ପିକ୍‌ନିକ୍ ସାରି ଫେରୁଥିବା ବେଳେ ଦୁର୍ଘଟଣା; ୪ ମୃତ, ୧୦ ଆହତ

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଏକ ଟାଟା ୱିଙ୍ଗରରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୪ ଜଣ ଥିଲେ। ସେମାନେ ବଲାଙ୍ଗିର ହରିଶଙ୍କର, ନୃସିଂହନାଥ ସହିତ କୋରାପୁଟର ଗୁପ୍ତେଶ୍ୱର ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଓ ପିକ୍‌ନିକ୍ କରି ଫେରୁଥିଲେ। ହେଲେ ଘର ପାଖାପାଖି ପହଞ୍ଚିବା ବେଳକୁ ଟାଟା ୱିଙ୍ଗରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଥମେ ଏକ ଟ୍ରକ୍ ସହିତ ଓ ତା’ପରେ ଏକ ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସହିତ ଟାଟା ୱିଙ୍ଗରର ଧକ୍କା ହୋଇଥିଲା। ଫଳରେ […]

tatawinger

Jitendra Garnayak
  • Published: Sunday, 09 December 2018
  • , Updated: 09 December 2018, 08:37 AM IST

ଅନୁଗୋଳ (ବିରଜା ପ୍ରସାଦ ଦାଶ): ଏକ ଟାଟା ୱିଙ୍ଗରରେ ଡ୍ରାଇଭରଙ୍କୁ ମିଶାଇ ମୋଟ ୧୪ ଜଣ ଥିଲେ। ସେମାନେ ବଲାଙ୍ଗିର ହରିଶଙ୍କର, ନୃସିଂହନାଥ ସହିତ କୋରାପୁଟର ଗୁପ୍ତେଶ୍ୱର ଆଦି ପର୍ଯ୍ୟଟନ ସ୍ଥଳୀ ବୁଲାବୁଲି କରି ଓ ପିକ୍‌ନିକ୍ କରି ଫେରୁଥିଲେ। ହେଲେ ଘର ପାଖାପାଖି ପହଞ୍ଚିବା ବେଳକୁ ଟାଟା ୱିଙ୍ଗରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରଥମେ ଏକ ଟ୍ରକ୍ ସହିତ ଓ ତା’ପରେ ଏକ ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍ ସହିତ ଟାଟା ୱିଙ୍ଗରର ଧକ୍କା ହୋଇଥିଲା। ଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ କତଡ଼ା ନିକଟରେ। ଗତକାଲି ରାତି ପ୍ରାୟ ସାଢ଼େ ଗୋଟାଏ ବେଳେ ଏ ଘଟଣା ଘଟିଥିଲା। ଏମାନେ ସମସ୍ତେ ବଲସିଂଘା ଅଭିମୁଖେ ଫେରୁଥିଲେ।

[caption id="attachment_310650" align="aligncenter" width="750"] ଟାଟା ୱିଙ୍ଗରର ଧକ୍କା ପରେ ଓଲଟି ପଡ଼ିଛି ପରିବା ବୋଝେଇ ପିକ୍‌ଅପ୍ ଭ୍ୟାନ୍‌[/caption]

ଘଟଣାସ୍ଥଳରେ ତିନି ଜଣଙ୍କର ମୃତ୍ୟୁ ଘଟିଥିଲା। ଆହତମାନଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତିନି ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠା ଯାଇଥିଲା। ତେବେ ବାଟରେ ଜଣଙ୍କ ମୃତ୍ୟୁ ଘଟିଥିଲା।

ଘଟଣାସ୍ଥଳରେ ଯେଉଁମାନଙ୍କ ମୃତ୍ୟୁ ଘଟିଥିଲା, ସେମାନେ ହେଲେ- ଧରଣୀ ପ୍ରଧାନ, ଅରୁଣ ସାହୁ ଓ ଶିବରାମ ସାହୁ। ଚତୁର୍ଥ ମୃତବ୍ୟକ୍ତିଙ୍କ ନାଁ ସ୍ପଷ୍ଟ ହୋଇପାରି ନାହିଁ।

ଧରଣୀ ଓ ଅରୁଣ ବଲସିଂଘାର ହୋଇଥିବା ବେଳେ ଶିବରାମଙ୍କ ଘର ତୁଳସୀପୁରରେ ବୋଲି ଜଣାପଡ଼ିଛି।

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ସୁଶାନ୍ତ କୁମାର ପଣ୍ଡା କହିଛନ୍ତି,“ମୋଟ ୧୧ ଜଣଙ୍କୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେମାନଙ୍କୁ ଚିକିତ୍ସା କରାଯାଇଛି। ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା।”

ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଆହତମାନେ ହେଲେ ବିଶେଶ୍ୱର ପ୍ରଧାନ, ବିଜୟ ସାହୁ, ପ୍ରସନ୍ନ ପ୍ରଧାନ, ଆଦିବନ୍ଧୁ ସାହୁ (୪୨), ମହେଶ୍ୱର ସାହୁ (୫୦), ଗୌତମ ସାହୁ (୩୪) ଓ ମନୋନ ମିଶ୍ର (୪୮)।

Related story