କୋର୍ଟରୁ ଫେରାର୍ ହୋଇଥିବା ଗଣଦୁଷ୍କର୍ମ ଅଭିଯୁକ୍ତ ୭ ବର୍ଷ ପରେ ଧରା ପଡ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ। ୭ ବର୍ଷ ତଳେ ଫେରାର ଗଣଦୁଷ୍କର୍ମ ଅଭିଯୁକ୍ତ ଭାସ୍କର ସାହୁ ନୟାଗଡ଼ରୁ ଗିରଫ ହୋଇଛି। ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ମାରିଥିବା ଭାସ୍କର ୨୦୧୪ ମସିହାରେ ଏକ ଗଣଦୁଷ୍କର୍ମ ମାମଲାରେ ହାଜର ପାଇଁ କୋର୍ଟ ଆଣିବା ବେଳେ ଚମ୍ପଟ ମାରିଥିଲା। ତେବେ ଅପରେସନ୍ ବ୍ରିଙ୍ଗ ବ୍ୟାକ୍ ଜରିଆରେ ଭାସ୍କରକୁ ଗିରଫ କରାଯାଇଛି। ସେବେଠୁ ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ତେବେ ଲକଡାଉନ୍ ବେଳେ […]

arrest

arrest

Ranjit Kumar Jena
  • Published: Saturday, 05 June 2021
  • Updated: 05 June 2021, 06:24 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମ ଅଭିଯୁକ୍ତ। ୭ ବର୍ଷ ତଳେ ଫେରାର ଗଣଦୁଷ୍କର୍ମ ଅଭିଯୁକ୍ତ ଭାସ୍କର ସାହୁ ନୟାଗଡ଼ରୁ ଗିରଫ ହୋଇଛି। ଭୁବନେଶ୍ୱର କୋର୍ଟ ପରିସରରୁ ଫେରାର ମାରିଥିବା ଭାସ୍କର ୨୦୧୪ ମସିହାରେ ଏକ ଗଣଦୁଷ୍କର୍ମ ମାମଲାରେ ହାଜର ପାଇଁ କୋର୍ଟ ଆଣିବା ବେଳେ ଚମ୍ପଟ ମାରିଥିଲା।

ତେବେ ଅପରେସନ୍ ବ୍ରିଙ୍ଗ ବ୍ୟାକ୍ ଜରିଆରେ ଭାସ୍କରକୁ ଗିରଫ କରାଯାଇଛି। ସେବେଠୁ ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିଲା। ତେବେ ଲକଡାଉନ୍ ବେଳେ ସେ ଘରକୁ ଆସିଥିବା ସୂଚନା ପାଇ ପୁଲିସ ଚଢାଉ କରିଥିଲା।

ଏହାପରେ ତାକୁ ଗିରଫ କରିଥିଲା ସ୍ପେଶାଲ ସ୍କ୍ୱାଡ୍। ଗତ କିଛି ଦିନ ଭିତରେ ଏହି ଅପରେସନ୍ ମାଧ୍ୟମରେ ପୁଲିସ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି । ଆଗକୁ ମଧ୍ୟ ଅପରେସନକୁ ଆହୁରି ଜୋରଦାର କରାଯିବ ବୋଲି ସ୍ପେଶାଲ ସ୍କ୍ୱାଡ୍ ଏସପି ସୂଚନା ଦେଇଛନ୍ତି। ଏଥିପାଇଁ କିଛି ଫେରାର ଅପରାଧୀଙ୍କ ତାଲିକା ମଧ୍ୟ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos