‘ପାରଳା ରାଜପରିବାରର ୩୫ ବର୍ଷର ସମ୍ପତ୍ତି କାରବାରର ତଦନ୍ତ ହେଉ’

ଭୁବନେଶ୍ୱର: ପାରଳାଖେମୁଣ୍ଡି ରାଜପରିବାରର ବିଗତ ୩୫ ବର୍ଷର ସମ୍ପତ୍ତି କାରବାରର ତଦନ୍ତ ଦାବି କରିଛନ୍ତି ମହାରାଜା ଗଜପତି ଗୋପୀନାଥ ନାରାୟଣ ଦେବଙ୍କ ଝିଅ କଲ୍ୟାଣୀ ଗଜପତି। ଆଜି କଲ୍ୟାଣୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ ରହିଛି, “ରାଜପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ରାଜପ୍ରାସାଦର ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ବେଆଇନ୍‌ ଭାବେ ବହୁ ସମ୍ପତ୍ତି ବିକ୍ରି କରିଦେଇଛନ୍ତି। ଗତ ୩୫ ବର୍ଷ ଧରି ଏପରି ଅନିୟମିତତା ଚାଲିଛି। ଘଟଣାର ପୁଙ୍ଖାନୁପୁଙ୍ଖ […]

paralaraja palace

Rakesh Mallick
  • Published: Saturday, 20 August 2016
  • , Updated: 20 August 2016, 10:27 PM IST

ଭୁବନେଶ୍ୱର: ପାରଳାଖେମୁଣ୍ଡି ରାଜପରିବାରର ବିଗତ ୩୫ ବର୍ଷର ସମ୍ପତ୍ତି କାରବାରର ତଦନ୍ତ ଦାବି କରିଛନ୍ତି ମହାରାଜା ଗଜପତି ଗୋପୀନାଥ ନାରାୟଣ ଦେବଙ୍କ ଝିଅ କଲ୍ୟାଣୀ ଗଜପତି।

ଆଜି କଲ୍ୟାଣୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି। ସେଥିରେ ଉଲ୍ଲେଖ ରହିଛି, “ରାଜପରିବାର ସଦସ୍ୟଙ୍କ ଅନୁପସ୍ଥିତିରେ ରାଜପ୍ରାସାଦର ମ୍ୟାନେଜର ଓ ଅନ୍ୟ କର୍ମଚାରୀମାନେ ବେଆଇନ୍‌ ଭାବେ ବହୁ ସମ୍ପତ୍ତି ବିକ୍ରି କରିଦେଇଛନ୍ତି। ଗତ ୩୫ ବର୍ଷ ଧରି ଏପରି ଅନିୟମିତତା ଚାଲିଛି। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଏହାଛଡ଼ା ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିରର ରକ୍ଷଣାବେକ୍ଷଣା କରାଯାଉ।”

ଅନ୍ୟପକ୍ଷରେ ମହାରାଜାଙ୍କ ନଜରବନ୍ଦୀ ପ୍ରସଙ୍ଗରେ ମହାରାଜା ସୁରକ୍ଷା କମିଟି ପକ୍ଷରୁ ଦିଆଯାଇଥିବା ଏତଲା ଆଧାରରେ ପୋଲିସ୍‌ ତଦନ୍ତ ଜାରି ରଖିଛି। ରାଜ ପ୍ରାସାଦର ପୂର୍ବତନ ପରିଚାଳିକା ଅନଙ୍ଗମଞ୍ଜରୀ ପାତ୍ର ଓ ତାଙ୍କ ଭାଇଙ୍କ ବିରୋଧରେ ସମ୍ପତ୍ତି ହଡପ ଏବଂ ରାଜାଙ୍କ ଚିକିତ୍ସା ଅବହେଳା ଅଭିଯୋଗ ଆଣିଥିଲା ସୁରକ୍ଷା କମିଟି। ଏହା ପରେ ପୋଲିସ୍‌ ସାକ୍ଷୀଙ୍କ ବୟାନ ରେକର୍ଡ଼ ଆରମ୍ଭ କରିଥିବା ବେଳେ ମହାରାଜା ସୁସ୍ଥ ହେବା ପରେ ଆବଶ୍ୟକ ହେଲେ ତାଙ୍କ ବୟାନ ନିଆଯିବ।

Related story