ଗାଁରେ ଦିନକୁ ଥରେ ନୁହେଁ ୨ଥର ମିଳିବ ମାଗଣା ଖାଦ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ହୋଇଥିବାବେଳେ ଗାଁ ଗହଳିର ନିରାଶ୍ରୟ, ଦରିଦ୍ର,ଅସୁସ୍ଥ ଓ ଖାଇବାକୁ ପାଉନଥିବା ଲୋକମାନଙ୍କୁ ରାଜ୍ୟ ସରକାର ଆସନ୍ତାକାଲିଠୁ ପ୍ରତିଦିନ ଥରେ ନୁହେଁ ୨ଥର ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ। ଏଥିପାଇଁ ଦୈନିକ ବୟସ୍କ ଲୋକଙ୍କ ନିମନ୍ତେ ମୁଣ୍ଡପିଛା ୬୦ଟଙ୍କା ଓ ୧୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଦୈନିକ ୪୫ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ। ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର […]

food

food

Manoranjan Sial
  • Published: Monday, 30 March 2020
  • Updated: 30 March 2020, 09:27 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଦେଶବ୍ୟାପୀ ଲକଡାଉନ୍ ହୋଇଥିବାବେଳେ ଗାଁ ଗହଳିର ନିରାଶ୍ରୟ, ଦରିଦ୍ର,ଅସୁସ୍ଥ ଓ ଖାଇବାକୁ ପାଉନଥିବା ଲୋକମାନଙ୍କୁ ରାଜ୍ୟ ସରକାର ଆସନ୍ତାକାଲିଠୁ ପ୍ରତିଦିନ ଥରେ ନୁହେଁ ୨ଥର ମାଗଣା ରନ୍ଧା ଖାଦ୍ୟ ଯୋଗାଇବେ। ଏଥିପାଇଁ ଦୈନିକ ବୟସ୍କ ଲୋକଙ୍କ ନିମନ୍ତେ ମୁଣ୍ଡପିଛା ୬୦ଟଙ୍କା ଓ ୧୨ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ପାଇଁ ଦୈନିକ ୪୫ଟଙ୍କା ରାଜ୍ୟ ସରକାର ପ୍ରଦାନ କରିବେ।

ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଗତ ୨୯ତାରିଖରେ ସେ ଗ୍ରାମାଞ୍ଚଳରେ ଗରିବ ଲୋକଙ୍କ ପାଇର୍ ମାଗଣା ଖାଦ୍ୟ ବ୍ୟବସ୍ଥା କରିବାକୁ ଦେଇଥିବା ନିର୍ଦ୍ଦେଶନାମାରେ ସାମାନ୍ୟ ସଂଶୋଧନ କରିଛନ୍ତି। ପୂର୍ବରୁ ଦୈନିକ ଥରେ ଓ ୩୦ଟଙ୍କା ମୁଣ୍ଡପିଛା ଖର୍ଚ୍ଚ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଆଜି ପିଲାଙ୍କ ପାଇଁ ୪୫ଟଙ୍କା ଓ ବୟସ୍କଙ୍କ ପାଇଁ ୬୦ଟଙ୍କା ଦୈନିକ ଖର୍ଚ୍ଚ କରିବାକୁ କୁହାଯାଇଛି। ସେମାନଙ୍କୁ ଦୈନିକ ଦୁଇବେଳା ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ(ଯାହା ସଙ୍ଗେସଙ୍ଗେ ଖାଇହେବ) ତାହା ଦେବା ପାଇଁ କୁହାଯାଇଛି । ଲକଡାଉନ୍ ଅବଧି ଥିବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା କରିବାକୁ କୁହାଯାଇଛି।

