ଗଞ୍ଜାମ: ଇନ୍ଦିରାଆବାସ କାର୍ଯ୍ୟାଦେଶ ବଣ୍ଟନରେ ଦୁର୍ନୀତି ଅଭିଯୋଗ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ରୋହିଗାଁ ପଞ୍ଚାୟତରେ ଇନ୍ଦିରା ଆବାସ କାର୍ଯ୍ୟାଦେଶ ପ୍ରଦାନରେ ଦୁର୍ନୀତି  ଅଭିଯୋଗ ହୋଇଛି। ଅନେକ ଗରିବ ହିତାଧିକାରୀ ଯୋଜନାରୁ ବଞ୍ଚିତ ହୋଇଛନ୍ତି। ସୂଚନା ଅଧିକାର ଆଇନା ତଥ୍ୟରୁ ଏହା ଜଣାପଡିଛି। ଘଟଣା ସମ୍ପର୍କରେ ଜିଲ୍ଲାପାଳ ଓ ଭିଜିଲାନ୍ସ ଏସପିଙ୍କ ନିକଟରେ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗାଇଡ୍ ଲାଇନ୍ ଅନୁସାରେ କାର୍ଯ୍ୟାଦେଶ ବଣ୍ଟନ ହୋଇଛି ବୋଲି ବିଡ଼ିଓ କହିଛନ୍ତି । ଜିଲ୍ଲାପାଳ କହିଛନ୍ତି, ଅଭିଯୋଗର ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।