ଗ୍ୟାଙ୍ଗଷ୍ଟରର ଭାଇକୁ ଗୋଡ଼ାଇ ଗୋଡ଼ାଇ ହାଣି ଦେଲେ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱରରେ ଗ୍ୟାଙ୍ଗଷ୍ଟର ପାପା ପଣ୍ଡାର ଭାଇଙ୍କୁ ହାଣି ହତ୍ୟା କରାଯାଇଛି। ତାଙ୍କ ନାଁ କୁନୁ। ଓଟି ରୋଡ୍ ଇଲେକ୍ଟ୍ରି ଅଫିସ ଛକରେ ତାଙ୍କ ଉପରକୁ ସଂଘବନ୍ଧ ଆକ୍ରମଣ କରାଯାଇଥିଲା।

କୁନୁ ବାଇକ୍‌ରେ ଯାଉଥିବା ବେଳେ ୨ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତମାନେ କୁନୁଙ୍କୁ ଗୋଡ଼େଇ ଗୋଡ଼େଇ ଖଣ୍ଡାରେ ହାଣିଥିଲେ। ତାଙ୍କ ମୁହଁ, ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ବାଲେଶ୍ୱର ମେଡିକାଲ ନିଆଯିବାର କିଛି ସମୟ ପରେ ତା’ର ମୃତ୍ୟୁ ଘଟିଛି।