ଡାକିଲାଣି କର୍ମକ୍ଷେତ୍ର, ସୁରତରୁ ଆସିଛି ବସ୍‌

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର) ପୁଣି ବାହାର ରାଜ୍ୟ ମୁହାଁ ଓଡ଼ିଆ ଶ୍ରମିକ।  କାହିଁକି ନା କୋଭିଡ୍ ଭୟକୁ ବଳିଯାଇଛି ପେଟ ଦୁଃଖ । ଫେରାଇ ଆଣିବା ବେଳେ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିଲେ କାମ ଦେବେ।  ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଏବେ ସେଇ ପୁରୁଣା ବାଟ  ସେପଟେ ଲକ୍‌ଡାଉନ କଟକଣା କୋହଳ ପରେ ସୂରତ, ଚେନ୍ନାଇ ଓ ହାଇଦ୍ରାବାଦ୍ ଭଳି ସହରରେ ଖୋଲିଲାଣି କଳ କାରଖାନା । ତେଣୁ ମିଲ୍ ମାଲିକଙ୍କୁ ଶ୍ରମିକ ଦରକାର। ଏଣେ ପ୍ରବାସୀଙ୍କ ପାଖରେ କାମ ନାହିଁ  । ଫଳରେ ମନରେ ଡର ଥିଲେ ବି ଅନ୍ୟ ରାସ୍ତା ନପାଇଁ ଶ୍ରମିକ ନିଜ ନିଜ କର୍ମସ୍ଥଳୀକୁ ଯିବା ଲାଗି ବାଧ୍ୟ ହେଉଛନ୍ତି। ତେଣୁ ଚେନ୍ନାଇ, ଆନ୍ଧ୍ରପ୍ରଦେଶର ନେଲୋର ସହରରୁ ଆସିଥିବା ସ୍ୱତନ୍ତ୍ର ବସ୍‌ରେ ଫେରି ଯାଉଛନ୍ତି ଓଡ଼ିଆ ଶ୍ରମିକ। କରୋନା ଡରରେ ସିନା ପଳାଇ ଆସିଥିଲେ ହେଲେ ତାକୁ ବଳି ଗଲା ପେଟର ଭୋକ । ସରକାର କାମ ଦେବେ ବୋଲି ପ୍ରତିଶ୍ରୁତି ତ ଦେଇଥିଲେ । ତେବେ ମାସ ମାସ ଅପେକ୍ଷା କରି ନିରାଶ ହେବା ପରେ ଭାଗ୍ୟକୁ ଆଦରି ପୁଣି ନିଜ କର୍ମସ୍ଥଳୀକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ଲକ୍‌ଡାଉନ ସମୟରେ କେବଳ ଗଞ୍ଜାମ ଜିଲ୍ଲାକୁ ଫେରିଥିଲେ ୪ଲକ୍ଷରୁ ଅଧିକ ଶ୍ରମିକ। ତେବେ ଉପଯୁକ୍ତ କର୍ମସଂସ୍ଥାନ ନମିଳିବାରୁ, କରୋନା ଭୟ ଦୂର ହୋଇନଥିଲେ ମଧ୍ୟ ସେମାନେ ଅନ୍ୟ ରାଜ୍ୟକୁ ଯିବା ଶ୍ରେୟସ୍କର ମଣୁଛନ୍ତି । ତେବେ ମାତ୍ର ଅଳ୍ପ ସଂଖ୍ୟକ ଶ୍ରମିକ କର୍ମସ୍ଥଳୀକୁ ଯାଇଛନ୍ତି, ମାତ୍ର ଫେରିବା ପରେ ସେମାନେ ଯେଭଳି ଅସୁବିଧାରେ ନପଡିବେ ସେଥିଲାଗି ସେମାନଙ୍କ ପଞ୍ଜିକରଣ ବ୍ୟବସ୍ଥା କରାଯାଉଥିବା ଗଞ୍ଜାମ ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ତେଣେ ଲକ୍‌ଡାଉନ କଟକଣା କୋହଳ ହେବା ପରେ କଳକାରଖାନା ଖୋଲିବା ଆରମ୍ଭ କରିଛି । ଗଞ୍ଜାମ ଜିଲ୍ଲାର ଲକ୍ଷ ଲକ୍ଷ ଶ୍ରମିକ ସୁରତର ସୂତାକଳରେ କାମ କରିଥାଆନ୍ତି । ତେବେ ଅନେକ ଶ୍ରମିକ ପଳାଇ ଆସିଥିବାରୁ ମିଲ୍ ଚାଲିପାରୁନାହିଁ । ତେଣୁ ଶ୍ରମିକଙ୍କମାନଙ୍କୁ ଯେମିତି ସ୍ୱତନ୍ତ୍ର ଟ୍ରେନ୍‌ରେ ଆଣିଥିଲେ, ସେମିତି ସ୍ୱତନ୍ତ୍ର ଟ୍ରେନ୍‌ରେ ଫେରାଇ ଦେବା ଲାଗି ସେଠାକାର ମିଲ୍ ମାଲିକମାନେ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି। ଏଣେ ଯେଉଁମାନେ କୁଶଳୀ ଶ୍ରମିକ ସେମାନେ ନିଜ ନିଜ ଫ୍ୟା୍ରିକୁ ଫେରୁଛନ୍ତି। ମାତ୍ର ୟେଉଁମାନେ ଅଣକୂଶଳୀ ସେମାନଙ୍କୁ କାମ ଯୋଗାଇ ଦେବା ଲାଗି ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

