ଗଜପତି ସବୁଠୁ ଅଧିକ ପ୍ରଭାବିତ ହୋଇଛି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରି ସାରିଛି। ଏହା ଏବେ ଓଡ଼ିଶା ଅତିକ୍ରମ କରୁଛି। ‘ତିତ୍‌ଲି’ ଲ୍ୟାଣ୍ଡଫଲ୍ କରିବା ପରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ। ସେ କହିଛନ୍ତି,“ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। ଏନେଇ ଗଜପତି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ପାରଳାଖେମୁଣ୍ଡିରୁ କାଶୀନଗର, ପାରଳାଖେମୁଣ୍ଡିରୁ ମୋହନା ଏବଂ ପାରାଳାଖେମୁଣ୍ଡିରୁ ଗୋଷାଣୀ […]

bishnu

Jitendra Garnayak
  • Published: Thursday, 11 October 2018
  • , Updated: 11 October 2018, 12:12 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବାତ୍ୟା ‘ତିତ୍‌ଲି’ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରି ସାରିଛି। ଏହା ଏବେ ଓଡ଼ିଶା ଅତିକ୍ରମ କରୁଛି।
‘ତିତ୍‌ଲି’ ଲ୍ୟାଣ୍ଡଫଲ୍ କରିବା ପରେ ବର୍ତ୍ତମାନ ସୁଦ୍ଧା ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଜପତି ଜିଲ୍ଲା। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍‌ଆର୍‌ସି) ବିଷ୍ଣୁପଦ ସେଠୀ।

ସେ କହିଛନ୍ତି,“ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲା ବେଶୀ ପ୍ରଭାବିତ ହୋଇଛି। ଏନେଇ ଗଜପତି ଜିଲ୍ଲାପାଳ ରିପୋର୍ଟ ଦେଇଛନ୍ତି। ପାରଳାଖେମୁଣ୍ଡିରୁ କାଶୀନଗର, ପାରଳାଖେମୁଣ୍ଡିରୁ ମୋହନା ଏବଂ ପାରାଳାଖେମୁଣ୍ଡିରୁ ଗୋଷାଣୀ ରାସ୍ତା ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। ଗଛ ଗୁଡ଼ିକ ଭାଙ୍ଗି ରାସ୍ତା ଉପରେ ପଡ଼ିଛି। ତେଣୁ ଗମନାଗମନ ବାଧାପ୍ରାପ୍ତ ହୋଇଛି।”

ଏସ୍‌ଆର୍‌ସି କହିଛନ୍ତି,“ଅନ୍ୟପକ୍ଷରେ ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ବ୍ଲକ୍‌ ହେଡ୍‌କ୍ୱାର୍ଟର୍ସ ସହ ଯୋଗାଯୋଗ ରଖାଯାଇଛି। ଜିଲ୍ଲାରେ ଚାଳ ଓ ଆଜବେଷ୍ଟସ୍‌ ଘର ଉଡ଼ି ଯାଇଛି। ଷ୍ଟ୍ରିଟ୍‌ ଲାଇଟ୍‌ ଓ ଗଛ ପଡ଼ିବାରୁ ରାସ୍ତା ବନ୍ଦ ହୋଇଥିବ ଜଣାପଡ଼ିଛି। ଏଥିସହ ଗଛ ପଡ଼ିବାରୁ ସାମାନ୍ୟ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଥିବା ରିପୋର୍ଟ ଆସିଛି।”

ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା କେହି ମୃତାହତ ହୋଇଥିବା ସୂଚନା ଆସି ନାହିଁ। ଗତକାଲି ପ୍ରାୟ ୩ଲକ୍ଷ ଲୋକଙ୍କୁ ବିଭିନ୍ନ ଆଶ୍ରୟସ୍ଥଳୀରେ ରଖା ଯାଇଥିଲା। ସେଥିପାଇଁ ଆମେ ୧୧ ଶହ ୧୨ଟି ଆଶ୍ରୟ ସ୍ଥଳୀ ଖୋଲି ଥିଲୁ। ଏଥିସହ ଗଞ୍ଜାମରେ ୧୦୫ ଜଣ ଗର୍ଭବତୀ ମହିଳା ଏବଂ ଜଗତସିଂହପୁରରେ ୧୮ ଜଣ ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ କହିଛନ୍ତି, ଗଜପତି ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି। ଜିଲ୍ଲା ତମାମ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ରାସ୍ତା ନଷ୍ଟ ହୋଇଛି। ବିଦ୍ୟୁତ ସେବା ବ୍ୟାଘାତ ହୋଇଛି। ତେବେ ଗଞ୍ଜାମରେ ଆଶଙ୍କା ଠାରୁ କମ୍‌ କ୍ଷୟକ୍ଷତି ଘଟିଛି।

Related story