱର ପୋଖରୀପୁଟରେ ନିର୍ମାଣ ହେବ ହଜ୍ ଗୃହ। ୨କୋଟି ୩୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି କେଶରୀ ନଗରରେ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଅର୍ଥନୈତିକ ଅପରାଧ ଓ ସ୍ୱତନ୍ତ୍ର କାର୍ଯ୍ୟବାହିନୀ ତଥା ଓଡ଼ିଶାର ନୂତନ କାର୍ଯ୍ୟାଳୟର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।  ୭ କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ସ୍ୱତନ୍ତ୍ର ଆରକ୍ଷୀ ବାହିନୀ, ଓଡ଼ିଶାର ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ରର ଉଦ୍‌ଘାଟନ ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ। ସି.ଇ.ଟିରେ ୫୩୦ ସିଟ୍ ବିଶିଷ୍ଟ ଛାତ୍ରୀ ନିବାସ ଆଜି ଉଦ୍‌ଘାଟିତ ହୋଇଛି।

Related story