ପପୁ ପମ୍ ପମ୍‌ଙ୍କ ବିରୋଧରେ ଏତଲା ଦେଲେ ଶିଶିର ଗମାଙ୍ଗ

ପୁରୀ: ଆଦିବାସୀଙ୍କ ଆରାଧ୍ୟ ଦେବତାଙ୍କୁ ଆକ୍ଷେପ କରିଥିବା ଅଭିଯୋଗରେ ଅଭିନେତା ପପୁ ପମ୍ ପମ୍‌ଙ୍କ ବିରୋଧରେ ପୁରୀ ସି.ବିଚ୍ ଥାନାରେ ଏତଲା ଦାଏର କରିଛନ୍ତି ଆଦିବାସୀ ନେତା ଶିଶିର ଗମାଙ୍ଗ। ସେ କହିଛନ୍ତି, ପପୁ କେବଳ ବିଶ୍ୱର ଠାକୁରଙ୍କୁ ଅପମାନିତ କରି ନାହାନ୍ତି ଆଦିବାସୀଙ୍କ ଆରାଧ୍ୟ ଦେବତାଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି। ଏହା ଆଦିବାସୀଙ୍କ ପ୍ରତି ଅପମାନ। ଆଇନତଃ ଏହା ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଛି। ସି.ବିଚ୍ ଥାନା ଅଧିକାରୀ ପି.କେ ମଲ୍ଲିକ କହିଛନ୍ତି […]

papu

Rakesh Mallick
  • Published: Sunday, 11 December 2016
  • , Updated: 11 December 2016, 08:27 AM IST

ପୁରୀ: ଆଦିବାସୀଙ୍କ ଆରାଧ୍ୟ ଦେବତାଙ୍କୁ ଆକ୍ଷେପ କରିଥିବା ଅଭିଯୋଗରେ ଅଭିନେତା ପପୁ ପମ୍ ପମ୍‌ଙ୍କ ବିରୋଧରେ ପୁରୀ ସି.ବିଚ୍ ଥାନାରେ ଏତଲା ଦାଏର କରିଛନ୍ତି ଆଦିବାସୀ ନେତା ଶିଶିର ଗମାଙ୍ଗ।

ସେ କହିଛନ୍ତି, ପପୁ କେବଳ ବିଶ୍ୱର ଠାକୁରଙ୍କୁ ଅପମାନିତ କରି ନାହାନ୍ତି ଆଦିବାସୀଙ୍କ ଆରାଧ୍ୟ ଦେବତାଙ୍କୁ ମଧ୍ୟ ଆକ୍ଷେପ କରିଛନ୍ତି। ଏହା ଆଦିବାସୀଙ୍କ ପ୍ରତି ଅପମାନ। ଆଇନତଃ ଏହା ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ଏତଲା ଦିଆଯାଇଛି।

ସି.ବିଚ୍ ଥାନା ଅଧିକାରୀ ପି.କେ ମଲ୍ଲିକ କହିଛନ୍ତି ତାଙ୍କ ଏତଲାକୁ ଗ୍ରହଣ କରାଯାଇଛି। ଆଇନକୁ ତର୍ଜମା କରି କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story