ଗଠନ ହେବ ସ୍ପେଶାଲ ପର୍ପୋଜ ଭେହିକିଲ

ଭୁବନେଶ୍ୱର:  ରାଜ୍ୟରେ କୋଇଲା ପରିବହନ ପାଇଁ ଆଜି ସ୍ପେଶାଲ ପର୍ପୋଜ ଭେହିକିଲ ବା ଏସପିଭି ଗଠନ ହେବ। ଏନେଇ ରାଜ୍ୟ ସରକାର, ରେଳ ଓ କୋଇଲା ମନ୍ତ୍ରାଳୟ ମଦ୍ୟରେ ରାଜିନାମା ସ୍ୱାକ୍ଷର ହେବ। ଏସପିଭିରେ କୋଇଲା ମନ୍ତ୍ରାଳୟର ୬୪ ପ୍ରତିଶତ ଅଂଶଧନ, ରେଳ ମନ୍ତ୍ରାଳୟର ୨୬ ଓ ରାଜ୍ୟ ସରକାରଙ୍କର୧୦ ପ୍ରତିଶତ ଅଂଶଧନ ରହିବ। ଦେଶର ପ୍ରଥମ ଥର ଏଭଳି ଏକ ଏସପିଭି ଗଠନ ହେବାକୁ ଯାଉଛି। ରାଜ୍ୟର କୋଇଲା ଖଣିରୁ ସୁବିଧାରେ କୋଇଲା ପରିବହନ ପାଇଁ ରେଳ […]

coal

Rakesh Mallick
  • Published: Monday, 20 April 2015
  • , Updated: 21 April 2015, 06:23 AM IST

ଭୁବନେଶ୍ୱର:  ରାଜ୍ୟରେ କୋଇଲା ପରିବହନ ପାଇଁ ଆଜି ସ୍ପେଶାଲ ପର୍ପୋଜ ଭେହିକିଲ ବା ଏସପିଭି ଗଠନ ହେବ। ଏନେଇ ରାଜ୍ୟ ସରକାର, ରେଳ ଓ କୋଇଲା ମନ୍ତ୍ରାଳୟ ମଦ୍ୟରେ ରାଜିନାମା ସ୍ୱାକ୍ଷର ହେବ।

ଏସପିଭିରେ କୋଇଲା ମନ୍ତ୍ରାଳୟର ୬୪ ପ୍ରତିଶତ ଅଂଶଧନ, ରେଳ ମନ୍ତ୍ରାଳୟର ୨୬ ଓ ରାଜ୍ୟ ସରକାରଙ୍କର୧୦ ପ୍ରତିଶତ ଅଂଶଧନ ରହିବ। ଦେଶର ପ୍ରଥମ ଥର ଏଭଳି ଏକ ଏସପିଭି ଗଠନ ହେବାକୁ ଯାଉଛି। ରାଜ୍ୟର କୋଇଲା ଖଣିରୁ ସୁବିଧାରେ କୋଇଲା ପରିବହନ ପାଇଁ ରେଳ ଭତ୍ତିଭୂମିର ବିକାଶ କରାଯିବ।

ଏସପିଭି ଅନ୍ତର୍ଗତ କୋଇଲା ଖଣି ଅଞ୍ଚଳର କିଛି ରେଳପଥର ଦୋହରୀକରଣ ଓ କେତେକଙ୍କୁ ତିନି ଲାଇନ କରାଯିବ। ପ୍ରାଥମିକ ପର୍ଯ୍ୟାୟରେ ସମ୍ବଲପୁର-ଟିଟିଲାଗଡ ରେଳ ଲାଇନର ଦୋହରୀକରଣ ଏବଂ ସମ୍ବଲପୁର-ତାଳଚେର ଓ ଟିଟିଲାଗଡ-ରାୟପୁର ରେଳ ଲାଇନର  ବିକାଶ ପାଇଁ ଯୋଜନା ହୋଇଛି।

ଏଥିସହ ତାଳଚେର କୋଲଫିଲ୍ଡର ମଧ୍ୟ ବିକାଶ ପାଇଁ ଲକ୍ଷ୍ୟ ରହିଛି। ମୂଳ ଏସପିଭି ଗଠନ ପରେ ଏହା ଅଧୀନରେ ବି ସ୍ପେଶାଲ ପର୍ପୋଜ ଭେହିକିଲ ଗଠନ ହେବ । ଯେଉଁଥିରେ ଘରୋଇ କମ୍ପାନୀଙ୍କ ସହଭାଗିତା ରହିବ।

ଏମସିଏଲ ଓ କୋଲଇଣ୍ଡିଆର କୋଇଲା ଉତ୍ତୋଳନ ପାଇଁ ଟାର୍ଗେଟ ବଢିବା ପରେ ଏହି ଏସପିଭି କୋଇଲା ପରିବହନ ପାଇଁ ସହାୟକ ହୋଇପାରିବ।

Related story