ରତ୍ନଭଣ୍ଡାର ଯାଞ୍ଚ ଟିମ୍‌ରେ ନାହାନ୍ତି ଗଜପତି, ଯାଉନାହାନ୍ତି ସାପ ଧରାଳି

ପୁରୀ(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ପ୍ରବେଶ କରିବାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଛତିଶାନିଯୋଗ ବୈଠକ ପରେ ଶେଷରେ ଏକ ୧୦ ଜଣିଆ ଟିମ୍‌ ରତ୍ନଭଣ୍ଡାରରେ ପ୍ରବେଶ କରିବେ ବୋଲି ସ୍ତିର ହୋଇଛି। ଏହି ସଦସ୍ୟଙ୍କ ତାଲିକା ଆମର ହସ୍ତଗତ ହେବାପରେ ଏହାକୁ ପ୍ରକାଶିତ କରାଯାଇଛି। କିନ୍ତୁ ଶେଷ ଖବର ସୁଦ୍ଧା ଏହି ସୂଚନା ମିଳିଛି ଯେ, ଗଜପତି ମହାରାଜ ରତ୍ନଭଣ୍ଡାର ଯାଞ୍ଚ ସମୟରେ ଭିତରକୁ ଯାଉ ନାହାନ୍ତି। ତାଙ୍କ ପ୍ରତିନିଧି ଭିତରକୁ ପ୍ରବେଶ କରିବେ। […]

t56

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 11:01 PM IST

ପୁରୀ(ଓଡିଶା ରିପୋର୍ଟର): ରତ୍ନଭଣ୍ଡାର ପ୍ରବେଶ କରିବାକୁ ନେଇ ନାନା ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ଛତିଶାନିଯୋଗ ବୈଠକ ପରେ ଶେଷରେ ଏକ ୧୦ ଜଣିଆ ଟିମ୍‌ ରତ୍ନଭଣ୍ଡାରରେ ପ୍ରବେଶ କରିବେ ବୋଲି ସ୍ତିର ହୋଇଛି। ଏହି ସଦସ୍ୟଙ୍କ ତାଲିକା ଆମର ହସ୍ତଗତ ହେବାପରେ ଏହାକୁ ପ୍ରକାଶିତ କରାଯାଇଛି। କିନ୍ତୁ ଶେଷ ଖବର ସୁଦ୍ଧା ଏହି ସୂଚନା ମିଳିଛି ଯେ, ଗଜପତି ମହାରାଜ ରତ୍ନଭଣ୍ଡାର ଯାଞ୍ଚ ସମୟରେ ଭିତରକୁ ଯାଉ ନାହାନ୍ତି। ତାଙ୍କ ପ୍ରତିନିଧି ଭିତରକୁ ପ୍ରବେଶ କରିବେ। ଏ ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବ୍ୟକ୍ତିଗତ ସହାୟକ ଜଣାଇଛନ୍ତି। ପୂର୍ବରୁ ପ୍ରସ୍ତୁତ ତାଲିକା ବାବଦରେ ଖୋଦ୍‌ ମୁଖ୍ୟପ୍ରଶାସକ ପ୍ରଦୀପ ଜେନା ଗଜପତି ମହାରାଜ ରତ୍ନଭଣ୍ଡାର ଯାଞ୍ଚ ଟିମ୍‌ରେ ଅଛନ୍ତି ବୋଲି କହିଥିବା ବେଳେ ପରବର୍ତ୍ତି ମୁହୂର୍ତ୍ତରେ ଏ ସମ୍ପର୍କରେ ନିଷ୍ପତ୍ତି କାହିଁକି ବଦଳିଲା ତାହା ଜଣାପଡି ନାହିଁ।

ସେହିପରି ପୂର୍ବରୁ ଯାଞ୍ଚ ଟିମ୍‌ ସହ  ଜଣେ ସାପ ଧରାଳି ଭିତରକୁ ଯିବେ ବୋଲି ଯେଉଁ ଆକଳନ କରାଯାଇଥିଲା ସେଥିରେ ମଧ୍ୟ ଆପାତତଃ ପୂର୍ଣ୍ଣଛେଦ ପଡିଛି। ଏ ସମ୍ପର୍କରେ କୌଣସି ବି ଖବର ହସ୍ତଗତ ହୋଇଦନାହିଁ । ସମ୍ଭବତଃ ସାପ ଧରାଳି ମଧ୍ୟ ଯାଞ୍ଚ ଟିମ୍‌ ସୁରକ୍ଷା ପାଇଁ ଭିତରକୁ ଯିବେନାହିଁ ବୋଲି ସ୍ପଷ୍ଟ ହୋଇଛି।

Related story