ଏଏସଆଇଙ୍କ ଶବ କେହି ଛୁଇଁଲେନି , ଏସପି କହିଲେ ସେ ଆମ ଭାଇ ଥିଲା

ଖଲ୍ଲିକୋଟ:(ଓଡ଼ିଶା ରିପୋର୍ଟର): ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ। ରାତି ଯାକ ମେଡିକାଲରେ ପଡ଼ିରହିଲା ମୃତ ଦେହ। ନିଜେ କରୋନା ଯୋଦ୍ଧା ସାଜି ନିଜ ଜୀବନକୁ ବାଜି ଲଗାଇଦେଲେ। ହେଲେ ପ୍ରତିଦାନ ସୂରୁପ ଶବ ସଂସ୍କାର ପାଇଁ କେହି ଆସିଲେନି। ଆଉ ଶେଷରେ ମାନବିକତା ଦେଖାଇ ୨ ଜଣ ସାମ୍ବାଦିକ ଆସି ପିପିଇ କିଟ୍‌ ପିନ୍ଧି ଶବ କାନ୍ଧ ଦେଇଥିଲେ। ଦୀର୍ଘ ସମୟ ଧରି ଏମିତି ଗଞ୍ଜାମର କୋଦଳା ହସପିଟାଲରେ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତ ଦେହ […]

790

790

Tapas Behera
  • Published: Saturday, 25 July 2020
  • Updated: 25 July 2020, 04:24 PM IST

Sports

Latest News

ଖଲ୍ଲିକୋଟ:(ଓଡ଼ିଶା ରିପୋର୍ଟର): ଘଣ୍ଟାଏ କି ଦୁଇ ଘଣ୍ଟା ନୁହଁ। ରାତି ଯାକ ମେଡିକାଲରେ ପଡ଼ିରହିଲା ମୃତ ଦେହ। ନିଜେ କରୋନା ଯୋଦ୍ଧା ସାଜି ନିଜ ଜୀବନକୁ ବାଜି ଲଗାଇଦେଲେ। ହେଲେ ପ୍ରତିଦାନ ସୂରୁପ ଶବ ସଂସ୍କାର ପାଇଁ କେହି ଆସିଲେନି। ଆଉ ଶେଷରେ ମାନବିକତା ଦେଖାଇ ୨ ଜଣ ସାମ୍ବାଦିକ ଆସି ପିପିଇ କିଟ୍‌ ପିନ୍ଧି ଶବ କାନ୍ଧ ଦେଇଥିଲେ। ଦୀର୍ଘ ସମୟ ଧରି ଏମିତି ଗଞ୍ଜାମର କୋଦଳା ହସପିଟାଲରେ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତ ଦେହ ପଡ଼ିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଗଂଜାମ ଏସ୍‌ପି ବ୍ରିଜେଶ ରାୟ। ସେ କହିଛନ୍ତି ଯେ, ଏଏସଆଇ ରବିନ୍ଦ୍ରନାଥ କରୋନାରେ ଆକ୍ରାନ୍ତ ହୋଇଥିଲେ । କିଛି ମେଡିକାଲ କାଯର୍ୟ ପାଇଁ ମୃତଦେହ ସେଠାରେ ରଖାଯାଇଥିଲା। ସେ ଆମ ସହକର୍ମୀ ଥିଲେ। ସେ ଆମ  ଭାଇ ଥିଲେ। ଆମେ ସମସ୍ତେ ଆସିଛୁ। ତାଙ୍କ ମୃତ ଦେହକୁ ରାଷ୍ଟ୍ରୀୟ ସମ୍ମାନ ସହ ଅନ୍ତିମ ସଂସ୍କାର କରାଯିବ ଏସପି କହିଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା କୋଦଳା ମେଡିକାଲ୍ ବାହାରେ ଗତକାଲିଠୁ ଏଏସଆଇ ରବିନ୍ଦ୍ରନାଥ ବେହେରାଙ୍କ ମୃତ ଦେହ ପଡ଼ିରହିଥିଲା। ଗତକାଲି ସ୍ୱାସ୍ଥାବସ୍ଥା ବିଗିଡ଼ିବାରୁ ପରିବାର ଲୋକେ ତାଙ୍କୁ କୋଦଳା ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଯେଉଁଠି ତାଙ୍କ ମୃତ୍ୟୁ ହୋଇଥିଲା।

ତେବେ ମୃତଦେହକୁ ଶବ ଗୃହରେ ନ ରଖି ବାହାରେ ରଖାଯାଇଥିଲା। ଏପରିକି  ତାଙ୍କ ପରିବାର ଲୋକେ ବି ମୃତଦେହକୁ ଗ୍ରହଣ କଲେନି । ତାଙ୍କ ମର ଶରୀରକୁ ଉଠାଇବାକୁ କେହି ବି ଆସିଲେନି ।

ଗତକାଲିଠୁ ଏହି ଘଟଣା ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ମୃତଦେହ ପଡ଼ି ରହିଥିଲା। କରୋନା ଯୋଦ୍ଧାଙ୍କ ମୃତଦେହକୁ ଏପରି ଅସମ୍ମାନ ଦିଆଯାଉଥିବା ବେଳେ ସମସ୍ତେ ସାଜିଥିଲେ ନୀରବଦ୍ରଷ୍ଟା। ଏପରି ପ୍ରଶାସନିକ ଅଧିକାରୀଙ୍କ ଦେଖା ମିଳି ନ ଥିଲା।

ଗଣମାଧ୍ୟମରେ ଖବର ପ୍ରସାରିତ ପରେ ୨ ସାମ୍ବାଦିକ ଭଗବାନ ପାଢି ଓ ସନ୍ତୋଷ ସେଠୀ ପିପିଇ କିଟ୍‌ ପିନ୍ଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ମୃତ ଏଏସ୍‌ଆଇଙ୍କ ପୁଅ, ମନୋଜ କୁମାର ବେହେରା, ରଶ୍ମୀ ରଞ୍ଜନ ପଣ୍ଡା ନାମକ ହୋମଗାର୍ଡ ଓ ଗୁରା ଖାନ ନାମକ ସ୍ଥାନୀୟ ବ୍ୟକ୍ତି ପିପିଇ କିଟ୍‌ ପିନ୍ଧି ମୃତଦେହକୁ କଫିନ ମଧ୍ୟରେ ପଶାଇଥିଲେ। କିଛି ସମୟ ମଧ୍ୟରେ ଏସ୍‌ପି ପହଞ୍ଚିବା ପରେ ମୃତ କରୋନା ଯୋଦ୍ଧାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଭଞ୍ଜନଗର କୋର୍ଟରେ କାର୍ଯ୍ୟ କରୁଥିଲେ ରବିନ୍ଦ୍ର । ଗତ କିଛି ବର୍ଷ ଧରି ସେ ବେଗୁନିଆପଡ଼ାରେ ରହୁଥିଲେ । ଯେଉଁ ବ୍ୟକ୍ତି ସାଧାରଣ ଲୋକଙ୍କ ପାଇଁ କରୋନା ପରି ମହାମାରୀ ସମୟରେ କାମ କରୁଥିଲେ ମଧ୍ୟ ଶେଷରେ ତାଙ୍କ ମୃତଦେହକୁ ଉପଯୁକ୍ତ ସମ୍ମାନ ନ ମିଳିବି ଘଟଣା କରୋନା ଯୋଦ୍ଧାଙ୍କ ପ୍ରତି ସରକାରଙ୍କ ଆନ୍ତରିକତାକୁ ଦର୍ଶାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos