ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ମାଗଣା ଟିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ। ଆମ ରାଜ୍ୟରେ ମଧ୍ୟ ଟିକାକରଣ ହେବ। କିନ୍ତୁ ଆମ ରାଜ୍ୟବାସୀଙ୍କୁ ଟିକା ପାଇଁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ […]

Naveen-patnaik

Naveen-patnaik

Ranjit Kumar Jena
  • Published: Sunday, 25 April 2021
  • Updated: 25 April 2021, 08:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାବାସୀଙ୍କୁ ମିଳିବ ମାଗଣା ଟିକା। ଆଜି ସନ୍ଧ୍ୟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ' ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ। ଆମ ରାଜ୍ୟରେ ମଧ୍ୟ ଟିକାକରଣ ହେବ। କିନ୍ତୁ ଆମ ରାଜ୍ୟବାସୀଙ୍କୁ ଟିକା ପାଇଁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କୋଭିଡ୍ ଟିକା ବାବଦରେ ରାଜକୋଷରୁ ୨ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୧୮ରୁ ୪୪ ବର୍ଷ ବୟସ ବର୍ଗର ୨ କୋଟି ଲୋକଙ୍କୁ ଟିକା ଦିଆଯିବ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ଆଜି ଏକ କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ଯଦି ଆମେ ନିଜେ ସତର୍କ ନହେବା, ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବେ ନାହିଁ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ଗୋଟିଏ ପରିବାରର ଦୁଃଖଭରା କାହାଣୀ। କିଏ ନିଜ ବାପାମା'ଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ ହରାଇଛି। ଏପରିକି କେଉଁଠି ଜଣେ ନବବିବାହିତା ସ୍ତ୍ରୀ ତା'ର ସ୍ୱାମୀକୁ ହରାଇଛି ଯେ କେଉଁଠି ବୁଢ଼ା ବାପାମା' ଆଗରେ ରୋଜଗାରିଆ ପୁଅ ଚାଲି ଯାଉଛି। କେଉଁଠି ଛୋଟ ଛୋଟ ପିଲା ଅନାଥ ମଧ୍ୟ ହେଉଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ କୋଭିଡ୍ ନିୟମକୁ ମାନନ୍ତୁ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମୁଁ ଲକ୍‌ଡାଉନ୍ କି ଶଟ୍‌ଡାଉନ୍ ସପକ୍ଷରେ ନାହିଁ। ଏହା ଆମ ଅର୍ଥନୀତିକୁ ଦୁର୍ବଳ କରିଦେଉଛି। ତେଣୁ ଅର୍ଥନୀତି ସହ ଆମ ଜୀବନ ମଧ୍ୟ ଗୁରୁତ୍ୱପୂର୍ଣ। ଯଦି ଆମେ ନିୟମ ମାନିବା ଏବଂ ସାବଧାନ ରହିବା, ତାହେଲେ ବିନା ଲକଡାଉନରେ କୋଭିଡ୍ ଯୁଦ୍ଧ ଜିତିପାରିବା। ସାଢ଼େ ୪କୋଟି ଓଡ଼ିଶାବାସୀ ହେଉଛନ୍ତି ମୋ ପରିବାର। ମୁଁ ଚାହେଁ ମୋ ପରିବାର ନିରାପଦ ରହୁ। କାରଣ ମୋ ପରିବାରର ପ୍ରତ୍ୟେକ ଜୀବନ ମୂଲ୍ୟବାନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos