ଆକାଂକ୍ଷୀ ଜିଲ୍ଲା ତାଲିକାରେ ଆଗରେ ଗଜପତି, ପାଇବ ୧୧ କୋଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଂକ୍ଷୀ ଜିଲ୍ଲା ତାଲିକାରେ ଟପ୍‌ରେ ରହିଛି ଗଜପତି ଜିଲ୍ଲା । ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, କୃଷି, ଜଳସଂପଦ,ମୌଳିକ ଭିତ୍ତିଭୂମି, ଦକ୍ଷତା ବିକାଶ କ୍ଷେତ୍ରକୁ ଆକଳନ କରି ଗତ ଅଗଷ୍ଟ ମାସରେ  ନିତି ଆୟୋଗଙ୍କ ପକ୍ଷରୁ ଏକ  ତାଲିକା ପ୍ରସ୍ତୁତ ହୋଇଥିଲା । ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା କହିଛନ୍ତି ଜିଲ୍ଲାପାଳ । ଏଥିପାଇଁ ଜିଲ୍ଲାକୁ ନୀତି ଆୟୋଗଙ୍କ ପକ୍ଷରୁ ୫କୋଟି ପୁରସ୍କାର ମିଳିବାକୁ ଥିବା ବେଳେ […]

gajapati-dist

Niharika Rout
  • Published: Saturday, 02 October 2021
  • , Updated: 02 October 2021, 11:58 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆକାଂକ୍ଷୀ ଜିଲ୍ଲା ତାଲିକାରେ ଟପ୍‌ରେ ରହିଛି ଗଜପତି ଜିଲ୍ଲା । ସ୍ୱାସ୍ଥ୍ୟ,ପୋଷଣ, ଶିକ୍ଷା, କୃଷି, ଜଳସଂପଦ,ମୌଳିକ ଭିତ୍ତିଭୂମି, ଦକ୍ଷତା ବିକାଶ କ୍ଷେତ୍ରକୁ ଆକଳନ କରି ଗତ ଅଗଷ୍ଟ ମାସରେ  ନିତି ଆୟୋଗଙ୍କ ପକ୍ଷରୁ ଏକ  ତାଲିକା ପ୍ରସ୍ତୁତ ହୋଇଥିଲା । ସବୁ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ଗଜପତି ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବା କହିଛନ୍ତି ଜିଲ୍ଲାପାଳ ।

ଏଥିପାଇଁ ଜିଲ୍ଲାକୁ ନୀତି ଆୟୋଗଙ୍କ ପକ୍ଷରୁ ୫କୋଟି ପୁରସ୍କାର ମିଳିବାକୁ ଥିବା ବେଳେ କୃଷିରେ ପ୍ରଥମ ଏବଂ ଜଳସଂପଦ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାରୁ ଅତିରିକ୍ତ ୬ କୋଟି ଟଙ୍କାର ପୁରସ୍କାର ରାଶି ମିଳିବ ।

ଗତ ୨୦୧୮ ମସିହା ଡିସେମ୍ବର  ରେ ଗଜପତି ଜିଲ୍ଲା ଏହି କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ, ଏବଂ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ୨୦୧୯ ମସିହା ଡିସେମ୍ବର ମାସରେ କୃଷି ଓ ଜଳସଂପଦ କ୍ଷେତ୍ରରେ ତୃତୀୟ ଏବଂ ୨୦୨୦ ମସିହା ନଭେମ୍ବର ମାସରେ ମୌଳିକ ଭିତିଭୂମି କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା ।

Related story