ଗଜଭିୟେଙ୍କ ପତ୍ନୀଙ୍କ ଜବରଦଖଲ ଜମିରୁ ଉଚ୍ଛେଦ ଆରମ୍ଭ

ପୁରୀ: ବିବାଦୀୟ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପତ୍ନୀଙ୍କ ନାଁରେ ଗୋପ ଅଞ୍ଚଳରେ ଥିବା ଜବରଦଖଲ ଜମିର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଗୋପ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଆଜି ସରକାରୀ ଅମିନ,ରାଜସ୍ୱ ବିଭାଗ କର୍ମଚାରୀ ଓ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସତୀଶ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଗଜଭିୟେ କିଛି ପ୍ରଭାବଶାଳୀ ଲୋକଙ୍କ ସହ ମିଶି ବଡକିଆପାଳ ଓ ସାନକିଆପାଳ ମୌଜା ଅନ୍ତର୍ଗତ କାଦୁଆ ନଦୀ ପଠାରେ ୯୦ ଏକର […]

satish gajbheye

Rakesh Mallick
  • Published: Monday, 08 February 2016
  • , Updated: 08 February 2016, 02:55 PM IST

ପୁରୀ: ବିବାଦୀୟ କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କ ପତ୍ନୀଙ୍କ ନାଁରେ ଗୋପ ଅଞ୍ଚଳରେ ଥିବା ଜବରଦଖଲ ଜମିର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି। ଗୋପ ଅତିରିକ୍ତ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଆଜି ସରକାରୀ ଅମିନ,ରାଜସ୍ୱ ବିଭାଗ କର୍ମଚାରୀ ଓ ଏକ ପ୍ଲାଟୁନ୍ ଫୋର୍ସ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା।

ସତୀଶ ଗଜଭିୟେଙ୍କ ପତ୍ନୀ ରଞ୍ଜନା ଗଜଭିୟେ କିଛି ପ୍ରଭାବଶାଳୀ ଲୋକଙ୍କ ସହ ମିଶି ବଡକିଆପାଳ ଓ ସାନକିଆପାଳ ମୌଜା ଅନ୍ତର୍ଗତ କାଦୁଆ ନଦୀ ପଠାରେ ୯୦ ଏକର ଜମିରେ ବିଶାଳ ମାଛ ପୋଖରୀ ନିର୍ମାଣ ଘଟଣା ପଦାକୁ ଆସିବା ପରେ ଘଟଣାର ଅନୁସନ୍ଧାନ ଆରମ୍ଭ ହୋଇଥିଲା। ଅନୁସନ୍ଧାନରୁ ରଞ୍ଜନା ମାତ୍ର ୮ ଏକର ଜମି କିଣି ଥିବା ଜଣାପଡ଼ିଥିଲା। ଗତ ଡିସେମ୍ବର ୨୮ ତାରିଖରେ ମାସକ ମଧ୍ୟରେ ସରକାରୀ ଜମିରୁ ଜବରଦଖଲ ହଟାଇବା ପାଇଁ ନୋଟିସ୍ ପରେ ଆଜି ଜବରଦଖଲ ଉଚ୍ଛେଦ କାମ ଆରମ୍ଭ ହୋଇଛି।

Related story