କରୋନା ମହାମାରୀ ସହ ସିନା ଲଢି ହେବ, ତେବେ ଭୋକ ରାକ୍ଷସ ସହ ଲଢିବା ବଡ଼ ମୁସ୍କିଲ । ଦୀର୍ଘ ୫ ମାସ ବେକାର ବସିବା ପରେ ଦୋହଲି ଯାଇଛି ଶ୍ରମିକଙ୍କ ଆର୍ଥିକ ସ୍ଥିତି । ସରକାର କାମ ଦେବାକୁ କହିଥିଲେ ସତ, ହେଲେ ଦକ୍ଷତା ଅନୁସାରେ କାମ ମିଳିବା ମୁସ୍କିଲ । ତେଣୁ ପୁଣି ପୁରୁଣା ଜାଗାକୁ ଫେରିଯିବା ବ୍ୟତୀତ ପ୍ରବାସୀଙ୍କ ମିକଟରେ ଅନ୍ୟ ଚାରା ନାହିଁ।

ଆହୁରି ପଢ଼ନ୍ତୁ

୨୯ରେ ଘୋଷଣା ହେବ ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ତାରିଖ

କରୋନା ବେଳେ ବିହାର ନିର୍ବାଚନ ପାଇଁ ତାରିଖ ଘୋଷଣା, ଆକ୍ରାନ୍ତ ବି ଦେବେ ଭୋଟ୍

ରାଜ୍ୟରେ ୨ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

କୃଷି ବିଲକୁ ବିରୋଧ କରି ସାରା ଦେଶରେ ଚାଷୀଙ୍କ ‘ଭାରତ ବନ୍ଦ’

କରୋନା ମୁକାବିଲା: କେନ୍ଦ୍ର ବଢ଼ାଇଲା ସହାୟତା ଅର୍ଥ, ୧୦୬୯ କୋଟି ମଞ୍ଜୁର

ସତ୍ୟନଗର ଶ୍ମଶାନ କହିବ ସତ କ’ଣ ?

ଦୁଷ୍କର୍ମ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କା ମାଗୁଛି ପୁଲିସ!

ଦିଲ୍ଲୀ ଦଙ୍ଗା: ଚାର୍ଜସିଟରେ କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ନାମ

ରାଜ୍ୟରେ ୪୩୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ONGC ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

କରୋନାରେ ଚାଲିଗଲେ କେନ୍ଦ୍ରମନ୍ତ୍ରୀ

ମା’ ଓ ଗର୍ଭବତୀ ଝିଅଙ୍କୁ ହତ୍ୟା ଅଭିଯୋଗକୁ ନେଇ ହଙ୍ଗାମା, ୩ ଦିନ ପରେ ଜଳିଲା ଜୁଇ