ବାଲିଗୁଡ଼ା(ଅଜିତ ନାୟକ): ଲଦାଖର ଗଲବାନ ଉପତ୍ୟାକାରେ ଭାରତ-ଚୀନ ସେନା ସଂଘର୍ଷରେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ବିଅରପାଙ୍ଗା ଗାଁର ଚନ୍ଦ୍ରକାନ୍ତ ପ୍ରଧାନ ସହିଦ ହୋଇଛନ୍ତି। ଏହି ଖବର ଆସିବା ପରେ ସମଗ୍ର ଗାଁ ସ୍ତବ୍ଧ ହୋଇଯାଇଛି। ଚନ୍ଦ୍ରକାନ୍ତ ସହିଦ ହେବା ଖବର ପାଇ ସ୍ତବ୍ଧ ହୋଇଯାଇଛି ପୁରା ଗାଁ । ସବୁଠି ଶୋକାକୂଳ ପରିବେଶ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘର। ପୁଅକୁ ହରାଇ ପରିବାରଠାରୁ ଆରମ୍ଭ କରି ସାହିପଡ଼ିଶାଙ୍କ ଆଖିରୁ ଲୁହ ଶୁଖୁନି।
ଏ ସମ୍ପର୍କରେ ତାଙ୍କ ସମ୍ପର୍କୀୟ ଭଉଣୀ ଅଲିମା ପ୍ରଧାନ କରିଛନ୍ତି ଯେ, ସେ ମୋ ଭାଇ ନଥିଲା। ସେ ମୋ’ ବାପା ଭଳି ଥିଲେ। ସବୁ କଥା ମୋର ବୁଝୁଥିଲେ। ସେ ଚାଲିଗଲା ପରେ ଆମେ ବେସାହାରା ହୋଇଯାଇଛୁ।
ଚନ୍ଦ୍ରକାନ୍ତଙ୍କ ବାପା କହିଛନ୍ତି ଯେ, ପୁଅର ମୃତ୍ୟୁ ଖବର ହଠାତ୍ ଶୁଣି ବିଶ୍ୱାସ କରିପାରୁ ନାହିଁ।
ଚନ୍ଦ୍ରକାନ୍ତଙ୍କ ସାନଭାଇ ନବ କିଶୋର ପ୍ରଧାନ କହିଛନ୍ତି ଯେ, ମୋ ଭାଇ ଜଣେ ପ୍ରଚଣ୍ଡ ଦେଶଭକ୍ତ ଥିଲେ। ସେ ସବୁ ବେଳେ ଦେଶ ପାଇଁ କିଛି କରିବାକୁ ଆହ୍ୱାନ ଦେଉଥିଲେ। ମୋତେ ବି ସେନାରେ ଯୋଗଦେବା ପାଇଁ ପ୍ରେରିତ କରୁଥିଲେ। କହୁଥିଲେ ‘ତୁ ସାନଟା ହେଇଛୁ ବଡ଼ ହେଲେ ମୋ ଭଳି ହେବୁ। ଏବେ ତାଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖ ଲାଗୁଛି। ଭାଇ ମୋର ଗତ ଡିସେମ୍ବର ଏକ୍ସମାସ୍ ଛୁଟିରେ ଆସିଥିଲେ। ଭାଇର ମୃତ୍ୟୁରେ ଆମ ସମସ୍ତଙ୍କୁ ମର୍ମାହତ କରିଛି। ହୃଦୟକୁ ଗଭୀର ଆଘାତ ଲାଗିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।