ଗୋଟିଏ ହାର୍ଟ ଓ ଗୋଟିଏ ଲିଭରରେ ବଞ୍ଚିଛନ୍ତି ଗଙ୍ଗା-ଯମୁନା

କଟକ (ଓଡ଼ିଶା ରିପୋର୍ଟର): ନୟାଗଡ଼ର ଯୋଡ଼ା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ସିଟି ସ୍କାନ ରିପୋର୍ଟ ଆସିଛି। ସେମାଙ୍କର ଗୋଟିଏ ହାର୍ଟ ଓ ଗୋଟିଏ ଲିଭର ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତିକ କଟକ ଶିଶୁ ଭବନ ଅଧିକ୍ଷକ ଡାକ୍ତର ସରୋଜ ଶତପଥୀ। ଗତ ୧ ତାରିଖ ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁ ଗଙ୍ଗା-ଯମୁନା ଜନ୍ମ ଗ୍ରହଣ କରିଥିଲେ। ପରେ ମା’ ଓ ପିଲାଙ୍କ […]

CHILD

Rakesh Mallick
  • Published: Monday, 04 December 2017
  • , Updated: 04 December 2017, 06:21 PM IST

କଟକ (ଓଡ଼ିଶା ରିପୋର୍ଟର): ନୟାଗଡ଼ର ଯୋଡ଼ା ପେଟ ଶିଶୁ ଗଙ୍ଗା-ଯମୁନାଙ୍କ ସିଟି ସ୍କାନ ରିପୋର୍ଟ ଆସିଛି। ସେମାଙ୍କର ଗୋଟିଏ ହାର୍ଟ ଓ ଗୋଟିଏ ଲିଭର ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନେଇ ସୂଚନା ଦେଇଛନ୍ତିକ କଟକ ଶିଶୁ ଭବନ ଅଧିକ୍ଷକ ଡାକ୍ତର ସରୋଜ ଶତପଥୀ।

ଗତ ୧ ତାରିଖ ରାତିରେ ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଖଳିପାଟଣା ଗାଁର ସୁମିତ୍ରା ଦତ୍ତ ଏକ ନର୍ସିଂହୋମ୍‌ରେ ଯୋଡ଼ାପେଟ ଶିଶୁ ଗଙ୍ଗା-ଯମୁନା ଜନ୍ମ ଗ୍ରହଣ କରିଥିଲେ। ପରେ ମା’ ଓ ପିଲାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଥିଲା। ସେମାନଙ୍କୁ କଟକ ବଡ଼ ମେଡ଼ିକାଲର ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା। ଉଭୟଙ୍କ ପେଟ ଓ ଛାତି ଯୋଡ଼ି ହୋଇ ରହିଛି। ତେବେ ଗୋଟିଏ ଲିଭର ଥିଲେ ସ୍ଥିତି ଜଟିଳ ହେବ ବୋଲି ପୂର୍ବରୁ ଡାକ୍ତରମାନେ ସନ୍ଦେହ ପ୍ରକାଶ କରୁଥିଲେ।

Related story