ଗ୍ୟାସ ସିଲିଣ୍ଡର ଲିକ୍‌ ଯୋଗୁଁ ଘଟିଥିଲା ଅଗ୍ନିକାଣ୍ଡ: ଅଗ୍ନିଶମ ବିଭାଗ ଖୋଲିଲା ଗୁମର

ରାଉରକେଲା: ରାଉରକେଲା ଇନ୍ଦିରାପାଲି ଗ୍ୟାସ ଦୁର୍ଘଟଣାରେ ଖୋଲୁଛି ଗୁମର। ମୃତ ଅଟୋ ଡ୍ରାଇଭର ସୁରେଶ ତ୍ରିପାଠୀଙ୍କ ଘରେ ଥିବା ସିଲିଣ୍ଡରରେ ଲିକ୍ ଥିଲା। ଏନେଇ ଅଗ୍ନିଶମ ବିଭାଗର ରିପୋର୍ଟରୁ ଜଣାପଡିଛି। ଗ୍ୟାସ ସିଲିଣ୍ଡରର ସେଫ୍ଟି କ୍ୟାପ୍ ବାହାର କରିବା ପରେ ଭାଲ୍‌ବରେ ଲିକ୍ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁକାଳୀନ ଜମାନବନ୍ଦୀରେ ସୁରେଶ ଓ ତାଙ୍କ ପତ୍ନୀ ସୁଚିତ୍ରା ମଧ୍ୟ ଗ୍ୟାସ୍ ଲିକ୍ କଥା କହିଥିଲେ। ସେହିପରି ଗ୍ୟାସ ସିଲିଣ୍ଡର ଡ଼େଲିଭରି ଆଗରୁ ଠିକ୍ ଭାବରେ ଯାଞ୍ଚ […]

Gas cylinder fire mishap in rourkela all four family

Rakesh Mallick
  • Published: Saturday, 12 August 2017
  • , Updated: 12 August 2017, 09:43 PM IST

ରାଉରକେଲା: ରାଉରକେଲା ଇନ୍ଦିରାପାଲି ଗ୍ୟାସ ଦୁର୍ଘଟଣାରେ ଖୋଲୁଛି ଗୁମର। ମୃତ ଅଟୋ ଡ୍ରାଇଭର ସୁରେଶ ତ୍ରିପାଠୀଙ୍କ ଘରେ ଥିବା ସିଲିଣ୍ଡରରେ ଲିକ୍ ଥିଲା। ଏନେଇ ଅଗ୍ନିଶମ ବିଭାଗର ରିପୋର୍ଟରୁ ଜଣାପଡିଛି। ଗ୍ୟାସ ସିଲିଣ୍ଡରର ସେଫ୍ଟି କ୍ୟାପ୍ ବାହାର କରିବା ପରେ ଭାଲ୍‌ବରେ ଲିକ୍ ଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ମୃତ୍ୟୁକାଳୀନ ଜମାନବନ୍ଦୀରେ ସୁରେଶ ଓ ତାଙ୍କ ପତ୍ନୀ ସୁଚିତ୍ରା ମଧ୍ୟ ଗ୍ୟାସ୍ ଲିକ୍ କଥା କହିଥିଲେ। ସେହିପରି ଗ୍ୟାସ ସିଲିଣ୍ଡର ଡ଼େଲିଭରି ଆଗରୁ ଠିକ୍ ଭାବରେ ଯାଞ୍ଚ କରାଯାଇ ନ ଥିଲା   ହିନ୍ଦୁସ୍ତାନ ପେଟ୍ରୋଲିୟମ୍‌ ଅଧିକାରୀମାନେ ପୂର୍ବରୁ କହିଛନ୍ତି।

ସେପଟେ ଏହି ଘଟଣାରେ ଗ୍ୟାସ ବିତରକ ଓ ଦୁଇ ଡେଲିଭରି ମ୍ୟାନଙ୍କ ଗିରଫଦାରି ପ୍ରତିବାଦରେ ଆଜି ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା ଓଡିଶା ଏଲପିଜି ଡିଷ୍ଟ୍ରିବ୍ୟୁଟର୍ସ ଆସୋସିଏସନ। ତେବେ ଆଇନ ଅନୁସାରେ ସେମାନଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ କହିଛି।

ଗତମାସ ୩୧ ତାରିଖରେ ସୁରେଶଙ୍କ ଘରେ ଗ୍ୟାସ ଚୁଲାରୁ ନିଆଁ ଲାଗିଯାଇଥିଲା। ଏଥିରେ ସୁରେଶଙ୍କ ସମେତ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ମୃତ୍ୟୁ ଘଟିବା ସହ ପୁରା ପରିବାର ନିଶ୍ଚିହ୍ନ ହୋଇଯାଇଥିଲା।

Related story