ଗରମ ପେଜ ଓ ଭାତ ପଡ଼ି ଛାତ୍ରୀ ଗୁରୁତର

ସମ୍ବଲପୁର: ଗରମ ଭାତ ହାଣ୍ଡି ଢଳି ଯିବାରୁ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖୁଦେଲ ଗାଁର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ପୋଡ଼ି ଯାଇଛି। ତାକୁ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ଣ୍ଣ ୟୁନିଟରେ ଝିଅଟିର ଚିକିତ୍ସା ଚାଲିଛି। ଝିଅଟିର ବାପା କାର୍ତ୍ତିକ ମିର୍ଦ୍ଧା କହିଛନ୍ତି ଯେ ଆଜି ସକାଳେ ଭାତ ରନ୍ଧା ହେଉଥିବା ବେଳେ କୌଣସି କାରଣରୁ ତାହା ତାଙ୍କ ଝିଅ ଉପରେ ପଡ଼ିଯାଇଥିଲା। ଫଳରେ ଗରମ ପେଜ ଓ ଭାତ […]

burn

Rakesh Mallick
  • Published: Tuesday, 05 May 2015
  • , Updated: 05 May 2015, 12:10 PM IST

ସମ୍ବଲପୁର: ଗରମ ଭାତ ହାଣ୍ଡି ଢଳି ଯିବାରୁ ସମ୍ବଲପୁର ଜିଲ୍ଲା ଚାରମାଲ ଥାନା ଅନ୍ତର୍ଗତ ଖୁଦେଲ ଗାଁର ଜଣେ ସପ୍ତମ ଶ୍ରେଣୀର ଛାତ୍ରୀ ପୋଡ଼ି ଯାଇଛି। ତାକୁ ସମ୍ବଲପୁର ଜିଲ୍ଲା ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ଣ୍ଣ ୟୁନିଟରେ ଝିଅଟିର ଚିକିତ୍ସା ଚାଲିଛି। ଝିଅଟିର ବାପା କାର୍ତ୍ତିକ ମିର୍ଦ୍ଧା କହିଛନ୍ତି ଯେ ଆଜି ସକାଳେ ଭାତ ରନ୍ଧା ହେଉଥିବା ବେଳେ କୌଣସି କାରଣରୁ ତାହା ତାଙ୍କ ଝିଅ ଉପରେ ପଡ଼ିଯାଇଥିଲା। ଫଳରେ ଗରମ ପେଜ ଓ ଭାତ ପଡ଼ି ତାର ଅଣ୍ଟା ପାଖରୁ ତଳକୁ ଫୋଟକା ହୋଇଯିବା ସହିତ ଗଭୀର କ୍ଷତ ସୃଷ୍ଟି ହୋଇଥିଲା।

Related story