କାଲିଠାରୁ ରାଜଧାନୀରେ ୩ ଜାଗାରେ ଡ୍ରାଇଭ୍‌ ଇନ୍‌ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ୧୫ ଯାଏ ଭୁବନେଶ୍ୱରର ୩ଟି ଜାଗାରେ ଡ୍ରାଇଭ୍ ଇନ୍ ଟିକା କାର୍ଯ୍ୟକ୍ରମ ଚାଲିବ। ଉତ୍କଳ କନିକା ଗାଲେରିଆ, ସିମ୍ଫୋନି ମଲ୍ ଓ କିଟ୍ ଷ୍ଟାଡିୟମରେ ଟିକାକରଣ ହେବ। ଦୈନିକ ପ୍ରତି ସ୍ଥାନରେ ୪୫ ବର୍ଷରୁ ଅଧିକ ୩ଶହ ଲୋକଙ୍କୁ ଦିଆଯିବ ଟିକା। କେବଳ ୨ୟ ଡୋଜ୍ ଟିକା ଦିଆଯିବ। ପୂର୍ବରୁ ସ୍ଲଟ ବୁକିଂ ଜରୁରୀ। ସ୍ଲଟ ବୁକିଂ କରିଥିବା ଲୋକେ ନିଜ ଗାଡ଼ିରେ ଆସି ଟିକା ନେଇପାରିବେ। ଗାଡ଼ିରେ ବସି ଟିକା ନେବେ, […]

jkl

Tapas Behera
  • Published: Monday, 10 May 2021
  • , Updated: 10 May 2021, 05:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ ୧୫ ଯାଏ ଭୁବନେଶ୍ୱରର ୩ଟି ଜାଗାରେ ଡ୍ରାଇଭ୍ ଇନ୍ ଟିକା କାର୍ଯ୍ୟକ୍ରମ ଚାଲିବ। ଉତ୍କଳ କନିକା ଗାଲେରିଆ, ସିମ୍ଫୋନି ମଲ୍ ଓ କିଟ୍ ଷ୍ଟାଡିୟମରେ ଟିକାକରଣ ହେବ।

ଦୈନିକ ପ୍ରତି ସ୍ଥାନରେ ୪୫ ବର୍ଷରୁ ଅଧିକ ୩ଶହ ଲୋକଙ୍କୁ ଦିଆଯିବ ଟିକା। କେବଳ ୨ୟ ଡୋଜ୍ ଟିକା ଦିଆଯିବ। ପୂର୍ବରୁ ସ୍ଲଟ ବୁକିଂ ଜରୁରୀ। ସ୍ଲଟ ବୁକିଂ କରିଥିବା ଲୋକେ ନିଜ ଗାଡ଼ିରେ ଆସି ଟିକା ନେଇପାରିବେ।

ଗାଡ଼ିରେ ବସି ଟିକା ନେବେ, ଗାଡ଼ିରୁ ବାହାରିବେନି କହିଲା BMC। ପୂର୍ବରୁ ପରୀକ୍ଷାମୂଳକ ଭାବେ ଏସ୍‌ପ୍ଲାନେଡ ମଲରେ ହୋଇଥିବା ଡ୍ରାଇଭ୍ ଇନ୍ ଟିକାକରଣ କାର୍ଯ୍ୟକ୍ରମ ସଫଳ ହୋଇଥିଲା। ଅନ୍ୟପଟେ ମାତ୍ର ୧୦୦ ଟଙ୍କା ପ୍ରୋସେସିଂ ଫି ଦେଇ ଘରୋଇ ହସ୍ପିଟାଲରେ ଭ୍ୟାକ୍ସିନ୍ ନେଇ ହେବ ବୋଲି କହିଥିଲେ ସରକାର ।

ତେବେ ବିଏମସି ପକ୍ଷରୁ ଏଯାଏଁ ଘରୋଇ ହସ୍ପିଟାଲକୁ କୌଣସି ଟିକା ଦିଆଯାଇନାହିଁ । ବିଏମ୍ସି ପାଖକୁ ମାତ୍ର  ଦେଢ଼ ଲକ୍ଷ ଟିକା ଆସିଥିଲା । ଟିକାକରଣ ପାଇଁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ୍ ବୁକିଂ ସରିଥିବାରୁ ସେଗୁଡିକ କ୍ୟାନ୍ସଲ କରିହେବ ନାହିଁ । ଫଳରେ ଘରୋଇ ହସ୍ପିଟାଲକୁ ଟିକା ଦିଆଯାଇ ନ ଥିବା ବିଏମ୍ସି କମିଶନର କହିଛନ୍ତି । ତେବେ ଟିକା ଆସିଲେ ଘରୋଇ ହସ୍ପିଟାଲକୁ ଏହା ଯୋଗାଇ ଦିଆଯିବ । ଟିକା ପ୍ରଦାନ ପାଇଁ ବିଏମ୍ସି ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୩୧ଟି ହସ୍ପିଟାଲକୁ ସିଲେକ୍ସନ କରାଯାଇଥିଲା । ବର୍ତ୍ତମାନ ରାଜଧାନୀରେ ପାଖାପାଖି ୫ ଲକ୍ଷ ଲୋକେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଲେଣି।

Related story