ଗଞ୍ଜାମ: ଢେପାଗୁଡ଼ାରେ ଭୂସ୍ଖଳ, ବଡ଼ ବଡ଼ ଗର୍ତ୍ତକୁ ନେଇ ଲୋକେ ଆତଙ୍କିତ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଢେପାଗୁଡ଼ା ଗାଁରେ ମାଟି ଧସିଯିବାକୁ ନେଇ ଦେଖାଯାଇଛି ଆତଙ୍କ। ଗାଁର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ଭୟଙ୍କର ଶବ୍ଦ ସହ ବଡ଼ ବଡ଼ ଗର୍ତ୍ତସବୁ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଗଛ ତଳୁ ମାଟି ଧସିଯିବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଛି। ଗର୍ତ୍ତ ସୃଷ୍ଟି ହେବା ସମୟରେ ମାଟି ଭିତରୁ ପାଣି […]

bhanjanagar

Rakesh Mallick
  • Published: Friday, 18 September 2015
  • , Updated: 18 September 2015, 06:59 AM IST

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ରାଇକିଆ ବ୍ଲକ୍ ଅନ୍ତର୍ଗତ ଢେପାଗୁଡ଼ା ଗାଁରେ ମାଟି ଧସିଯିବାକୁ ନେଇ ଦେଖାଯାଇଛି ଆତଙ୍କ। ଗାଁର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ବୁଧବାର ରାତିରେ ଭୟଙ୍କର ଶବ୍ଦ ସହ ବଡ଼ ବଡ଼ ଗର୍ତ୍ତସବୁ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇଟି ଗଛ ତଳୁ ମାଟି ଧସିଯିବାରୁ ଗଛ ଦୁଇଟି ଉପୁଡ଼ି ପଡ଼ିଛି। ଗର୍ତ୍ତ ସୃଷ୍ଟି ହେବା ସମୟରେ ମାଟି ଭିତରୁ ପାଣି ଉଛୁଳି ଆସୁଥିବା ଦେଖିବାକୁ ମିଳିଛି। ତେବେ କେଉଁ କାରଣରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେ ନେଇ ଜଣାପଡ଼ିନାହିଁ। ଏଭଳିସ୍ଥିତିରେ ଗର୍ତ୍ତ ସୃଷ୍ଟି ହୋଇଥିବା ସ୍ଥାନରେ ରହୁଥିବା ଲୋକମାନେ ଘର ଛାଡ଼ି ନିକଟ ସ୍କୁଲ ଘରେ ଆଶ୍ରୟ ନେଇଛନ୍ତି।

Related story