ସସ୍‌ପେନ୍ସ ଦୂର କଲା ବିଏମ୍‌ସି, ବମିଖାଲ୍‌ରେ ୧୮ କରୋନା ଆକ୍ରାନ୍ତଙ୍କ ଭିତରୁ ୪ ଜଣ ସତ୍ୟନଗର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସତ୍ୟନଗରକୁ କାହିଁକି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି? ଏହାର ଉତ୍ତର ରଖିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବମିଖାଲ୍‌ରେ ‘କରୋନା’ ଆକ୍ରାନ୍ତଙ୍କ ୧୮ ଜଣଙ୍କ ଭିତରୁ ୪ ଜଣ ସତ୍ୟନଗରରେ। ସେଥିପାଇଁ ସତ୍ୟନଗରକୁ ଆଜି ବିଏମ୍‌ସି ସିଲ୍‌ କରି ସାନିଟାଇଜ୍‌ କରୁଛି। ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ଭୁବନେଶ୍ୱରରେ। ସେମାନଙ୍କ ଭିତରୁ ବମିଖାଲ୍‌ରେ […]

satyanager

satyanager

Manoranjan Sial
  • Published: Wednesday, 08 April 2020
  • Updated: 08 April 2020, 07:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସତ୍ୟନଗରକୁ କାହିଁକି କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି? ଏହାର ଉତ୍ତର ରଖିଛନ୍ତି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ବମିଖାଲ୍‌ରେ ‘କରୋନା’ ଆକ୍ରାନ୍ତଙ୍କ ୧୮ ଜଣଙ୍କ ଭିତରୁ ୪ ଜଣ ସତ୍ୟନଗରରେ। ସେଥିପାଇଁ ସତ୍ୟନଗରକୁ ଆଜି ବିଏମ୍‌ସି ସିଲ୍‌ କରି ସାନିଟାଇଜ୍‌ କରୁଛି।

ଆଜି ସୁଦ୍ଧା ରାଜ୍ୟରେ ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୩୪ ଜଣ ଭୁବନେଶ୍ୱରରେ। ସେମାନଙ୍କ ଭିତରୁ ବମିଖାଲ୍‌ରେ ୧୮ ଜଣ ଆକ୍ରାନ୍ତ ହୋଇଛନ୍ତି। ତେବେ ସେହି ୧୮ ଜଣଙ୍କ ମଧ୍ୟରୁ ୪ ଜଣ ସତ୍ୟାନଗରରେ ଥିବା ଜଣାପଡ଼ିଛି।

ତେବେ ଅନ୍ୟ ଆକ୍ରାନ୍ତ ଓ ମୃତକମାନେ ହେଲେ- ବଡ଼ଗଡ଼ରେ ଜଣେ, ଭରତପୁରରେ ଜଣେ, ସହିଦ୍‌ ନଗରରେ ଜଣେ, ସୂର୍ଯ୍ୟନଗରରେ ୮ ଜଣ, କପିଳପ୍ରସାଦରେ ଜଣେ, ୟୁନିଟ୍‌-୫ରେ ଜଣେ, ମହିଷାଖାଲ ବିଜେବି ନଗରରେ ଜଣେ, ୟୁନିଟ୍‌-୩ ମଧୁସୂଦନ ନଗରରେ ଜଣେ ଆକ୍ରାନ୍ତ ହୋଇଥିବା ବେଳେ ଝାରପଡ଼ାରେ ଜଣଙ୍କର ମୃତ୍ୟୁ ଘଟିଛି।

‘କରୋନା’ ବ୍ୟାପିବା ଭୟରେ ଭୁବନେଶ୍ୱରରେ ୫ଟି ସ୍ଥାନକୁ ସଂକ୍ରମଣ ପ୍ରତିରୋଧ ଅଞ୍ଚଳ ଭାବେ ଘୋଷଣା କରିଛି ବିଏମ୍‌ସି। ସେହି ଅଞ୍ଚଳ ଗୁଡ଼ିକ ହେଲା ବମିଖାଲ, ସୂର୍ଯ୍ୟନଗର, ସତ୍ୟନଗର, ସୁନ୍ଦରପଦା ଓ ବେଗୁନିଆ। ଉକ୍ତ ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି। ମେଡିକାଲ୍‌ ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ନମୁନା ସଂଗ୍ରହ କରୁଛି।

