ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାତି ପାହିଲେ ସାବିତ୍ରୀ ବ୍ରତ। ବିଶେଷ କରି ଫଳ ମାର୍କେଟ ଓ ଶାଢ଼ୀ ଦୋକାନରେ ଏଥିପାଇଁ ଲାଗିଛି ପ୍ରବଳ ଭିଡ଼। ତେବେ ସାଧାରଣ ସମୟ ଠାରୁ ଏବେ ମାର୍କେଟରେ ଚଢ଼ା ରେଟ୍ ଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
ଫଳ ବଜାରରେ ମହଙ୍ଗା ମାଡ଼ । ଆଗ ଅପେକ୍ଷା ଡବଲ୍, ଟ୍ରିପଲ୍ ହୋଇଛି ଫଳ ରେଟ୍ । ରାଜଧାନୀରେ ସାବିତ୍ରୀ ବ୍ରତକୁ ନଜରରେ ରଖି ଭଳିକି ଭଳି ଆମ୍ବ, ଅଙ୍ଗୁର, କେନ୍ଦୁ, କଦଳୀ, ସେଓ, ସପୁରୀ ଭଳି ଫଳ ବିକ୍ରି କରୁଛନ୍ତି ଦୋକାନୀ । ତେବେ ଗତବର୍ଷଠୁ ଏବର୍ଷ ରେଟ୍ ଅଧିକ ଥିବାରୁ ଲୋକେ କମ୍ କିଣୁଛନ୍ତି । ଫଳରେ ଆଗଭଳି ବେପାର ଜମୁନଥିବା ଦୋକାନୀ କହିଛନ୍ତି ।
କଟକ ଓ ବାଲେଶ୍ୱର ସହରରେ ବି ସାବିତ୍ରୀ ବ୍ରତ ପାଇଁ ଦେଖିବାକୁ ମିଳିଛି ବେଶ୍ ଭିଡ଼। ଫଳ ଦୋକାନ, ଶଙ୍ଖା, ଚୁଡ଼ି ଓ ଲୁଗା ଦୋକାନରେ ପ୍ରବଳ ଗହଳି ଲାଗି ରହିଛି। ବାଲେଶ୍ୱର ଫାଣ୍ଡି ଛକର ଫଳ ବଜାରରେ ଦେଖିବାକୁ ମିଳିଥିଲା ପ୍ରବଳ ଗହଳି । ତେବେ ଫଳ ଦୋକାନରେ ଚଢ଼ା ଦର ପାଇଁ ଗ୍ରାହକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅନ୍ୟପଟେ ବାତ୍ୟା ଫୋନି ଯୋଗୁ ବିକ୍ରି କମ୍ ହେଉଥିବା ବେପାରୀ କହିଛନ୍ତି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଣାହଣି ହେଲେ ସରପଞ୍ଚଙ୍କ ସ୍ୱାମୀ ଓ ସମିତି ସଭ୍ୟ; ଉଭୟ ମେଡ଼ିକାଲ୍ରେ
ଇଟାମାଟି ଥାନା ଶରଧାପୁର ପଞ୍ଚାୟତର ବିଜେଡି ସମର୍ଥିତ ସରପଞ୍ଚଙ୍କ ସ୍ୱାମୀ ହେଉଛନ୍ତି ସନ୍ତୋଷ କୁମାର ମୁଦୁଲି। ସେହି ପଞ୍ଚାୟତର ସମିତି ସଭ୍ୟ ସୁଜିତ କୁମାର ପ୍ରଧାନ ହେଉଛନ୍ତି ବିଜେପି ସମର୍ଥିତ। ଉଭୟଙ୍କ ଘର ପାଖାପାଖି।
Accident
ବାଇକ୍କୁ ଧକ୍କା ଦେଲା କାର୍: ଶାଶୁ ମୃତ, ଜ୍ୱାଇଁ ଗୁରୁତର
କୌଣସି ଏକ କାମରେ ରଞ୍ଜ ବିଶ୍ୱାଳ ତାଙ୍କ ଜ୍ୱାଇଁ ସହିତ ମୁକ୍ତାପଶି ଆସିଥିବା ବେଳେ ଘଟିଥିଲା ଦୁର୍ଘଟଣା।
Events & Festivals
ଲୋକସେବକ ମଣ୍ଡଳ ପକ୍ଷରୁ ଲାଲା ଲଜପତ ରାୟଙ୍କ ପୁଣ୍ୟତିଥି ପାଳିତ, ଯୋଗଦେଲେ ବୈଜୟନ୍ତ
ଲାଲା ଲଜପତ ରାୟଙ୍କ ଜୀବନୀ ଓ ଆଦର୍ଶ ଉପରେ ଆଲୋକପାତ କରିଥିଲେ ବୈଜୟନ୍ତ ପଣ୍ଡା।
Miscellaneous
ଇଣ୍ଡିଆ ଫୋର୍ବସ ସିଲେକ୍ଟ-୨୦୦ ତାଲିକାରେ ଓଟିଭି
ବିଶ୍ୱର ପ୍ରତିଟି ଓଡ଼ିଆଙ୍କୁ ଭିନ୍ନ ଭିନ୍ନ ପ୍ଲାଟଫର୍ମରେ ଯୋଡ଼ି ପାରିଥିବା ଓଟିଭି ଅନ୍ୟ ସମସାମୟିକଙ୍କଠାରୁ ବହୁ ଆଗରେ। ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ବଳିଷ୍ଠ ମାର୍ଗଦର୍ଶନରେ ଏହି ସଫଳତା ହାସଲ କରିଛି ଓଟିଭି।
Crime
ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ
ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।