୧୦ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା (ମିହିର ଯତି ): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଛକ ନିକଟରୁ ଏକ କଣ୍ଟେନରରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ୍‌ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ, ବିହାରର ଧମରବୀର କୁମାର ସିଂ। ଗତକାଲି ଧମରବୀର ବୁରିପଦର  ଅଞ୍ଚଳରୁ ଗଞ୍ଜେଇ ନେଇ ଛତିଶଗଡ଼ ଅଭିମୁଖେ ଚାଲାଣ କରୁଥିଊଲେ। ପୁଲିସ୍‌ ମହେନ୍ଦ୍ରଗଡ଼ ଛକରେ ସନ୍ଦେହରେ କଣ୍ଟେନର ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କଣ୍ଟେନରରୁ  […]

ganja

Tapaswini Nayak
  • Published: Thursday, 10 September 2020
  • , Updated: 10 September 2020, 08:55 AM IST

ମୋହନା (ମିହିର ଯତି ): ଗଜପତି ଜିଲ୍ଲା ଆର.ଉଦୟଗିରି ଥାନା ଅନ୍ତର୍ଗତ ମହେନ୍ଦ୍ରଗଡ଼ ଛକ ନିକଟରୁ ଏକ କଣ୍ଟେନରରୁ ୧୦ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି ପୁଲିସ୍‌ । ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ, ବିହାରର ଧମରବୀର କୁମାର ସିଂ।

ଗତକାଲି ଧମରବୀର ବୁରିପଦର  ଅଞ୍ଚଳରୁ ଗଞ୍ଜେଇ ନେଇ ଛତିଶଗଡ଼ ଅଭିମୁଖେ ଚାଲାଣ କରୁଥିଊଲେ। ପୁଲିସ୍‌ ମହେନ୍ଦ୍ରଗଡ଼ ଛକରେ ସନ୍ଦେହରେ କଣ୍ଟେନର ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କଣ୍ଟେନରରୁ  ଶହେ ବସ୍ତା ଗଞ୍ଜେଇ ଜବତ  ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ। ପୁଲିସ ଏ ନେଇ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।

Related story