ସୂର୍ଯ୍ୟନଗର ପାଇଁ ଏଲ୍‌ଆଇସି ସ୍କୋୟାର୍‌ଠାରୁ ଗଙ୍ଗନଗର, ଗଙ୍ଗନଗରରୁ ଶିରିପୁର ସ୍କୋୟାର୍‌, ଶିରିପୁର ସ୍କୋୟାରଠାରୁ ଗୋପବନ୍ଧୁ ସ୍କୋୟାର, ଗୋପବନ୍ଧୁ ସ୍କୋୟାରଠାରୁ ଏଲ୍‌ଆଇସି ସ୍କୋୟାର୍‌ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏହାଛଡ଼ା ୟୁନିଟ୍‌-୫ ଅଞ୍ଚଳରେ ଆଇବି ଅଫିସ୍‌କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେହି ଅଞ୍ଚଳରେ ମଧ୍ୟ ଘରକୁ ଘର ସର୍ଭେ କରାଯାଇ ନମୁନା ସଂଗ୍ରହ କରାଯାଉଛି।

ସେହିପରି ସତ୍ୟନଗର ପାଇଁ- ସତ୍ୟନଗର ସ୍କୋୟାରରୁ କାଳି ମନ୍ଦିର, କାଳି ମନ୍ଦିରଠାରୁ ପତଞ୍ଜଳି ଷ୍ଟୋର, ପତଞ୍ଜଳି ଷ୍ଟୋରଠାରୁ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଅଫିସର୍ସ କ୍ୱାର୍ଟର୍ସଠାରୁ ସତ୍ୟାନଗର ସ୍କୋୟାର ଭାୟା ମିଶନାରୀ ଚାରିଟି ଆକ୍ସିସ୍‌ ବ୍ୟାଙ୍କ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି। ଏହାଛଡ଼ା ସତ୍ୟନଗର PWD କ୍ୱାର୍ଟର୍ସରେ ରହୁଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି।

ଠିକ୍‌ ସେହିପରି ବମିଖାଲ୍‌ର ପ୍ରବେଶ ପଥକୁ ସିଲ୍‌ କରାଯାଇଛି। କେଫେକଫି ଡେ’ ଲେନ୍‌ରୁ ଝାରପଡ଼ା କେନାଲ୍‌ ରୋଡ୍‌, ଝାରପଡ଼ା କେନାଲ୍‌ ରୋଡାରୁ ଝାରପଡ଼ା ଦୁର୍ଗାପୂଜା ମଣ୍ଡପ, ଝାରପଡ଼ା ଦୁର୍ଗାପୂଜା ମଣ୍ଡପଠାରୁ କଟକ-ପୁରୀ ରୋଡ୍‌, କଟକ-ପୁରୀ ରୋଡ୍‌ଠାରୁ କେଫେ କଫି ଡେ ଲେନ୍‌ ପର୍ଯ୍ୟନ୍ତ ସିଲ୍‌ କରାଯାଇଛି।

ସୁନ୍ଦରପଡ଼ା ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି। ବିଏମ୍‌ସି ସୁନ୍ଦରପଦା ପୌର ଚିକିତ୍ସାଳୟଠାରୁ କାଳୁଆସନୀ ମନ୍ଦିର, ପୌର ଚିକିତ୍ସାଳୟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ, କାଳୁଆସନୀ ମନ୍ଦିରଠାରୁ ଟାଟା ପ୍ରୋଜେକ୍ଟ ଯାଏଁ ଓ ଟାଟା ପ୍ରୋଜେକ୍ଟଠାରୁ ସରକନ୍ତରା ନୂଆ କଲଭର୍ଟ ଯାଏଁ ସିଲ କରାଯାଇଛି। ବେଗୁନିଆ ଅଞ୍ଚଳକୁ ମଧ୍ୟ ସିଲ୍‌ କରାଯାଇଛି। ପାଲାମଣ୍ଡପ ଛକରୁ ଯଦୁପୁର ଗାଁ, ପାଣିଟାଙ୍କିରୁ ଯଦୁପୁର ଗାଁ, ମୁଖ୍ୟ ରାସ୍ତା ଅଟୋ ଷ୍ଟାଣ୍ଡରୁ ଯଦୁପୁର ଗାଁ ଓ ଅମ୍ବେଦକର ଶିକ୍ଷା କେନ୍ଦ୍ରରୁ ଯଦୁପୁର ଗାଁ ଅଞ୍ଚଳକୁ ସିଲ୍ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story