ପୂର୍ବରୁ ୨୮ ଓ ୨୯ତାରିଖରେ ଯେଉଁ ନିର୍ଦ୍ଦେଶନାମା ଦିଆଯାଇଥିଲା ସେହି ଆଧାରରେ ଖାଦ୍ୟ ପ୍ରସ୍ତୁତ ଓ ବଣ୍ଟନ କରିବା ପାଇଁ ଶ୍ରୀ ଜେନା ଆଜି ମଧ୍ୟ ଦୋହରାଇଛନ୍ତି। ଏହି ସମସ୍ତ ଖର୍ଚ୍ଚ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ପରବର୍ତ୍ତୀ ସମୟରେ ପ୍ରଦାନ କରାଯିବ। ତେବେ ଏବେ ଯେଉଁ ଯୋଜନାରେ ଅର୍ଥ ଉପଲବ୍ଧ ଥିବ ସେଥିରୁ ଏଥିପାଇଁ ଖର୍ଚ୍ଚ କରିବାକୁ ଜିଲ୍ଲାପାଳ ଓ ବିଡିଓମାନଙ୍କୁ ସେ କ୍ଷମତା ପ୍ରଦାନ କରିଛନ୍ତି।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିବାର ମାତ୍ର କିଛି ଘଣ୍ଟା ପରେ ଶ୍ରୀ ଜେନା ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଲକଡାଉନ୍ ଯୋଗୁ ଗ୍ରାମାଞ୍ଚଳରେ ଖାଇବାକୁ ପାଉନଥିବା ଅସୁସ୍ଥ, ଦରିଦ୍ର , ନିରାଶ୍ରୟ ଓ ଖାଇବାକୁ ପାଉନଥିବା ଲୋକଙ୍କ ପାଇଁ ମାଗଣା ରନ୍ଧା ଖାଦ୍ୟର ବ୍ୟବସ୍ଥା ପଞ୍ଚାୟତୱାରି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ଯେ, ଅନାହାର ମୃତ୍ୟୁ ସମସ୍ୟା ଏଡ଼ାଇବା ପାଇଁ ସରକାର ଏଭଳି ଲୋକମାନଙ୍କୁ ମାଗଣା କିଚେନ୍ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ତାରିଖ ପର୍ଯ୍ୟନ୍ତ ଦିନକୁ ଥରେ ମଧ୍ୟାହ୍ନରେ ଏହି ରନ୍ଧା ଖାଦ୍ୟ ଯୋଗାଇବାକୁ କୁହାଯାଇଛି। ବିଡିଓମାନେ ଏଥିପାଇଁ ପଞ୍ଚାୟତସ୍ତରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ନିୟୋଜିତ କରିବେ। ପ୍ରତ୍ୟେକ ପଞ୍ଚାୟତସ୍ତରରେ ୧୦୦ଜଣ ଲୋକଙ୍କ ପର୍ଯ୍ୟନ୍ତ ଦୈନିକ ରନ୍ଧା ଖାଦ୍ୟ ପାଇଁ ଅର୍ଥ ବରାଦର ବ୍ୟବସ୍ଥା କରିବାକୁ ବିଡିଓମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଯଦି କୌଣସି ପଞ୍ଚାୟତରେ ଅଧିକ ଲୋକ ହୁଅନ୍ତି, ସେମାନଙ୍କ ପାଇଁ ଅତିରିକ୍ତ ବ୍ୟବସ୍ଥା ନିମନ୍ତେ ଜିଲ୍ଲାପାଳମାନଙ୍କୁ ଯଥାର୍ଥ କାରଣ ଦର୍ଶାଇବାକୁ କୁହାଯାଇଛି। ଏହି ଖାଦ୍ୟକୁ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନତାର ସହ ପ୍ରସ୍ତୁତ କରି ଲୋକମାନଙ୍କୁ ବଣ୍ଟନ କରିବେ। ତେବେ ଏହି ସମୟରେ ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବା ସହ ଗୋଟିଏ ସ୍ଥାନରେ ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇ ପାରିବ ନାହିଁ ବୋଲି ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ମୋଟ ୬୭୯୮ଟି ପଞ୍ଚାୟତ ଥିବାବେଳେ ପ୍ରାୟ ୧୦ଲକ୍ଷ ଲୋକଙ୍କୁ ଦୈନିକ ରନ୍ଧା ଖାଦ୍ୟ ଯୋଗାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story