ସମ୍ବିଧାନର ଏହି ପାଠ ପଢ଼ିବେ ସ୍କୁଲ ପିଲା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ପିଲା ପଢ଼ିବେ ସମ୍ବିଧାନର ପାଠ। ନାଗରିକର ମୌଳିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମୌଳିକ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ବି ପିଲାଙ୍କୁ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନହେଲେ ବି ସଚେତନତା କରାଯିବ। କର୍ତ୍ତବ୍ୟ ବିଷୟରେ ଜାଣିବାରେ ସମସ୍ତଙ୍କ ଆବଶ୍ୟକତା ରହିଛି। […]

h-9087

Tapas Behera
  • Published: Friday, 31 January 2020
  • , Updated: 31 January 2020, 04:36 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ସ୍କୁଲ୍‌ ପିଲା ପଢ଼ିବେ ସମ୍ବିଧାନର ପାଠ। ନାଗରିକର ମୌଳିକ ଅଧିକାର ବିଷୟରେ ସ୍କୁଲ୍ ସମୟରୁ ପିଲା ଜାଣିବା ଦରକାର ବୋଲି ଅନୁଭବ କରି ଏପରି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ।  ଆଜି ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ।

ମୌଳିକ ଅଧିକାର ସହ କର୍ତ୍ତବ୍ୟ ବିଷୟରେ ବି ପିଲାଙ୍କୁ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ନହେଲେ ବି ସଚେତନତା କରାଯିବ। କର୍ତ୍ତବ୍ୟ ବିଷୟରେ ଜାଣିବାରେ ସମସ୍ତଙ୍କ ଆବଶ୍ୟକତା ରହିଛି। ହେଲେ ଏନେଇ ଯେତିକି ଗୁରୁତ୍ୱ ମିଳିବା କଥା ତାହା ମିଳିନି। ତେଣୁ ଏନେଇ ପିଲାଙ୍କୁ ଅବଗତ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।

Related story