ଝାଡ଼ାବାନ୍ତିରେ ୪ ମୃତ, ୧୬ ଅସୁସ୍ଥ

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଟିକିରି ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗତକାଲି ଟିକିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ  ଘଟିଥିବା ବେଳେ ଆଜି ସକାଳେ ଝଡ଼ିଆ ସାହିରେ ଝାଡ଼ାବାନ୍ତିରେ  ୩ ଜଣଙ୍କର ମୃତ୍ୟୁ ହୋଇଛି। ସବୁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ନଥିବା ଗ୍ରାମବାସୀ […]

diarrhoea

Tapaswini Nayak
  • Published: Friday, 15 July 2022
  • , Updated: 15 July 2022, 08:33 AM IST

ରାୟଗଡ଼ା(ଓଡ଼ିଶା ରିପୋର୍ଟର): ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ଆତଙ୍କ। ଝାଡ଼ାବାନ୍ତିରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ ଜଣ ଅସୁସ୍ଥ ଅଛନ୍ତି। ସେମାନଙ୍କୁ ଟିକିରି ଓ କାଶିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଗତକାଲି ଟିକିରି ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଜଣେ ମହିଳାଙ୍କର ମୃତ୍ୟୁ  ଘଟିଥିବା ବେଳେ ଆଜି ସକାଳେ ଝଡ଼ିଆ ସାହିରେ ଝାଡ଼ାବାନ୍ତିରେ  ୩ ଜଣଙ୍କର ମୃତ୍ୟୁ ହୋଇଛି। ସବୁ ଗାଁରେ ମେଡିକାଲ ଟିମ୍ ପହଞ୍ଚି ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ମେଡିକାଲ ଟିମ୍‌ ଗାଁ ଗୁଡ଼ିକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ବୋଲି ରାୟଗଡ଼ା ସିଡିଏମ୍‌ଓ କହିଛନ୍ତି।

ଅନ୍ୟପଟେ ମୃତ୍ୟୁ ଓ ଅକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇଥିବାରୁ ଅଞ୍ଚଳ ବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି। କେଉଁ କାରଣ ପାଇଁ କାଶିପୁର ବ୍ଲକ୍‌ରେ ଝାଡ଼ାବାନ୍ତି ବ୍ୟାପିଛି, ତାର କାରଣ ଜଣାପଡ଼ି ନାହିଁ। ପାଣି ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇ ନାହିଁ।

Related story