କାଲିଠୁ ଗାଁରେ ମାଗଣା ରନ୍ଧା ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ହୋଇଥିବାବେଳେ ଗାଁ ଗହଳିରେ ଥିବା ନିରାଶ୍ରୟ, ଦରିଦ୍ର‌୍ୟ, ଅସୁସ୍ଥ ଓ ଖାଇବାକୁ ପାଉନଥିବା ଲୋକମାନଙ୍କୁ ରାଜ୍ୟ ସରକାର ଆସନ୍ତାକାଲିଠୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ। ଏଥିପାଇଁ ଦୈନିକ ମୁଣ୍ଡପିଛା ୩୦ ଟଙ୍କା ଯୋଗାଇଦେବେ। ଜିଲ୍ଲାପାଳ ଓ ବିଡିଓମାନେ ଏହି ଅର୍ଥକୁ ଯେକୌଣସି ଯୋଜନାରେ ରହିଥିବା ପାଣ୍ଠିରୁ ଭରଣା କରିପାରିବେ ଓ ପରବର୍ତ୍ତୀ ସମୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହା ଭରଣା କରାଯିବ। […]

lockdown

lockdown

Manoranjan Sial
  • Published: Saturday, 28 March 2020
  • Updated: 29 March 2020, 07:45 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ହୋଇଥିବାବେଳେ ଗାଁ ଗହଳିରେ ଥିବା ନିରାଶ୍ରୟ, ଦରିଦ୍ର‌୍ୟ, ଅସୁସ୍ଥ ଓ ଖାଇବାକୁ ପାଉନଥିବା ଲୋକମାନଙ୍କୁ ରାଜ୍ୟ ସରକାର ଆସନ୍ତାକାଲିଠୁ ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ। ଏଥିପାଇଁ ଦୈନିକ ମୁଣ୍ଡପିଛା ୩୦ ଟଙ୍କା ଯୋଗାଇଦେବେ। ଜିଲ୍ଲାପାଳ ଓ ବିଡିଓମାନେ ଏହି ଅର୍ଥକୁ ଯେକୌଣସି ଯୋଜନାରେ ରହିଥିବା ପାଣ୍ଠିରୁ ଭରଣା କରିପାରିବେ ଓ ପରବର୍ତ୍ତୀ ସମୟରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହା ଭରଣା କରାଯିବ।

ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି କହିଛନ୍ତି ଯେ, କରେନା ଯୋଗୁ ରାଜ୍ୟରେ ଲକଡାଉନ୍ ହୋଇଥିବାରୁ ଗ୍ରାମାଞ୍ଚଳରେ ଅସୁସ୍ଥ, ଦରିଦ୍ର‌୍ୟ ଓ ନିରାଶ୍ରୟ ଲୋକମାନେ ଖାଇବାକୁ ପାଉନଥିବେ। ତେଣୁ ଅନାହାର ମୃତ୍ୟୁ ସମସ୍ୟା ଏଡ଼ାଇବା ପାଇଁ ସରକାର ଏଭଳି ଲୋକମାନଙ୍କୁ ମାଗଣା କିଚେନ୍ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତାକାଲିଠୁ(ମାର୍ଚ୍ଚ ୨୯ରୁ) ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଦିନକୁ ଥରେ (ମଧ୍ୟାହ୍ନରେ) ଏହି ରନ୍ଧା ଖାଦ୍ୟ ଯୋଗାଇବାକୁ କୁହାଯାଇଛି। ବିଡିଓମାନେ ଏଥିପାଇଁ ପଞ୍ଚାୟତସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରିବେ। ପ୍ରତ୍ୟେକ ପଞ୍ଚାୟତସ୍ତରରେ ୧୦୦ଜଣ ଲୋକଙ୍କ ପର୍ଯ୍ୟନ୍ତ ଦୈନିକ ରନ୍ଧା ଖାଦ୍ୟ ପାଇଁ ଅର୍ଥ ବରାଦର ବ୍ୟବସ୍ଥା କରିବାକୁ ବିଡିଓମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଯଦି କୌଣସି ପଞ୍ଚାୟତରେ ଅଧିକ ଲୋକ ହୁଅନ୍ତି, ସେମାନଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଯଥାର୍ଥ କାରଣ ଦର୍ଶାଇବାକୁ କୁହାଯାଇଛି।

ଏହି ଖାଦ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନତାର ସହ ପ୍ରସ୍ତୁତ କରି ଲୋକମାନଙ୍କୁ ବଣ୍ଟନ କରିବେ। ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଗୋଟିଏ ସ୍ଥାନରେ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୯ତାରିଖରୁ ଏହି ମାଗଣା ରନ୍ଧା ଖାଦ୍ୟ ଯୋଗାଣ ବ୍ୟବସ୍ଥାକୁ ଯେକୌଣସି ମତେ ଆରମ୍ଭ ନିମନ୍ତେ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୬୭୯୮ଟି ପଞ୍ଚାୟତ ଥିବାବେଳେ ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଦୈନିକ ରନ୍ଧା ଖାଦ୍ୟ ଯୋଗାଇବାକୁ ରାଜ୍ୟ ସରକାର ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଆଜି ଏହି ସୂଚନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story