୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କଲେ ଯବାନ

କୋରାପୁଟ (ଓଡ଼ିଶା ରିପୋର୍ଟର): ସୁଙ୍କି ଘାଟିରେ ବିଏସ୍ଏଫ୍ ଯବାନମାନେ ୬୦୦ କେଜିରୁ ଅଧିକ ଗଞ୍ଜେଇ ଜବତ କରିଛନ୍ତି। ଏହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ।

ଗତକାଲି ରାତିରେ ଏକ ଗଞ୍ଜେଇ ଭର୍ତ୍ତି ପିକ୍ଅପ୍ ଭ୍ୟାନ ପୁକୁଳିରୁ ଆନ୍ଧ୍ରପ୍ରଦେଶର ସାଲୁର ଯାଉଥିଲା। ଏହି ସମୟରେ ସୁଙ୍କି ମାର୍କେଟ ନିକଟରେ ବିଏସ୍‌ଏଫ ଯବାନମାନେ ଗାଡି ଅଟକାଇବା ସହ ପଚରାଉଚୁରା କରିଥିଲେ। ପରେ ଗାଡିରେ ଗଞ୍ଜେଇ ଥିବା ଜାଣାପଡିଥିଲା। ପୋଲିସ୍‌ ଗାଡିକୁ ଅଟକ ରଖିଛି। ହେଲେ ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।